ପ୍ରାୟ ୨୦ ବର୍ଷ ପରେ ଆଫଗାନିସ୍ତାନର ବାଗ୍ରାମ୍‌ ବିମାନଘାଟି ଛାଡ଼ିଲେ ଆମେରିକୀୟ ସୈନିକ

Advertisment
ପ୍ରାୟ ୨୦ ବର୍ଷ ପରେ ଆଫଗାନିସ୍ତାନର ବାଗ୍ରାମ୍‌ ବିମାନଘାଟି ଛାଡ଼ିଲେ ଆମେରିକୀୟ ସୈନିକ

ନୂଆଦିଲ୍ଲୀ: ପ୍ରାୟ ୨୦ ବର୍ଷ ପରେ ଯୁକ୍ତରାଷ୍ଟ୍ର ଆମେରିକୀୟ ସେନା ଆଫଗାନିସ୍ତାନର ବାଗ୍ରାମ୍ ବିମାନଘାଟି ଛାଡ଼ିଥିବା ଶୁକ୍ରବାର ଦିନ ସମ୍ବାଦ ସରବରାହ ସଂସ୍ଥାନ ‘ଏପିଆଇ’ ରିପୋର୍ଟ କରିଛି। ଉକ୍ତ କୁଖ୍ୟାତ ବିମାନଘାଟିରେ କେତେଗୁଡ଼ିଏ ସାମରିକ ‘ଏନ୍‌କାଉଣ୍ଟର୍‌’ ସଙ୍ଗଠିତ ହୋଇଥିଲା। ବିଶେଷକରି, ୯/୧୧ ଆତଙ୍କବାଦୀ ଆକ୍ରମଣ ପରେ ଏହା ଥିଲା ଆଫଗାନିସ୍ତାନରେ ଯୁକ୍ତରାଷ୍ଟ୍ର ଆମେରିକାର ‘ଆତଙ୍କବାଦ ବିରୋଧୀ ସଂଗ୍ରାମ’ର କେନ୍ଦ୍ରସ୍ଥଳ।

publive-image Image Courtesy of NDTV

ସୈନ୍ୟ ପ୍ରତ୍ୟାହାର ସଂକ୍ରାନ୍ତରେ ଅବଗତ ଥିବା ଦୁଇଜଣ ଆମେରିକୀୟ ସାମରିକ ଅଧିକାରୀଙ୍କ ଉକ୍ତିକୁ ଉଦ୍ଧାର କରି ଉପରୋକ୍ତ ସମ୍ବାଦ ସରବରାହ ସଂସ୍ଥାନ ରିପୋର୍ଟ କରିଛି ଯେ, ସମଗ୍ର ବାଗ୍ରାମ୍‌ ବିମାନଘାଟିକୁ ‘ଆଫଗାନ ନ୍ୟାସ୍‌ନାଲ୍‌ ସିକ୍ୟୁରିଟି ଆଣ୍ଡ୍‌ ଡିଫେନ୍‌ସ୍‌ ଫୋର୍ସ’କୁ ହସ୍ତାନ୍ତର କରାଯାଇଛି।

publive-image Image Courtesy of NY Times

ବାଗ୍ରାମ୍‌ ବିମାନଘାଟି ଥିଲା ତାଲିବାନ ଏବଂ ଅଲ୍‌-କାଏଦା ଆତଙ୍କବାଦୀ ସଙ୍ଗଠନ ବିରୋଧୀ ସଂଗ୍ରାମରେ ଯୁକ୍ତରାଷ୍ଟ୍ର ଆମେରିକୀୟ ସେନାର ଭିତ୍ତିଭୂମି। ସେଠାରେ ଯୁକ୍ତରାଷ୍ଟ୍ର ଆମେରିକା ସେନାର ‘ଏୟାର୍‌ ଏକ୍ସେଡିଏସନାରି ୱିଙ୍ଗ୍‌’ର ୪୫୫ଜଣ କର୍ମଚାରୀ ପ୍ରାୟ ୨୦ ବର୍ଷ ଧରି ରହିଥିଲେ। ଏହାଛଡ଼ା, ଏହି ବିମାନଘାଟିକୁ ଯୁକ୍ତରାଷ୍ଟ୍ର ଆମେରିକାର ପଦାତିକ ବାହିନୀ, ନୌସେନା ଏବଂ ସାମୁଦ୍ରିକ ସେନାର ଭ୍ରାମ୍ୟମାଣ ୟୁନିଟ୍‌ ସବୁ ମଧ୍ୟ ସେମାନଙ୍କର ଭିତ୍ତି ଭାବେ ବ୍ୟବହାର କରୁଥିଲେ।

ଯୁକ୍ତରାଷ୍ଟ୍ର ଆମେରିକାର ଶୀର୍ଷସ୍ତରୀୟ କମାଣ୍ଡର୍‌ ଜେନେରାଲ୍‌ ଅଷ୍ଟିନ୍‌ ଏସ୍‌ ମିଲର୍‌ କହିଛନ୍ତି ଯେ, ଔପଚାରିକ ଭାବେ ସୈନିକମାନେ ବାଗ୍ରାମ ବିମାନଘାଟି ଛାଡ଼ିଲେ ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକା ତା’ର ସୈନ୍ୟବଳଙ୍କୁ ସୁରକ୍ଷା ଦେବା ପାଇଁ ସାମର୍ଥ୍ୟ ଓ କର୍ତ୍ତୃତ୍ବ ରଖିଛି।

ସୂଚନାଯୋଗ୍ୟ, କାବୁଲରେ ଥିବା ଆମେରିକୀୟ ଦୂତାବାସର ସୁରକ୍ଷା ନିମନ୍ତେ ସମ୍ପ୍ରତି ଆମେରିକାର ୬,୫୦୦ ସୈନିକ ଆଫଗାନିସ୍ତାନରେ ଅବସ୍ଥାନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe