ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତହୱୁର ରାଣାର ଆବେଦନ ଖାରଜ, ଭାରତ ପ୍ରତ୍ୟାର୍ପଣ ନିଶ୍ଚିତ

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଅଭିଯୁକ୍ତ ତହୱୁର ରାଣାକୁ ଭାରତକୁ ପ୍ରତ୍ୟର୍ପଣ ଉପରେ ରୋକ ଲଗାଇବା ପାଇଁ ଦାୟର ଆବେଦନକୁ ଆମେରିକାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏହାଫଳରେ ତାହାର ଭାରତ ପ୍ରତ୍ୟାର୍ପଣ ନିଶ୍ଚିତ ହୋଇଯାଇଛି ।

rana

ନ୍ୟୁୟର୍କ: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଅଭିଯୁକ୍ତ ତହୱୁର ରାଣାକୁ ଭାରତକୁ ପ୍ରତ୍ୟର୍ପଣ ଉପରେ ରୋକ ଲଗାଇବା ପାଇଁ ଦାୟର ଆବେଦନକୁ ଆମେରିକାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏହାଫଳରେ ତାହାର ଭାରତ ପ୍ରତ୍ୟାର୍ପଣ ନିଶ୍ଚିତ ହୋଇଯାଇଛି ।

ପାକିସ୍ତାନୀ ବଂଶୋଦ୍ଭବ ୬୪ ବର୍ଷୀୟ କାନାଡିଆନ ନାଗରିକ ରାଣା ବର୍ତ୍ତମାନ ଲସ୍ ଆଞ୍ଜେଲସର ମେଟ୍ରୋପଲିଟାନ୍ ଡିଟେନସନ୍ ସେଣ୍ଟରରେ ବନ୍ଦୀ ଭାବେ ରହୁଛି।

ସେ ଫେବୃଆରୀ ୨୭ ତାରିଖରେ ଆମେରିକା ସୁପ୍ରିମକୋର୍ଟର ଆସୋସିଏଟ୍ ଜଷ୍ଟିସ୍ ଏବଂ ନବମ ସର୍କିଟର ସର୍କିଟ୍ ଜଜ୍ ଏଲେନା କାଗାନଙ୍କ ସମ୍ମୁଖରେ "ବିଚାରାଧୀନ ହେବିୟସ୍ କର୍ପସ୍ ପିଟିସନ୍‌କୁ ସ୍ଥଗିତ ରଖିବା ପାଇଁ ଏକ ଜରୁରୀକାଳୀନ ଆବେଦନ" ଦାଖଲ କରିଥିଲା। ଗତ ମାସ ଆରମ୍ଭରେ କାଗାନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ।

ସୁପ୍ରିମକୋର୍ଟ ୱେବସାଇଟରେ ପୋଷ୍ଟ ହୋଇଥିବା ଏକ ଆଦେଶରେ କୁହାଯାଇଛି ଯେ ରାଣାର ନୂଆ ଆବେଦନକୁ ୪ ଏପ୍ରିଲ୍, ୨୦୨୫ରେ ଏକ ବୈଠକ ପାଇଁ ତାଲିକାଭୁକ୍ତ କରାଯାଇଥିଲା ଯାହାକୁ କୋର୍ଟ ଖାରଜ କରିଦେଇଛନ୍ତି। ସୋମବାର ସୁପ୍ରିମକୋର୍ଟ ୱେବସାଇଟରେ ଏକ ନୋଟିସରେ କୁହାଯାଇଛି ଯେ, "କୋର୍ଟ ଆବେଦନକୁ ଖାରଜ କରିଦେଇଛନ୍ତି।" 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe