ଭାରତ-ରୁଷ୍‌ ମିସାଇଲ୍‌ ସିଷ୍ଟମ୍‌ ରାଜିନାମା ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକାର କଟକଣା ଧମକ

Advertisment
ଭାରତ-ରୁଷ୍‌ ମିସାଇଲ୍‌ ସିଷ୍ଟମ୍‌ ରାଜିନାମା ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକାର କଟକଣା ଧମକ

ଓ୍ଵାସିଂଟନ୍‌: ଭାରତ ମସ୍କୋରୁ ମଲ୍ଟି-ବିଲିୟନ୍‌ ଏସ୍‌-୪୦୦ ମିସାଇଲ୍‌ ଡିଫେନ୍‌ସ୍‌ ସିଷ୍ଟମ୍‌ ଖରିଦ କରିବାକୁ ଯୋଜନା କରୁଛି ବୋଲି ଖବର ମିଳିବାର ଦିନକ ପରେ ଯୁକ୍ତରାଷ୍ଟ୍ର ଆମେରିକା ତା’ର ମିତ୍ର ରାଷ୍ଟ୍ରମାନଙ୍କୁ ଚେତାବନୀ ଦେଇ କହିଛି କି, ସେମାନେ ରୁଷ୍‌ ସହିତ ସାମରିକ କାରବାର କଲେ ଆମେରିକୀୟ କଟକଣାର ସମ୍ମୁଖୀନ ହେବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବାର୍ଷିକ ଶିଖର ବୈଠକରେ ଯୋଗ ଦେବା ପାଇଁ ଆଜି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଦୁଇ ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚୁଛନ୍ତି। ପୁଟିନ୍‌ଙ୍କ ଏହି ବୈଠକ ସମୟରେ ଭାରତ ଏବଂ ରୁଷ୍‌ ମଧ୍ୟରେ ୫ ବିଲିୟନ୍‌ ଡଲାର୍‌ରୁ ଅଧିକ ମୂଲ୍ୟର ମିସାଇଲ୍‌ ଡିଲ୍‌ ସ୍ୱାକ୍ଷର ହେବାର ସମ୍ଭାବନା ରହିଛି।

୨୦୧୬ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ହସ୍ତକ୍ଷେପ, ସିରିୟା ସଂଘର୍ଷରେ ଭୂମିକା, କ୍ରିମିଆ ବିଜୟ ଭଳି ଘଟନାରେ ରୁଷ୍‌ର ସମ୍ପୃକ୍ତି ଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକା ତାକୁ ଦଣ୍ଡ ଦେବାକୁ ଚାହୁଁଛି। ଏହି କଟକଣା ଆମେରିକୀୟ ଆଇନ୍‌ ‘କାଉଣ୍ଟରିଙ୍ଗ୍‌ ଆମେରିକାଜ୍‌ ଆଡ୍‌ଭର୍‌ସରିଜ୍‌ ଥ୍ରୋ ସାଙ୍କ୍‌ସନ୍‌ସ୍‌ ଆକ୍ଟ’ର (ସିଏଏଟିଏସ୍‌ଏ) ଅଂଶବିଶେଷ।

କିନ୍ତୁ ପ୍ରତିରକ୍ଷା ସାମଗ୍ରୀ ଆମଦାନି ନିମନ୍ତେ ରୁଷ୍‌ ସହ କରାଯାଉଥିବା ରାଜିନାମା ଯଦି ଯୁକ୍ତରାଷ୍ଟ୍ର ଆମେରିକା ଏବଂ ତାହାର ମିତ୍ର ରାଷ୍ଟ୍ରଗୁଡ଼ିକ ପ୍ରତି ବିପଜ୍ଜନକ ନ ହୁଏ ତେବେ ଆମେରିକୀୟ ରାଷ୍ଟ୍ରପତି କଟକଣା ଉଠାଇ ଦେଇ ପାରିବେ। ଭାରତ ଏଭଳି ସର୍ତ୍ତ ପୂରଣ କରୁଛି ଏବଂ କଟକଣାର ସମ୍ମୁଖୀନ ହେବ ନାହିଁ ବୋଲି ଅଧିକାରୀମାନେ ଆଶା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe