ନିୟନ୍ତ୍ରଣରୁ ବାହାରି ଯାଇ ପୁଣି ଥରେ ପୃଥିବୀକୁ ଫେରି ଆସୁଥିବା ଚୀନା ରକେଟ୍‌ ଉପରେ ଦୃଷ୍ଟି ରଖିଛି ଆମେରିକା

Advertisment
ନିୟନ୍ତ୍ରଣ ହରାଇ ପୃଥିବୀ ଆଡ଼କୁ ମାଡ଼ିଆସୁଛି ଚୀନର ରକେଟ୍, ସ୍ପେନ ନିକଟରେ ପଡ଼ିବା ଆଶଙ୍କା

Image Courtesy of NDTV

ୱାସିଂଟନ୍‌: ନିୟନ୍ତ୍ରଣରୁ ବାହାରି ଯାଇ ପୃଥିବୀର ବାୟୁମଣ୍ଡଳ ମଧ୍ୟକୁ ପୁନଃ ପ୍ରବେଶ କରୁଥିବା ଚୀନ୍‌ର ‘ଲଙ୍ଗ୍‌ ମାର୍ଚ ୫ବି-ରକେଟ୍‌’ ଉପରେ ଦୃଷ୍ଟି ରଖିଥିବା କଥା ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ବିଭାଗ କହିଛି।

ଚୀନ୍‌ର ଉକ୍ତ ରକେଟ୍‌ଟି ମେ ୮ ତାରିଖରେ ପୃଥିବୀର ବାୟୁମଣ୍ଡଳ ମଧ୍ୟକୁ ପ୍ରବେଶ କରିବାର ସମ୍ଭାବନା ଅଛି। ରକେଟ୍‌ର ଭଗ୍ନାଂଶ ପଡ଼ିଲେ ପୃଥିବୀ ପୃଷ୍ଠରେ କିଛି କ୍ଷୟକ୍ଷତି ହେବାର ଆଶଙ୍କା ଥିବାରୁ ଯୁକ୍ତରାଷ୍ଟ୍ର ଆମେରିକାର ସ୍ପେସ୍‌ କମାଣ୍ଡ୍‌ ତାହାର ଗତିପଥ ଉପରେ ନଜର ରଖିଥିବା କଥା ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି।

publive-image Image Courtesy of CBS News

ଚୀନା ‌ରକେଟ୍‌ଟି ପୃଥିବୀ ପୃଷ୍ଠରେ ଖସିଲା ପର୍ଯ୍ୟନ୍ତ ‘୧୮ଶ ସ୍ପେସ୍‌ କଣ୍ଟ୍ରୋଲ୍‌ ସ୍କ୍ବାଡ୍ରୋନ୍‌’ ରକେଟ୍‌ର ଅବସ୍ଥିତି ସଂକ୍ରାନ୍ତରେ ଦୈନିକ ସଦ୍ୟ ସୂଚନା ଜାରି କରୁଥିବ। ମେ ୪ ତାରିଖରୁ ପେଣ୍ଟାଗନ୍‌ର ‘ୟୁଏସ୍‌ ସ୍ପେସ୍‌ କମାଣ୍ଡ୍‌’ ଉକ୍ତ ରକେଟ୍‌କୁ ‘ଟ୍ରାକିଙ୍ଗ୍‌’ କରି ଆସୁଛି।

ପ୍ରାୟ ୧୦୦ ଫୁଟ୍‌ ଦୀର୍ଘ ଏହି ରକେଟ୍‌ଟି ପ୍ରତି ୯୦ ମିନିଟ୍‌ରେ ପୃଥିବୀ ପରିକ୍ରମା କରିବା ସହ ଅତି ଦ୍ରୁତ ବେଗରେ ନ୍ୟୁୟର୍କର ଉତ୍ତର ଏବଂ ବେଜିଙ୍ଗ୍ ଅତିକ୍ରମ କରୁଛି।

ବିପଦର ଆଶଙ୍କା ଥିଲେ ବି ଉପରୋକ୍ତ ରକେଟ୍‌ଟି ବିଶ୍ବର କୌଣସି ଏକ ସମୁଦ୍ର କିଂବା ନିକାଞ୍ଚନ ସ୍ଥାନରେ ଖସିପଡ଼ିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe