ଯଦି ରୁଷ୍‌-ଆମେରିକା ବୈଠକ ସଫଳ ନହୁଏ ପୁଣି ଟାରିଫ୍‌ ମାଡ଼ ଖାଇବ ଭାରତ!

ରୁଷ୍‌ ଓ ଆମେରିକା ବିବାଦ ମଧ୍ୟରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଭାରତ। ରୁଷ୍‌ଠାରୁ ବୈବସାୟିକ ସଂପର୍କ ଛିନ୍ନ ନକରିବାରୁ ଭାରତ ଉପରେ ରକ୍ତମୁଖା ହୋଇଛି ଆମେରିକା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ରାଗରେ ଜର୍ଜରିତ ‌ହୋଇ ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍‌ ଲଗାଇ ଦେଇଛନ୍ତି।

New Project (23) (1)

ନୂଆଦିଲ୍ଳୀ: ରୁଷ୍‌ ଓ ଆମେରିକା ବିବାଦ ମଧ୍ୟରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଭାରତ। ରୁଷ୍‌ଠାରୁ ବୈବସାୟିକ ସଂପର୍କ ଛିନ୍ନ ନକରିବାରୁ ଭାରତ ଉପରେ ରକ୍ତମୁଖା ହୋଇଛି ଆମେରିକା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ରାଗରେ ଜର୍ଜରିତ ‌ହୋଇ ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍‌ ଲଗାଇ ଦେଇଛନ୍ତି। ଯାହାକି ଭାରତୀୟ ସେୟାର୍‌ ବଜାର ଉପରେ ଗଭୀର ପ୍ରଭାବ ପକାଇଛି।

ଶୁକ୍ରବାର ଦିନ ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ଉପରେ ସାରା ବିଶ୍ୱର ନଜର ରହିଛି। ଏହି ଦୁଇ ରାଷ୍ଟ୍ର ମଧ୍ୟରେ ଆଲୋଚନା ସଫଳ ହେଲେ ଯାହା ନିଷ୍କର୍ସ ବାହାରିବ। ‌ହେଲେ ଯଦି ସେପରି କୌଣସି ସକାରାତ୍ମାକ ଆଲୋଚନା ନହୁଏ ତେବେ ଏହାର ଖରାପ ପ୍ରଭାବ ଭାରତକୁ ପ୍ରଥମେ ପ୍ରଭାବିତ କରିବ। ଆମେରିକା ପୁଣି ଥରେ ଭାରତ ଉପରେ ଟାରିଫ୍‌ ବୃଦ୍ଧି କରିବ ବୋଲି ଆମେରିକାର ଅର୍ଥମନ୍ତ୍ରୀ ସ୍କାଟ୍‌ ବେସଣ୍ଟ୍‌ କହିଛନ୍ତି।

ସେ କହିଛନ୍ତି , ‘‘ଆଲାସ୍କାରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମଧ୍ୟରେ ହେବାକୁ ଥିବା ବୈଠକ ଆଧାରରେ ୱାଶିଂଟନ,  ଭାରତ ଉପରେ ଦ୍ବିତୀୟ ଟାରିଫ୍‌ ଲଗାଇବ।’’

ଉଲ୍ଲେଖଯୋଗ୍ୟ, ଆମେରିକା ୭ ଅଗଷ୍ଟରୁ ଭାରତ ଉପରେ ୨୫% ଶୁଳ୍କ ଲାଗୁ କରିଛି ଏବଂ ୨୭ ଅଗଷ୍ଟରୁ ୨୫% ଅତିରିକ୍ତ ଶୁଳ୍କ ଲାଗୁ ହେବ ବୋଲି କହିଛି । ଭାରତ ଉପରେ ଏହି ଶୁଳ୍କ ଲାଗୁ ହେବା ସହିତ, ରପ୍ତାନିରେ ହ୍ରାସ ହେବାର ସମ୍ଭାବନା ଅଛି। ଭାରତରୁ ଆମେରିକା ଯାଉଥିବା ସାମଗ୍ରୀର ମୂଲ୍ୟକୁ ମଧ୍ୟ ଏହା ପ୍ରଭାବିତ କରିବ । ଫଳରେ ଆମେରିକାରେ ବିକ୍ରି ହେଉଥିବା ଭାରତୀୟ ଉତ୍ପାଦନ ଗୁଡ଼ିକର ମୂଲ୍ୟବୃଦ୍ଧି ହେବାର ଆଶଙ୍କା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe