ଚୀନ୍‌ ଯୋଗୁଁ ଜଟିଳ ସମସ୍ୟାର ସମ୍ମୁଖୀନ ହେଉଛି ଭାରତ: ଆମେରିକା

ଚୀନ୍‌ ଯୋଗୁଁ ଜଟିଳ ସମସ୍ୟାର ସମ୍ମୁଖୀନ ହେଉଛି ଭାରତ: ଆମେରିକା

Image Courtesy of India Today

ୱାସିଂଟନ୍‌: ଭାରତ, ନିର୍ଦ୍ଦିଷ୍ଟଭାବେ ଚୀନ୍‌ ଏବଂ ବାସ୍ତବ ନିୟନ୍ତ୍ରଣ ରେଖାରେ ଚୀନ୍‌ର ଆଚରଣଦ୍ବାରା ଗୁରୁତ୍ବପୂର୍ଣ୍ଣ ଭୂ-ରାଜନୈତିକ ସମସ୍ୟାର (ସିଗ୍ନିଫିକ‌‌ାଣ୍ଟ୍‌ ଜିଓପଲିଟିକାଲ୍‌ ଚାଲେଞ୍ଜ୍‌ଜେସ୍‌) ସମ୍ମୁଖୀନ ହେଉଛି ବୋଲି ‘ଇଣ୍ଡୋ-ପାସିଫିକ୍‌ ଷ୍ଟ୍ରାଟେଜିକ୍‌ ରିପୋର୍ଟ’ ରିଲିଜ୍ କରିବା ସମୟରେ ହ୍ବାଇଟ୍‌ ହାଉସ୍‌ କହିଛି।

ଶୁକ୍ରବାର ଦିନ ରିଲିଜ୍‌ ହୋଇଥିବା ଏହି ‘‌ଷ୍ଟ୍ର‌ାଟେଜିକ୍‌’ ରିପୋର୍ଟ ହେଉଛି ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ନେତୃତ୍ବାଧୀନ ପ୍ରଶାସନର ପ୍ରଥମ ଆଞ୍ଚଳିକଭିତ୍ତିକ ରିପୋର୍ଟ। ଏଥିରେ ହ୍ବାଇଟ୍‌ ହାଉସ୍‌ କହିଛି: ଆମେ ଗ‌ୋଟାଏ ରଣନୈତିକ ଭାଗିଦାରିତା ଗଠନ କରିବୁ ଯେଉଁଥିରେ ଯୁକ୍ତରାଷ୍ଟ୍ର ଆମେରିକା ଓ ଭାରତ ଦକ୍ଷିଣ ଏସିଆରେ ସ୍ଥିରତା ପ୍ରସାର ପାଇଁ ଆଞ୍ଚଳିକ ସଙ୍ଗଠନ ମାଧ୍ୟମରେ ଏକତ୍ର କାମ କରିବେ। ଏଥିରେ ସ୍ବାସ୍ଥ୍ୟ, ମହାକାଶ ଏବଂ ସାଇବରସ୍ପେସ୍‌ ଭଳି ନୂତନ କ୍ଷେତ୍ରରେ ଦୁଇ ଦେଶ ପରସ୍ପରରକୁ ସହଯୋଗ କରିବା ସହ ମୁକ୍ତ ଏବଂ ଅବାଧ ‘ଇଣ୍ଡୋ-ପାସିଫିକ୍‌’ ଅଞ୍ଚଳ ନିମନ୍ତେ ଅବଦାନ ଦେବେ।

publive-image Image Courtesy of NDTV

ଏଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଦକ୍ଷିଣ ଏସିଆ ଏବଂ ଭାରତ ମହାସାଗରରେ ସମଭାବାପନ୍ନ ଅଂଶୀଦାର ଏବଂ ନେତା ଭାବେ ଆମେ ଭାରତକୁ ସ୍ବୀକୃତି ଦେଉଛୁ।

କିନ୍ତୁ, ପରିଚୟ ଗୁପ୍ତ ରଖିବା ସର୍ତ୍ତରେ ଜଣେ ବରିଷ୍ଠ ଆମେରିକୀୟ ସରକାରୀ ଅଧିକାରୀ କହିଛନ୍ତି, ଭାରତ କିନ୍ତୁ, ଖୁବ୍‌ ଗୁରୁତ୍ବପୂର୍ଣ୍ଣ ଆହ୍ବାନର ସମ୍ମୁଖୀନ ହେଉଛି। ବାସ୍ତବ ନିୟନ୍ତ୍ରଣ ରେଖାରେ ଚୀନ୍‌ର ଆଚରଣ ଭାରତ ଉପରେ ଶକ୍ତ ଧକ୍କା ଦେବା ଭଳି ପ୍ରଭାବ ପକାଇଥିଲା। ନିଜ ଅଞ୍ଚଳର ଜଟିଳ ସମସ୍ୟା ସମାଧାନ ପ୍ରତି ଆଗ୍ରହୀ ହେବା ସହ ବିଶ୍ବ ସମୁଦାୟଙ୍କ ଗୁରୁତ୍ବ ବୁଝୁଥିବା ସାମୁଦ୍ରିକ ପରମ୍ପରା ଥିବା ଗଣତାନ୍ତ୍ରିକ ଦେଶ ସହ କାମ କରିବାରେ ଅପର୍ଯ୍ୟାପ୍ତ ସୁଯୋଗ ମିଳିବ ବୋଲି ଆମ ଦୃଷ୍ଟିକୋଣରୁ ଆମେ ଜାଣିପାରୁଛୁ।

ଅଷ୍ଟ୍ରେଲିଆ ଏବଂ ଅନ୍ୟାନ୍ୟ ଦେଶ ତୁଳନାରେ ଭାରତ ଅନେକ ଗୁଣରେ ଯଥେଷ୍ଟ ଭିନ୍ନ ଦେଶ ବୋଲି ଉକ୍ତ ବରିଷ୍ଠ ଅଧିକାରୀଜଣକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe