ସେନାର ଯବାନ ନୁହନ୍ତି ଏଣିକି ରୋବୋର୍ଟ ଡଗ ସୀମା ଜଗିବ

ସେନାର ଯବାନ ନୁହନ୍ତି ଏଣିକି ରୋବୋର୍ଟ ଡଗ ସୀମା ଜଗିବ

ନୂଆଦିଲ୍ଲୀ: ସୀମା ସୁରକ୍ଷା ପାଇଁ ଆମେରିକା ଏକ ନୂଆ ପ୍ରକାର ଗାର୍ଡ ଉପରେ କାମ କରୁଛି। ଏହି ଗାର୍ଡକୁ ରୋବୋର୍ଟ ଡଗ କୁହାଯାଉଛି। ଡିପାର୍ଟମେଣ୍ଟ ଅଫ ହୋମଲ୍ୟାଣ୍ଡ ସିକ୍ୟୁରିଟି (ଡିଏଚଏସ) ଘୋଷଣା କରିଛି କି ୟୁଏସ କଷ୍ଟମ୍ସ ଆଣ୍ଡ ବର୍ଡର ପ୍ରୋଟେକସନ (ସିବିପି) ରୋବୋର୍ଟ ଡଗ୍ସର ପରୀକ୍ଷଣ କରୁଛି। ଏହି ଡଗକୁ ସୀମା ଉପରେ ନଜର ରଖିବାର ଲକ୍ଷ୍ୟ ତିଆରି କରାଯାଉଛି।

ଏହି ରୋବୋର୍ଟ ଡଗ ହାତରେ ସୁଟିଂ ଗନ ଧରିବାର ଦୃଶ୍ୟ କିଛି ବର୍ଷ ମଧ୍ୟରେ ଦେଖିବାକୁ ମିଳିବ। ରୋବୋର୍ଟ ଡଗକୁ ୨୦ପାଉଣ୍ଡ ପେଲୋଡ ନେଇ ପାହାଡ ଚଢ଼ାଇ ତଳକୁ ଓହ୍ଲାଇ ପଥରରେ ଚଲାଇ, ଶିଢ଼ି ଚଢ଼ାଇ ପରୀକ୍ଷଣ କରାଯାଇଛି। ତେବେ ଡିଏଚଏସ ଏହାର ପରୀକ୍ଷଣ ଓ ଏହାର ଡେଭଲପମେଣ୍ଟକୁ ନେଇ କୌଣସି ଟାଇମ ଲାଇନ ସେୟାର କରି ନାହାନ୍ତି।

ସିବିପି ଏଥିପାଇଁ ଆଡଭାନ୍ସ ଅଟୋମେଟେଡ ଗ୍ରାଉଣ୍ଡ ସର୍ଭିଲାନ୍ସ ଭେଇକିଲ ସିଷ୍ଟମ ଡେଭଲପ କରୁଥିବା କମ୍ପାନି ଗୋଷ୍ଟ ରୋବୋଟିକ ସହିତ ପାର୍ଟନରସିପ କରିଛି। ଗୋଷ୍ଟ ରୋବୋଟିକ ମୁଖ୍ୟ ଗାଭିନ କେନେଲିଙ୍କ ଅନୁସାରେ, ଡଗ ରୋବୋର୍ଟର ଓଜନ ୧୦୦ ପାଉଣ୍ଡ ରହିଛି। ଏହାକୁ ସିବିପିର କାମ ହିସାବରେ ଡିଜାଇନ କରାଯାଇଛି। ଗୋଷ୍ଟ ରୋବୋଟିକର ସବୁଠାରୁ ଚର୍ଚ୍ଚିତ ମେଡଲ ଭର୍ସନ ୬୦ ରହିଛି। ଯାହାର ଲମ୍ବ ୨.୫ ଫୁଟ ରହିଥିବା ବେଳେ ଓଜନ ୩୨ କିଲୋଗ୍ରାମ ରହିଛି। ଏହା ୩ଘଣ୍ଟାରେ ଫୁଲ ଚାର୍ଜ ଥିବା ଗୋଟିଏ ବ୍ୟାଟେରିରେ ୧୨କିଲୋମିଟର ପର୍ଯ୍ୟନ୍ତ ଚାଲିପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe