‘କୋଭାକ୍ସିନ୍’ ଏବଂ ‘ସ୍ପୁଟ୍‌ନିକ୍‌ ଭି’ ନେଇଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ପୁଣି ଟିକା ନେବାକୁ କହୁଛନ୍ତି ଆମେରିକୀୟ ବିଶ୍ବବିଦ୍ୟାଳୟ

Advertisment
‘କୋଭାକ୍ସିନ୍’ ଏବଂ ‘ସ୍ପୁଟ୍‌ନିକ୍‌ ଭି’ ନେଇଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ପୁଣି ଟିକା ନେବାକୁ କହୁଛନ୍ତି ଆମେରିକୀୟ ବିଶ୍ବବିଦ୍ୟାଳୟ

Image Courtesy of India Today

ନୂଆଦିଲ୍ଲୀ: ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ସ୍ବୀକୃତି ପାଇ ନ ଥିବା କୋଭିଡ୍‌-୧୯ ଟିକା ନେଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁନର୍ବାର ଟିକା ନେବା ଲାଗି ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକାରେ ଥିବା ବିଭିନ୍ନ ବିଶ୍ବବିଦ୍ୟାଳୟ କହୁଛନ୍ତି। ସେମାନଙ୍କ ମଧ୍ୟରେ ଭାରତ ବାୟୋଟେକ୍‌ର ‘କୋଭାକ୍ସିନ୍‌’ କିଂବା ରୁଷୀୟ ଟିକା ‘ସ୍ପୁଟ୍‌ନିକ୍‌ ଭି’ ନେଇଥିବା ଭାରତୀୟ ଛାତ୍ରଛାତ୍ରୀ ବି ଅନ୍ତଭୁର୍କ୍ତ ଥିବା ଜଣାପଡ଼ିଛି।

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ସ୍ବୀକୃତି ପାଇ ନ ଥିବା ଉକ୍ତ ଟିକାଗୁଡ଼ିକର ଫଳପ୍ରଦତା ଓ ନିରାପତ୍ତା ଆଦି ବିଷୟରେ କୌଣସି ପ୍ରାମାଣିକ ତଥ୍ୟ ନ ଥିବା କାରଣରୁ ଆମେରିକୀୟ ବିଶ୍ବବିଦ୍ୟାଳୟ ସବୁ ଏଭଳି ପରାମର୍ଶ ଦେଉଛନ୍ତି। ଶରତ୍‌କାଳୀନ ‘ସେମିଷ୍ଟର୍‌’ ଆରମ୍ଭ ହେବା ପୂର୍ବରୁ ଛାତ୍ରଛାତ୍ରୀମାନେ ପୁନଃଟିକାକରଣ କରାଇ ନେବା ଉଚିତ ବୋଲି ପରାମର୍ଶ ଦିଆଯାଇଛି।

କିନ୍ତୁ, ଦୁଇଟି ଭିନ୍ନ ପ୍ରକାରର ଟିକା ନେଲେ ସ୍ବାସ୍ଥ୍ୟ ସୁରକ୍ଷା ବିପନ୍ନ ହେବା ଭଳି ସମସ୍ୟା ଦେଖା ଦେଇପାରେ ଭାବି ସମ୍ପୃକ୍ତ ଛାତ୍ରଛାତ୍ରୀମାନେ ଚିନ୍ତାକୁଳ ପରିସ୍ଥିତିରେ ଅଛନ୍ତି।

publive-image Image Courtesy of Mint

ଏ ସଂକ୍ରାନ୍ତରେ ‘ସେଣ୍ଟର୍‌ସ୍‌ ଫର୍‌ ଡିଜିଜ୍ କଣ୍ଟ୍ରୋଲ୍‌ ଆଣ୍ଡ୍‌ ପ୍ରିଭେନ୍‌ସନ୍’ର (ସିଡିସି) ମୁଖପାତ୍ର କ୍ରିଷ୍ଟେନ୍‌ ନର୍ଡଲଣ୍ଡ୍‌ ‘ନ୍ୟୁୟର୍କ ଟାଇମ୍‌ସ୍‌’କୁ କହିଛନ୍ତି ଯେ, ଯେଉଁମାନେ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ଦ୍ବାରା ସ୍ବୀକୃତି ପାଇ ନ ଥିବା ଟିକା ନେଇଛନ୍ତି ସେମାନେ ୨୮ ଦିନ ଅପେକ୍ଷା କରିବା ପରେ ଆମେରିକାରେ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ଅନୁମୋଦିତ ଟିକା ନେଇ ପାରିବେ।

ସୂଚନାଯୋଗ୍ୟ, ଆମେରିକୀୟ ଔଷଧ କମ୍ପାନି ଫାଇଜର୍, ମଡର୍ଣ୍ଣା ଏବଂ ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ ଉତ୍ପାଦିତ ଟିକାଗୁଡ଼ିକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ଦେଇଛି।

ପ୍ରାପ୍ତ ସୂଚନା ଅନୁସାରେ, ଆମେରିକୀୟ ବିଶ୍ବବିଦ୍ୟାଳୟ ସବୁ ‘ଟ୍ୟୁସନ୍ ଫି’ ଆକାରରେ ପ୍ରତିବର୍ଷ ୩୯ ବିଲିୟନ୍‌ ଡଲାର୍‌ ରାଜସ୍ବ ପାଇ ଥାଆନ୍ତି। ସେହିଭଳି ପ୍ରତିବର୍ଷ ପ୍ରାୟ ୨ ଲକ୍ଷ ଭାରତୀୟ ଛାତ୍ରଛାତ୍ରୀ ଆମେରିକୀୟ ବିଶ୍ବବିଦ୍ୟାଳୟମାନଙ୍କରେ ଅଧ୍ୟୟନ କରିବାକୁ ଯାଆନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe