Image Courtesy of NDTV
ୱାସିଂଟନ୍: ୟୁକ୍ରେନ୍ରେ ଯୁକ୍ତରାଷ୍ଟ୍ର ଆମେରିକା ଜୈବାସ୍ତ୍ର (ବାୟୋଲୋଜିକାଲ୍ ୱିପନ୍) ପ୍ରୟୋଗକୁ ସମର୍ଥନ କରୁଛି ବୋଲି ରୁଷ୍ କରିଥିବା ଦାବିକୁ ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ଅଗ୍ରାହ୍ୟ କରିବା ସହ ସତର୍କ କରାଇ କହିଛି ଯେ, ଏହାର ଅର୍ଥ ହେଉଛି ମସ୍କୋ ଅବିଳମ୍ବେ ଉକ୍ତ ଅସ୍ତ୍ର ପ୍ରୟୋଗ କରିପାରେ।
ଏ ସଂକ୍ରାନ୍ତ ବିବୃତିରେ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ନେଡ୍ ପ୍ରାଇସ୍ କହିଛନ୍ତି, ୟୁକ୍ରେନ୍ରେ ରାସାୟନିକ ଏବଂ ଜୈବାସ୍ତ୍ର ପ୍ରୟୋଗ କାର୍ଯ୍ୟକଳାପ ଚଳାଇଛନ୍ତି ବୋଲି କ୍ରେମ୍ଲିନ୍ ଉଦ୍ଦେଶ୍ୟମୂଳକ ଭାବେ ଡାହା ମିଛ ପ୍ରଚାର କରୁଛି। ୟୁକ୍ରେନ୍ରେ ନିଜର ଭୟାବହ କାର୍ଯ୍ୟାନୁଷ୍ଠାନୁ (ଜୈବାସ୍ତ୍ର ପ୍ରୟୋଗ) ପ୍ରତିପାଦନ କରିବାକୁ ଉଦ୍ୟମ କରିବା ଲାଗି ରୁଷ୍ ମିଥ୍ୟା ବାହାନା ବାହାର କରୁଛି।
Image Courtesy of Sun Dailyହ୍ବାଇଟ୍ ହାଉସ୍ର ପ୍ରେସ୍ ସଚିବ ଜେନ୍ ସାକି କହିଛନ୍ତି ରୁଷ୍ର ଦାବି ଅବାନ୍ତର। ଚୀନ୍ ସରକାରୀ କର୍ତ୍ତୃପକ୍ଷମାନେ ମଧ୍ୟ ରୁଷ୍ କହୁଥିବା କଥା ଦୋହରାଉଛନ୍ତି। ଅର୍ଥାତ୍ ରୁଷ୍ ଏବେ ମିଥ୍ୟା ଦାବି କରୁଛି। ୟୁକ୍ରେନ୍ରେ ରାସାୟନିକ ଅଥବା ଜୈବାସ୍ତ୍ର ପ୍ରୟୋଗ ନିମନ୍ତେ ରୁଷ୍ର ଏହା ଏକ ବାହାନା ମାତ୍ର।
Follow Us