ପାକିସ୍ତାନକୁ ନିରାପତ୍ତା ସହାୟତା ବନ୍ଦ କଲା ଆମେରିକା

Advertisment
ପାକିସ୍ତାନକୁ ନିରାପତ୍ତା ସହାୟତା ବନ୍ଦ କଲା ଆମେରିକା

Image Courtesy of Star Tribune

ଓ୍ଵାସିଂଟନ୍‌: ପାକିସ୍ତାନକୁ ନିରାପତ୍ତା ସହାୟତା ବାବଦରେ ଦିଆ ଯାଉଥିବା ୧. ୧୫ ବିଲିୟନ୍‌ ଆମେରିକୀୟ ଡଲାର୍‌କୁ ଆମେରିକା ସ୍ଥଗିତ କରିଛି। ନିଜ ଦେଶର ସୀମାରେଖା ମଧ୍ୟରେ ଇସ୍‌ଲାମାବାଦ ଆଫଗାନ ତାଲିବାନ ଏବଂ ହକାନି ନେଟ୍‌ଓ୍ଵାର୍କର ଆତଙ୍କବାଦୀ ଦଳଙ୍କୁ ସ୍ଥାନ ଦେଇଛି ଏବଂ ସେମାନଙ୍କ ବିରୋଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଇଚ୍ଛା କରୁ ନାହିଁ ବୋଲି ଆମେରିକା ଦୋଷାରୋପ କରିଛି।

ଷ୍ଟେଟ୍‌ ଡିପାର୍ଟମେଣ୍ଟ୍‌ର ମୁଖପାତ୍ର ହିଥର୍‌ ନରେଟ୍‌ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଆଜି ଆମେ ନିଶ୍ଚିତ କରି କହୁଛୁ କି, ଆମେ ଏବେ କେବଳ ଜାତୀୟ ନିରାପତ୍ତା ସହାୟତା ସ୍ଥଗିତ ରଖୁଛୁ। ଆଫଗାନ୍‌ ତାଲିବାନ ଏବଂ ହକାନି ନେଟ୍‌ଓ୍ଵାର୍କ ବିରୋଧ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଯାଏଁ ଏହି ସହାୟତା ରାଶି ସ୍ଥଗିତ ରହିବ। ଆମ ବିଚାରରେ ସେମାନେ ସେ ଅଞ୍ଚଳରେ ଅସ୍ଥିରତା ସୃଷ୍ଟି କରିବା ସହ ଆମେରିକୀୟ ନାଗରିକମାନଙ୍କୁ ଆକ୍ରମଣ କରୁଛନ୍ତି। ପାକିସ୍ତାନକୁ ସେ ଭଳି ନିରାପତ୍ତା ସହାୟତା ପ୍ରଦାନ କରିବା ସ୍ଥଗିତ ରଖିବ ଆମେରିକା।

publive-image Image Courtesy of VOA News

ଆଇନ ଦ୍ୱାରା ଆବଶ୍ୟକ ନ ହେଲେ ଆମେରିକା ପାକିସ୍ତାନକୁ ସାମରିକ ଯନ୍ତ୍ରପାତି ପଠାଇବୁ ନାହିଁ ଏବଂ ନିରାପତ୍ତା ସମ୍ପର୍କୀୟ ପାଣ୍ଠି ବି ହସ୍ତାନ୍ତର କରିବୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe