ଇରାନ ବିରୋଧରେ ଆମେରିକାର କଠୋର କଟକଣା

Advertisment
ଇରାନ ବିରୋଧରେ ଆମେରିକାର କଠୋର କଟକଣା

ୱାସିଂଟନ: ଇସ୍ରାଏଲ ଓ ହମାସ୍‌ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବା ବେଳେ ଆମେରିକା ଇସ୍ରାଏଲକୁ ସବୁ ପ୍ରକାର ସହାୟତା ଓ ସମର୍ଥନ ଦେଇ ଆସୁଛି। ଅନ୍ୟପକ୍ଷରେ ଇରାନ ଇସ୍ରାଏଲ ବିରୋଧୀ ଆଭିମୁଖ୍ୟକୁ ଅଧିକ ବ୍ୟାପକ କରିବା ସହ ଆତଙ୍କବାଦୀମାନଙ୍କୁ ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ସିଧାସଳଖ ଉସୁକାଉଛି। ଇରାନ ସମର୍ଥିତ ଆତଙ୍କବାଦୀମାନେ ସିରିୟା ଓ ଇରାକ୍‌ରେ ଆମେରିକା ସେନା ଘାଟିକୁ ଟାର୍ଗେଟ୍‌ କରିଥିବାରୁ ଆମେରିକା କଡ଼ା ଚେତାବନୀ ଦେବାସହ ଇରାନ ଉପରେ କଠୋର ଆର୍ଥିକ କଟକଣା ଲାଗୁ କରିଛି। ଇରାନ ଏକ ମୁସଲିମ୍‌ ରାଷ୍ଟ୍ର, ଯିଏ ହମାସ, ହେଜବୁଲ୍ଲା ପରି ବିଭିନ୍ନ ଦେଶରେ ଥିବା ଇସ୍‌ଲାମିକ ଆତଙ୍କବାଦୀ ସଂଗଠନଗୁଡ଼ିକୁ ଅସ୍ତ୍ରଶସ୍ତ୍ର, ଆର୍ଥିକ ଓ ସାମରିକ ସାହାଯ୍ୟ ଯୋଗାଇ ଆସୁଛି। ଏହି ଆତଙ୍କବାଦୀମାନଙ୍କୁ ଇରାନ ହିଁ ତାଲିମ ଦେଇଛି। ଇରାନର ସମର୍ଥନରେ ହିଁ ଇସ୍ରାଏଲ ପରି ଶକ୍ତିଶାଳୀ ରାଷ୍ଟ୍ର ବିରୋଧରେ ଯୁଦ୍ଧ କରିବାକୁ ହମାସ ସାହସ କରିଛି।

‌ଏପଟେ ହମାସ ଓ ହେଜବୁଲ୍ଲା ଇସ୍ରାଏଲ ବିରୋଧରେ ଯୁଦ୍ଧ କରୁଥିବା ବେଳେ ସେପଟେ ଇରାନ-ସମର୍ଥିତ ଅନ୍ୟ ଆତଙ୍କବାଦୀ ଗୋଷ୍ଠୀ ଇରାକ ଓ ସିରିଆରେ ଥିବା ଆମେରିକାର ସେନାଘାଟି ଉପରେ ଆକ୍ରମଣ କରିଛନ୍ତି। ଅବଶ୍ୟ ଆମେରିକା ସେନା ଏହି ଆକ୍ରମଣ ଉଦ୍ୟମକୁ ପଣ୍ଡ କରିଦେଇଛି। ଆମେରିକା ବିଦେଶ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଟ୍ବିଟ୍ କରି ଜଣାଇଛନ୍ତି ଯେ, ଇରାନର ବାଲି‌ଷ୍ଟିକ୍ ମିସାଇଲ ଓ ୟୁଏଭି କାର୍ଯ୍ୟକ୍ରମର ମୁକାବିଲା କରିବା ପାଇଁ ନୂଆ ପ୍ରତିବନ୍ଧକ ଲଗାଇବାକୁ ଆମେରିକା ବାଧ୍ୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe