ଭାରତକୁ ସହାୟତା ଓ ସ୍ବାସ୍ଥ୍ୟସେବା କର୍ମୀ ଯୋଗାଇଦେବ ଆମେରିକା

Advertisment
ଭାରତକୁ ସହାୟତା ଓ ସ୍ବାସ୍ଥ୍ୟସେବା କର୍ମୀ ଯୋଗାଇଦେବ ଆମେରିକା

Image Courtesy of India Today

ନୂଆଦିଲ୍ଲୀ: ଭାରତରେ କରୋନାଭାରସ୍‌ ସଂକ୍ରମଣ ପ୍ରବଳ ହେବାରୁ ଯୁକ୍ତରାଷ୍ଟ୍ର ଆମେରିକା ଗଭୀର ଚିନ୍ତା ପ୍ରକଟ କରିଛି ଓ ଭାରତ ସରକାରଙ୍କୁ ତୁରନ୍ତ ଅତିରିକ୍ତ ସହାୟତା ସହ ସ୍ବାସ୍ଥ୍ୟସେବା କର୍ମୀ ଯୋଗାଇ ଦେବା ପାଇଁ ଯୋଜନା କରିଥିବା କଥା ଶନିବାର ଦିନ ହ୍ବାଇଟ୍‌ ହାଉସ୍‌ର ଜଣେ ମୁଖପାତ୍ରୀ କହିଛନ୍ତି।

ଭାରତବାସୀଙ୍କୁ ଅତିରିକ୍ତ ସହାୟତା ଯୋଗାଇ ଦେବା ସମ୍ବନ୍ଧରେ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ମଧ୍ୟ ଟୁଇଟ୍‌ କରି ଜଣାଇଛନ୍ତି।

ସେ ଲେଖିଛନ୍ତି, ଭୟାବହ କୋଭିଡ୍-୧୯ ସଂକ୍ରମଣ ବାତାବରଣରେ ଥିବା ଭାରତବାସୀଙ୍କ ପ୍ରତି ଆମର ସମବେଦନା। ଭାରତ ସରକାରଙ୍କ ସହ ଥିବା ଆମର ଅଂଶୀଦାରମାନଙ୍କ ସହ ଆମେ ନିବିଡ଼ ଭାବେ କାର୍ଯ୍ୟ ଚଳାଇଛୁ। ଭାରତବାସୀ ଏବଂ ଭାରତୀୟ ସ୍ବାସ୍ଥ୍ୟ ସେବା ନାୟକମାନଙ୍କୁ ଆମେ ଅବିଳମ୍ବେ ଅତିରିକ୍ତ ସହାୟତା ଯୋଗାଇ ଦେବୁ।

publive-image Image Courtesy of Mint

ମୁଖପାତ୍ରୀଜଣକ ଆହୁରି ମଧ୍ୟ କହିଛନ୍ତି, ଆମେ ଉଚ୍ଚସ୍ତରରେ ସକ୍ରିୟ ଆଲୋଚନା ଚଳାଇଛୁ ଏବଂ ଏହି ସଦ୍ୟତମ ପ୍ରବଳ ସଂକ୍ରମଣର ମୁକାବିଲା ନିମନ୍ତେ ଭାରତ ସରକାରଙ୍କୁ ସାହାଯ୍ୟ କରିବା ଲାଗି ଅବିଳମ୍ବେ ଅତିରିକ୍ତ ସହାୟତା ଏବଂ ସ୍ବାସ୍ଥ୍ୟସେବା କର୍ମୀ ଯୋଗାଇ ଦେବୁ। ଏ ସଂକ୍ରାନ୍ତରେ ଖୁବ୍ ଶୀଘ୍ର ଆମେ ଅଧିକ ସୂଚନା ଦେବୁ।

ହ୍ବାଇଟ୍‌ ହାଉସ୍‌ର ଜାତୀୟ ନିରାପତ୍ତା ପରାମର୍ଶଦାତା, ଜେକ୍‌ ସଲିଭାନ୍‌ ମଧ୍ୟ କହିଛନ୍ତି, ଭାରତରେ କୋଭିଡ୍‌-୧୯ ଭୀଷଣ ବ୍ୟାପିଥିବାରୁ ଯୁକ୍ତରାଷ୍ଟ୍ର ଆମେରିକା ଖୁବ୍‌ ଉଦ୍‌ବିଗ୍ନ। ସାହସର ସହ ଭାରତରେ ଏହି ମହାମାରୀର ମୁକାବିଲା କରୁଥିବା ଆମର ବନ୍ଧୁ ଏବଂ ଅଂଶୀଦାରମାନଙ୍କୁ ଅଧିକ ସାମଗ୍ରୀ ଏବଂ ସହାୟତା ଯୋଗାଇ ଦେବା ପାଇଁ ଆମେ ଅହର୍ନିଶ କାର୍ଯ୍ୟ ଚଳାଇଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe