ସାଉଦୀ ଆରବକୁ ୬୫୦ ନିୟୁତ ଡଲାର୍‌ ମୂଲ୍ୟର ୨୮୦ଟି ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବିକିବ ଆମେରିକା

ସାଉଦୀ ଆରବକୁ ୬୫୦ ନିୟୁତ ଡଲାର୍‌ ମୂଲ୍ୟର ୨୮୦ଟି ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବିକିବ ଆମେରିକା

Image Courtesy of WION

ଓ୍ଵାସିଂଟନ୍‌: ସାଉଦୀ ଆରବକୁ ୬୫୦ ନିୟୁତ ଡଲାର୍‌ ମୂଲ୍ୟର ଆକାଶରୁ ଆକାଶକୁ ନିକ୍ଷେପ କରାଯାଉଥିବା ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବିକ୍ରି କରିବ ବୋଲି ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ବିଭାଗ ଘୋଷଣା କରିଛି। ଡ୍ରୋନ୍‌ ଆକ୍ରମଣରୁ ସାଉଦୀ ଆରବକୁ ରକ୍ଷା କରିବା ଲାଗି ଆମେରିକା ଉକ୍ତ କ୍ଷେପଣାସ୍ତ୍ର ବିକ୍ରିକୁ ଅନୁମୋଦନ କରିଥିବା ଜଣାପଡ଼ିଛି।

ଏହି ଅନୁମୋଦନ ବଳରେ ସାଉଦୀ ଆରବ ୨୮୦ଟି ‘ଏମ୍‌-୧୨୦ସି’ ଉନ୍ନୀତ ମଧ୍ୟମ ରେଞ୍ଜ୍‌ କ୍ଷେପଣାସ୍ତ୍ର ଏବଂ ତାହାର ଯନ୍ତ୍ରାଂଶ ଖରିଦ କରିପାରବ ବୋଲି ବୈଦେଶିକ ବିଭାଗ କହିଛି।

publive-image Image Courtesy of Reuters

ବୈଦେଶିକ ବିଭାଗର ଜଣେ ମୁଖପାତ୍ର କହିଛନ୍ତି, ସାଉଦୀ ଆରବରେ ଥିବା ଉଭୟ ସାଉଦୀ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସେନା ପ୍ରତି ବିପଦର କାରଣ ହୋଇଥିବା ଡ୍ରୋନ୍‌ଗୁଡ଼ିକୁ ପ୍ରତିହତ କରିବା ପାଇଁ ସାଉଦୀମାନେ ଉକ୍ତ କ୍ଷେପଣାସ୍ତ୍ର ପ୍ରୟୋଗ କରିବା ଶିଖିସାରିଛନ୍ତି। ବିଶେଷକରି, ଏହି ଡ୍ରୋନ୍‌ ସବୁ ୟେମେନ୍‌ରୁ ଆସୁଛି।

ମୁଖପାତ୍ରଜଣକ ଆହୁରି ମଧ୍ୟ କହିଛନ୍ତି, ଗତ କେତେ ବର୍ଷ ହେବ ସାଉଦୀ ଆରବ ଉପରେ ସୀମାପାରି ଆକ୍ରମଣ ବୃଦ୍ଧି ପାଇଥିବା ଆମ ଦୃଷ୍ଟିକୁ ଆସିଛି। ସାଉଦୀମାନେ ୟେମେନ୍‌ରେ ହାଉଥି ବିଦ୍ରୋହୀମାନଙ୍କ ବିରୋଧରେ ଲଢ଼େଇ କରୁଛନ୍ତି। ହାଉଥି ବିଦ୍ରୋହୀମାନଙ୍କୁ ଇରାନ୍‌ ସହଯୋଗ କରୁଛି।

ବିକ୍ରୟ ହେବାକୁ ଥିବା କ୍ଷେପଣାସ୍ତ୍ରଗୁଡ଼ିକୁ ଭୂପୃଷ୍ଠରୁ ହେଉଥିବା ଆକ୍ରମଣ ବିପକ୍ଷରେ ବ୍ୟବହାର କରିହେବ ନାହିଁ ବୋଲି ମୁଖପାତ୍ରଜଣକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe