nypost
କ୍ଵିଭ: ‘ଆମେ ନାଟୋ ଓ ଆମେରିକା ଠାରୁ ଆଶା କରିଥିଲୁ ଯେ ଋଷ ବିରୋଧରେ ଯୁଦ୍ଧରେ ସେମାନେ ଆମକୁ ସାହାଯ୍ୟ କରିବେ। କିନ୍ତୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନକୁ ସେନା ପଠାଇବାକୁ ମନା କରିଦେଲେ। ପୂରା ଦୁନିଆ ଆମକୁ ଏକା ଯୁଦ୍ଧ ଲଢିବାକୁ ଛାଡିଦେଲା।’ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କିୟି ଏହି ବୟାନ ଜାରି କରିଥିଲେ। ୟୁକ୍ରେନ ରାଷ୍ଟ୍ରପତିଙ୍କ ଏଭଳି ବୟାନ ପରେ ଏବେ ଆମେରିକା ୟୁକ୍ରେନକୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ହୋଇଛି।
ଆମେରିକାର ରାଷ୍ଟ୍ରପତି ଟ୍ବିଟ କରି କହିଛନ୍ତି ଯେ, ୟୁକ୍ରେନକୁ ଅତିରିକ୍ତ ସାମରିକ ସହାୟତା ପ୍ରଦାନ କରିବା ପାଇଁ ଆଜି ମୁଁ ପ୍ରତିରକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛି। ଋଷର ଆକ୍ରମଣର ଜବାବ ଦେବା ପାଇଁ ମୁଁ ଅତିରିକ୍ତ ୩୫୦ମିଲିୟନ୍ ଡଲାର୍ ପ୍ରଦାନ କରିବାକୁ ଅନୁମତି ଦେଇଛି।
ଏହା ପୂର୍ବରୁ ୟୁକ୍ରେନକୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଥିଲା ଫ୍ରାନ୍ସ। ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଟ୍ୱିଟ କରି ଲେଖିଥିଲେ ଯେ, ମୁଁ ବର୍ତ୍ତମାନ ଫ୍ରାନ୍ସ ସହ କଥା ହୋଇଛି। ଋଷକୁ ସ୍ବିପ୍ଟରୁ ନିଷେଧ କରିବା ନେଇ ଫ୍ରାନ୍ସ ସମର୍ଥନ କରିଛି। ଏହା ବ୍ୟତୀତ ଋଷର ଆକ୍ରମଣକୁ ରୋକିବା ପାଇଁ ମୁଁ ତୁରନ୍ତ ୟୁରୋପୀୟ ସଂଘର ତୃତୀୟ ପ୍ୟାକେଜ ଜାରି କରିବାକୁ ଅନୁରୋଧ କରିବା ପରେ ଫ୍ରାନ୍ସ ଏଭଳି କରିବାକୁ ରାଜି ହୋଇଛି। ୟୁକ୍ରେନକୁ ରକ୍ଷା କରିବାରେ ଫ୍ରାନ୍ସ ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଉପକରଣ ଯୋଗାଇବାକୁ ମଧ୍ୟ ପ୍ରସ୍ତୁତ ଥିବା କହିଛି।
ndtvଅନ୍ୟପକ୍ଷରେ ୟୁକ୍ରେନରୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଥିବା ୨୧୯ ଭାରତୀୟ ଏବେ ମୁମ୍ବାଇରେ ପହଞ୍ଚିଛନ୍ତି। ୟୁକ୍ରେନରେ ବିମାନ ଚଳାଚଳ ବନ୍ଦ ଥିବା ବେଳେ ରୋମାନିଆରୁ ଏୟାରଇଣ୍ଡିଆ ବିମାନ ୨୧୯ଜଣଙ୍କ ନେଇ ଉଡ଼ାଣ କରିଥିଲା। ଯୁଦ୍ଧ-ବିକ୍ଷତ ୟୁକ୍ରେନ୍ରେ ଅଟକି ରହିଥିବା ଭାରତୀୟମାନଙ୍କ ସ୍ଥାନାନ୍ତରଣ ନିମନ୍ତେ ଏୟାର୍ ଇଣ୍ଡିଆ ୪ଟି ବିମାନ ଚଳାଚଳ ଆରମ୍ଭ କରିଛି। ଏୟାର୍ ଇଣ୍ଡିଆର ୨ଟି ବିମାନ ୟୁକ୍ରେନ୍ ସୀମାନ୍ତକୁ ଲାଗିଥିବା ରୋମାନିଆକୁ ଏବଂ ଗୋଟିଏ ହଙ୍ଗେରିକୁ ପଠାଯାଇଥିବା ସହ ବାକି ଆଉ ଗୋଟିଏ ବିମାନ ଜନସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ କରିଛି।
Follow Us