Image Courtesy of India Today
ନୂଆଦିଲ୍ଲୀ: ୧ ଲକ୍ଷ ୟୁକ୍ରେନୀୟ ଶରଣାର୍ଥୀଙ୍କୁ ଗ୍ରହଣ ଆମେରିକା ଗ୍ରହଣ କରିବ ବୋଲି ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍ ଆଜି କହିଛନ୍ତି।
ଏ ସଂକ୍ରାନ୍ତରେ ଟୁଇଟ୍ କରି ବାଇଡେନ୍ ଲେଖିଛନ୍ତି, କେବଳ ପୋଲାଣ୍ଡ ଅଥବା ଅନ୍ୟ କୌଣସି ରାଷ୍ଟ୍ର ୟୁକ୍ରେନୀୟ ଶରଣାର୍ଥୀଙ୍କୁ ସହାୟତା କରିବେ ଏହାର କିଛି ଅର୍ଥ ନାହିଁ। ବିଶ୍ବର ସମସ୍ତ ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କର ସହାୟତା କରିବାର ଦାୟିତ୍ବ ରହିଛି। ଏହି ଦାୟିତ୍ବ ନିର୍ବାହ ନିମନ୍ତେ ୟୁକ୍ରେନୀୟମାନେ ଆମେରିକା ଉପରେ ଭରସା କରି ପାରିବେ। ଆମେ ୧ ଲକ୍ଷ ୟୁକ୍ରେନୀୟଙ୍କୁ ସ୍ବାଗତ କରିବୁ।
Image Courtesy of India Today‘ନେକ୍ଷ୍ଟା’ ଟିଭି ରିପୋର୍ଟ ଅନୁସାରେ, ୟୁକ୍ରେନ୍ର ଉପପ୍ରଧାନମନ୍ତ୍ରୀ ଇରିନା ଭେରେସଚୁକ୍ କହିଛନ୍ତି ଯେ, ରୁଷ୍ ବଳପୂର୍ବକ ୪୦,୦୦୦ ୟୁକ୍ରେନୀୟଙ୍କୁ ‘କ୍ବାସି-ହ୍ୟୁମାନିଟାରିୟାନ୍ କରିଡର୍’ ବାଟେ କୌଣସି ଅଜ୍ଞାତ ସ୍ଥାନକୁ ନେଇଯାଇଛି। ଏତେ ସଂଖ୍ୟକ ଜନତାଙ୍କୁ ସ୍ଥାନାନ୍ତରଣ କରିବା ପାଇଁ ସେମାନେ ୟୁକ୍ରେନୀୟ ସରକାରୀ କର୍ତ୍ତୃପକ୍ଷମାନଙ୍କ ସହିତ ସମନ୍ବୟ ରକ୍ଷା କରି ନ ଥିଲେ।
ତେଣେ, ରୁଷ୍ ଉପରୁ କଟକଣା ହଟାଇବାକୁ ବ୍ରିଟିସ୍ ବୈଦେଶିକ କାର୍ଯ୍ୟାଳୟ ସର୍ତ୍ତାବଳୀ ରଖିଛି। ବ୍ରିଟିସ୍ ବୈଦେଶିକ ସଚିବ ଲିଜ୍ ଟ୍ରସ୍ ଘୋଷଣା କରିଛନ୍ତି ଯେ, ସୈନ୍ୟମାନେ ୟୁକ୍ରେନ୍ ଅଞ୍ଚଳରୁ ହଟିଗଲେ ଏବଂ ଭବିଷ୍ୟତରେ ଆକ୍ରମଣରୁ ନିବୃତ୍ତ ରହିବ ବୋଲି ମସ୍କୋ ପ୍ରମାଣ କରିପାରିଲେ ରୁଷ୍ ପ୍ରତି ଲାଗୁ ହୋଇଥିବା କଟକଣା ସବୁ ଉଠାଇ ଦିଆଯିବ।
Follow Us