କ୍ୟାପିଟଲ୍‌ ହିଂସା : କିଭଳି ସଂସଦ ଭବନ କବ୍‌ଜା କରିଥିଲେ ଟ୍ରମ୍ପ୍‌ ସମର୍ଥକ, ଜାଣନ୍ତୁ ପୂରା ବିବରଣୀ

Advertisment
କ୍ୟାପିଟଲ୍‌ ହିଂସା : କିଭଳି ସଂସଦ ଭବନ କବ୍‌ଜା କରିଥିଲେ ଟ୍ରମ୍ପ୍‌ ସମର୍ଥକ, ଜାଣନ୍ତୁ ପୂରା ବିବରଣୀ

Navbharat Times

ୱାସିଂଟନ୍ : ଆମେରିକାର କ୍ୟାପିଟଲ୍‌ ବିଲ୍‌ଡିଂ (ସଂସଦ ଭବନ)ରେ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ସମର୍ଥକଙ୍କ ଦ୍ବାରା ବୁଧବାର ବ୍ୟାପକ ହିଂସା ଘଟଣାକୁ ନେଇ ଦେଶବ୍ୟାପୀ ଉତ୍ତେଜନା ଲାଗି ରହିଛି। ୱାସିଂଟନ ଡିସିରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ଏବଂ ଜାନୁଆରି ୨୧ ତାରିଖ ପର୍ଯ୍ୟନ୍ତ ‘ପବ୍ଲିକ୍‌ ଏମର୍‌ଜେନ୍‌ସି’ (ସାର୍ବଜନିକ ଜରୁରୀସ୍ଥିତି) ଜାରି ହୋଇଛି। ଏହି ଘଟଣାରେ ଆଜି ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଥିବା ବେଳେ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ତୁରନ୍ତ ତାଙ୍କ ପଦରୁ ହଟାଯିବାକୁ ପ୍ରତିନିଧି ସଭା (ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌)ର ବାଚସ୍ପତି ନାନ୍‌ସି ପେଲୋସି ଦାବି କରିଛନ୍ତି। କ୍ୟାପିଟଲ ଦଙ୍ଗା ମାମଲାରେ ୪୦ରୁ ଅଧିକ ଲୋକ ଗିରଫ ହୋଇଛନ୍ତି ଏବଂ ଶତାଧିକ ଲୋକଙ୍କୁ ଅଟକ ରଖି ଜେରା ଚାଲିଛି। ଆମେରିକାର ଗଣତାନ୍ତ୍ରିକ ଇତିହାସରେ ଏହା ଏକ କଳା ଅଧ୍ୟାୟ ହୋଇଥିବା ବେଳେ ଏହାର କୁପ୍ରଭାରୁ ଆମେରିକା ଏତେଶୀଘ୍ର ମୁକୁଳି ପାରିବ ନାହିଁ ବୋଲି କୁହାଯାଉଛି। ଟ୍ରମ୍ପ୍‌ ସମର୍ଥକମାନେ କ୍ୟାପିଟଲ୍‌ ବିଲ୍‌ଡିଂକୁ କିଭଳି କବ୍‌ଜା କରି ହିଂସା ଘଟାଇଥିଲେ ତାହାର ଏକ ଘଟଣାକ୍ରମ:

ବୁଧବାର, ସକାଳ ୬ଟା: ୱାସିଂଟନ୍‌ ଡିସିରେ ଏକ ବିଶାଳ ରୢାଲି ପାଇଁ ହଜାର ହଜାର ସମର୍ଥକମାନେ ପ୍ରସ୍ତୁତ ହୋଇଥିଲେ। ଏଥିପାଇଁ ରାତିରୁ ଜନ ସମାବେଶ ଆରମ୍ଭ ହୋଇଯାଇଥିଲା।
୧୧.୫୦ : ‘ସେଭ୍‌ ଆମେରିକା ରୢାଲି’‌ରେ ‌ଟ୍ରମ୍ପ୍‌ ଉଦ୍‌‌ବୋଧନ ଦେବା ଆରମ୍ଭ କରିଥିଲେ ଏବଂ ସମର୍ଥକମାନଙ୍କୁ ଉସୁକା‌ଇଥିଲେ।
ମଧ୍ୟାହ୍ନ ୧୨ଟା ୩୦: ଟ୍ରମ୍ପ୍‌ଙ୍କ ସମର୍ଥକମାନେ ସଂସଦ ଭବନ ବାହାରେ ରୁଣ୍ଡ ହୋଇଥିଲେ।
ଅପରାହ୍ନ ୧.୦୦: ଜୋ ବାଇଡେନ୍‌ଙ୍କ ବିଜୟ ସ୍ପଷ୍ଟ କରିବାପାଇଁ ସାଂସଦମାନେ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ ଚ୍ୟାମ୍ବର୍‌ର ଏକ ଯୁଗ୍ମ ସଦନରେ ଏକତ୍ରିତ ହୋଇଥିଲେ
ଅପରାହ୍ନ ୧.୧୦: ଇଲେକ୍‌ଟୋରାଲ କଲେଜ ଭୋଟ୍‌ ଗଣତିକୁ ରୋକିବା ପାଇଁ କ୍ୟାପିଟଲ୍‌ ପରିସରକୁ ଦଙ୍ଗାକାରୀ ଧସେଇ ପଶିଥିଲେ।
୧.୪୦: କ୍ୟାପିଟଲର ବିଭିନ୍ନ ଦପ୍ତରରେ ଭଙ୍ଗାରୁଜା ଆରମ୍ଭ ହେଲା ଏବଂ ସହରରେ କର୍ଫ୍ୟୁ ଘୋଷଣା ହେଲା। ଗୁଳି ଫୁଟିବାର ଶବ୍ଦ ।
୨.୨୪: ଉପରାଷ୍ଟ୍ରପତି ମାଇକ୍‌ ପେନ୍ସଙ୍କୁ ସିନେଟ୍‌ ଚ୍ୟାମ୍ବର୍‌କୁ ସୁରକ୍ଷାର ସହ ନିଆଗଲା। କିଛି ସମୟ ପୂର୍ବରୁ ଟ୍ରମ୍ପ୍‌ ଟ୍ବିଟ୍‌ କରି କହିଥିଲେ, ଦେଶର ସୁରକ୍ଷା ପାଇଁ ଯାହା କରିବା ଉଚିତ୍‌ ତାହା କରିବାପାଇଁ ପେନ୍ସଙ୍କର ଆଗ୍ରହ ନାହିଁ।
୨.୩୮: ଟ୍ରମ୍ପ୍‌ ପୁଣି ଏକ ଟ୍ବିଟ୍‌ କରି ଦଙ୍ଗାକାରୀମାନଙ୍କୁ ଶାନ୍ତ ‌ହେବାପାଇଁ କହିଥିଲେ ଏବଂ କ୍ୟାପିଟଲ୍‌ ପୁଲିସକୁ ସହଯୋଗ କରିବା ସହ ଆଇନ ଶୃଙ୍ଖଳା ବଜାୟ ରଖିବାକୁ କହିଥିଲେ ।
୨.୪୪: ହାଉସ୍‌ ଚ୍ୟାମ୍ବରରେ ଗୁଳି ଫୁଟିଲା।
୩.୦୩: ସି‌ନେଟ୍‌ରେ ଦଙ୍ଗାକାରୀମାନେ ଧସେଇ ପଶିଲେ।
୩.୩୪: ପୁଲିସ ଗୁଳିରେ ଜଣେ ଆନ୍ଦୋଳନକାରୀ ମହିଳାଙ୍କ ମୃତ୍ୟୁ ହେଲା।
୩.୫୧: ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବାକୁ ସହାୟତାର ହାତ ବଢ଼ାଇଲା ଡିଷ୍ଟ୍ରିକ୍ଟ ଅଫ୍‌ କଲମ୍ବିଆ ନ୍ୟାସନାଲ୍‌ ଗାର୍ଡ । ସହରରେ କର୍ଫ୍ୟୁ ଜାରି ହେଲା।
୪: ଆମେରିକା ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା‌ ଜୋ ବାଇଡେନ୍‌ଙ୍କୁ ଆମେରିକା କଂଗ୍ରେସ ପ୍ରମାଣପତ୍ର ପ୍ରଦାନ କଲେ ଏବଂ ବାଇଡେନ୍‌ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଲେ ।
୪.୦୫: ସାଂସଦମାନଙ୍କୁ କ୍ୟାପିଟଲ୍‌ ବିଲ୍‌ଡିଂରୁ ଖାଲି କରାଗଲା ।
୪.୧୭: ଭିଡିଓ ବାର୍ତ୍ତା ଜାରି କରି ଟ୍ରମ୍ପ୍‌ ଦଙ୍ଗାକାରୀମାନଙ୍କୁ ଘରକୁ ଫେରିଯିବାକୁ କହିଲେ ।
୫.୪୦ : କ୍ୟାପିଟଲ୍‌ ପରିସର ସୁରକ୍ଷିତ ଅଛି ବୋଲି ଘୋଷଣା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe