Image Courtesy of The News York Times
ୱାସିଂଟନ୍: ରବିବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ଆଇଦାହୋ ପ୍ରଦେଶ ଅନ୍ତର୍ଗତ ଏକ ଜଳାଶୟ ଉପର ଆକାଶରେ ଦୁଇଟି ବିମାନ ପରସ୍ପର ସହ ଧକ୍କା ଖାଇବାରୁ ଅନ୍ୟୂନ ୮ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବିଶ୍ବାସ କରାଯାଉଛି।
ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି କି, ଆକାଶରେ ବିମାନ ଦୁଇଟି ପରସ୍ପର ସହ ଧକ୍କା ଖାଇ ତଳେ ଥିବା କୋରେଡୁଲେନ୍ ହ୍ରଦର ଜଳରାଶି ମଧ୍ୟକୁ ଖସିପଡ଼ିଛି। ପ୍ରାଥମିକ ରିପୋର୍ଟ ଅନୁସାରେ ଦୁଇଟି ବିମାନରେ ଆଠ ଜଣ ଯାତ୍ରୀ ଥିଲେ। କୁଟେନାଇ କାଉଣ୍ଟି ସେରିଫ୍ଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ଯେ, ତାଙ୍କ ସୋନାର୍ ଟିମ୍ ବିମାନ ଦୁଇଟିକୁ ଠାବ କରିଛି ଏବଂ ପାଣି ଭିତରୁ ଦୁଇଜଣଙ୍କ ଶବ ଉଦ୍ଧାର କରିଛି। ଆଉ କେହି ବଞ୍ଚିଥିବା କଥା ବିଶ୍ବାସ କରାଯାଇ ନ ପାରେ।
 Image Courtesy of News Breakବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସ୍ଥାନୀୟ ସମୟ ଦିନ ୨: ୨୦ ମିନିଟ୍ରେ ଏହି ବିମାନ ଦୁର୍ଘଟଣା ଘଟିଥିଲା। ପ୍ରତ୍ୟକ୍ଷଦର୍ଶୀମାନେ କହୁଛନ୍ତି ପାଓଡେର୍ହର୍ଣ୍ଣ ବେ ନିକଟରେ ବିମାନ ଦୁଇଟି ପରସ୍ପର ସହ ଧକ୍କା ଖାଇଥିଲେ। ନ୍ୟାସ୍ନାଲ୍ ଟ୍ରାନ୍ସ୍ପୋର୍ଟେସନ୍ ସେଫ୍ଟି ବୋର୍ଡକୁ ଏ ସଂକ୍ରାନ୍ତରେ ସୂଚନା ଦିଆଯାଇଛି ସେମାନେ ଏହାର ତଦନ୍ତ କରିବେ। ସମ୍ପ୍ରତି ବିମାନ ଦୁଇଟି ୧୨୭ ଫୁଟ୍ ଗଭୀର ଜଳରାଶିରେ ପଡ଼ିଛନ୍ତି।
  
 Follow Us