କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ହେଲେ ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ୍

Advertisment
କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ହେଲେ ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ୍

Image Courtesy of CGTN

ୱାସିଂଟନ୍‌: ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ୍‌ ମଙ୍ଗଳବାର ଦିନ କୋଭିଡ୍-୧୯ ପଜିଟିଭ୍‌ ବାହାରିଥିବା କଥା ହ୍ବାଇଟ୍‌ ହାଉସ୍‌ ଘୋଷଣା କରିଛି।

ଉଲ୍ଲେଖଯୋଗ୍ୟ, ଦେଶରେ ଦ୍ରୁତ ସଂକ୍ରମଣଶୀଳ କୋଭିଡ୍‌-୧୯ ଭୂତାଣୁ ବ୍ୟାପୁଥିଲେ ମଧ୍ୟ ମହାମାରୀ ପୂର୍ବବର୍ତ୍ତୀ ସ୍ବାଭାବିକ ପରିସ୍ଥିତି ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ସମସ୍ତ କଟକଣା କୋହଳ କରି ଚାଲିଛି।

ନିକଟ ଅତୀତରେ ରାଷ୍ଟ୍ରପତି ଜୋ ବାଇଡେନ୍‌ କିଂବା ‘ଫାଷ୍ଟ୍‌ ଲେଡି’ ଜିଲ୍‌ ବାଇଡେନ୍‌ ହାରିସ୍‌ଙ୍କ ସଂସ୍ପର୍ଶରେ ଆସିଥିବା ପରି ମନେହେଉ ନ ଥିବା କଥା ହ୍ବାଇଟ୍‌ ହାଉସ୍‌ କହିଛି।

publive-image Image Courtesy of India Today

ହ୍ବାଇଟ୍‌ ହାଉସ୍‌ କହିଛି ଯେ, ଉଭୟ ‘ରାପିଡ୍‌’ ଏବଂ ‘ପିସିଆର୍‌’ ପରୀକ୍ଷାରେ ହାରିସ୍‌ ପଜିଟିଭ୍‌ ଆସିଛନ୍ତି। କିନ୍ତୁ, ତାଙ୍କଠାରେ ସଂକ୍ରମଣର କୌଣସି ଲକ୍ଷଣ ଦେଖା ଯାଇ ନ ଥିବା କଥା ସେ କହିଛନ୍ତି। ବାସଭବନରେ ଏକାନ୍ତବାସରେ ଥାଇ ସେ ଅଫିସ୍‌ କାର୍ଯ୍ୟ ସମ୍ପାଦନ କରିବେ। ପରବର୍ତ୍ତୀ ନମୁନା ପରୀକ୍ଷାରେ ‘ନେଗେଟିଭ୍‌’ ଆସିଲେ ସେ ହ୍ବାଇଟ୍‌ ହାଉସ୍‌କୁ ପ୍ରତ୍ୟାବର୍ତ୍ତନ କରିବେ।

ଉପରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିବାର କିଛି ସପ୍ତାହ ପୂର୍ବରୁ ୫୭ ବର୍ଷୀୟ ହାରିସ୍‌ ‘ମଡର୍ଣ୍ଣା’ କୋଭିଡ୍‌-୧୯ ଟିକାର ପ୍ରଥମ ଡୋଜ୍‌ ନେଇଥିଲେ। ୨୦୨୧ରେ ‘ଉଦ୍‌ଘାଟନୀ ଦିବସ’ର ଅଳ୍ପ କିଛି ଦିନ ପରେ ସେ ଉକ୍ତ ଟିକାର ଦ୍ବିତୀୟ ଡୋଜ୍‌ ନେଇଥିଲେ। ଏହାଛଡ଼ା, ଅକ୍ଟୋବର ଶେଷ ଭାଗ‌ରେ ସେ ‘ବୁଷ୍ଟର୍‌ ଡୋଜ୍‌’ ଏବଂ ଗତ ଏପ୍ରିଲ୍‌ ପହିଲାରେ ଅତିରିକ୍ତ ‘ବୁଷ୍ଟର୍‌ ଡୋଜ୍‌’ ନେଇଥିଲେ।

ସୂଚନାଯୋଗ୍ୟ, ସମ୍ପୂର୍ଣ୍ଣ ଟିକା ଡୋଜ୍‌ ଏବଂ ବୁଷ୍ଟର୍‌ ଡୋଜ୍‌ ନେଇଥିବା ଲୋକେ କୋଭିଡ୍‌-୧୯ ସଂକ୍ରମଣଜନିତ ସାଙ୍ଘାତି ଅସୁସ୍ଥତା ଏବଂ ମୃତ୍ୟୁମୁଖରୁ ନିରାପଦ ରହିବେ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ବିଶେଷକରି, ଦ୍ରୁତ ସଂକ୍ରମଣଶୀଳ ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ ସଂକ୍ରମଣରୁ କ‌ୋଭିଡ୍‌ ଟିକା ସୁରକ୍ଷା ଦେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe