Image Courtesy of India Today
ଓ୍ଵାସିଂଟନ୍: କୃଷି କ୍ଷେତ୍ରରେ ଅଣାଯାଇଥିବା ସଂସ୍କାରକୁ ସ୍ୱାଗତ କରିବା ସହ କୃଷକମାନଙ୍କ ସହ ଆଲୋଚନା କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଭାରତ ସରକାରଙ୍କୁ ପରାମର୍ଶ ଦେବା ସହ ‘ଶାନ୍ତିପୂର୍ଣ୍ଣ ପ୍ରତିବାଦ’କୁ ସ୍ୱୀକୃତି ଦେବା ଏବଂ ‘ଇଣ୍ଟର୍ନେଟ୍’ ସେବା ଅବ୍ୟାହତ ରଖିବାକୁ କହିଛି।
ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ବୈଦେଶିକ ବିଭାଗର ମୁଖପାତ୍ର କହିଛନ୍ତି, ଶାନ୍ତିପୂର୍ଣ୍ଣ ପ୍ରତିବାଦକୁ ଆମେ ଯେକୌଣସି ବିକଶିତ ଗଣତନ୍ତ୍ରର ବୈଶିଷ୍ଟ୍ୟ ରୂପେ ମାନ୍ୟତା ଦେଉ। ଦୁଇ ପକ୍ଷ ମଧ୍ୟରେ ଯଦି କିଛି ମତପାର୍ଥକ୍ୟ ରହିଛି, ଆଲୋଚନା ମାଧ୍ୟମରେ ତାହାର ସମାଧାନ କରାଯାଉ।
Image Courtesy of NDTVଦିଲ୍ଲୀ ସୀମାନ୍ତରେ ଥିବା ପ୍ରତିବାଦସ୍ଥଳ ଅଞ୍ଚଳରେ ଇଣ୍ଟର୍ନେଟ୍ ସେବା ବ୍ୟାହତ କରାଯିବା ପ୍ରସଙ୍ଗରେ ଯୁକ୍ତରାଷ୍ଟ୍ର ଆମେରିକା କହିଛି ଯେ, ସୂଚନା ଉନ୍ମୁକ୍ତ ରଖାଯିବା ମଧ୍ୟ ବିକଶିତ ଗଣତନ୍ତ୍ରର ଅନ୍ୟ ଏକ ବୈଶିଷ୍ଟ୍ୟ। ତେଣୁ ଅବାଧରେ ସୂଚନା ମିଳିବା କଥାକୁ ମଧ୍ୟ ଆମେ ସ୍ୱୀକୃତି ଦେଉ। ଇଣ୍ଟର୍ନେଟ୍ ସମେତ ଅଭିବ୍ୟକ୍ତି ପରିପ୍ରକାଶ ମଧ୍ୟ ଗଣତନ୍ତ୍ରର ମୌଳିକ ବୈଶିଷ୍ଟ୍ୟ ବୋଲି ମୁଖପାତ୍ରଜଣକ ଗୁରୁତ୍ୱାରୋପ କରି କହିଛନ୍ତି।
ମୁଖପାତ୍ରଜଣକ ଆହୁରି ମଧ୍ୟ କହିଛନ୍ତି ଯେ, ମୋଟାମୋଟି କହିବାକୁ ଗଲେ, ଭାରତୀୟ ବଜାରର ସାମର୍ଥ୍ୟକୁ ଉନ୍ନତ କରିବା ନିମନ୍ତେ ଓ ଅଧିକ ଘରୋଇ ସେକ୍ଟର୍ ନିବେଶ ନିମନ୍ତେ କରାଯାଇଥିବା ପଦକ୍ଷେପ ସବୁକୁ ଯୁକ୍ତରାଷ୍ଟ୍ର ଆମେରିକା ସ୍ୱାଗତ କରୁଛି।
Follow Us