ଜାତିସଂଘକୁ ସତର୍କ କଲା ଆମେରିକା: ହତ୍ୟା‌ ପାଇଁ ରୁଷ୍‌ ତାଲିକା ପ୍ରସ୍ତୁତ କରୁଛି

ଜାତିସଂଘକୁ ସତର୍କ କଲା ଆମେରିକା: ହତ୍ୟା‌ ପାଇଁ ରୁଷ୍‌ ତାଲିକା ପ୍ରସ୍ତୁତ କରୁଛି

Image Courtesy of India Today

ୱାସିଂଟନ୍‌: ରୁଷ୍‌ ୟୁକ୍ରେନ୍‌ ଉପରେ ଏହାର ଆକ୍ରମଣ କାର୍ଯ୍ୟକ୍ରମ ଯୋଜନା ଅନ୍ତର୍ଗତ ୟୁକ୍ରେନ୍‌ର କିଛି ନାଗରିକଙ୍କୁ ହତ୍ୟା କରିବାପାଇଁ ଏବଂ ଶିବିରକୁ ପଠାଇବାପାଇଁ ଏକ ତାଲିକା ପ୍ରସ୍ତୁତ କରିଛି। ଆମେରିକା ଏନେଇ ଜାତିସଂଘକୁ ସତର୍କ କରାଇଛି। ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗଟର୍ସଙ୍କୁ ଏକ ଚିଠି ଲେଖି ଆମେରିକା ଏସଂକ୍ରାନ୍ତରେ ସଚେତନ କରାଇଛି। ରୁଷ୍‌ର ଏହି ଯୋଜନା ସଂକ୍ରାନ୍ତରେ ଆମେରିକା ନିକଟରେ ବଳିଷ୍ଠ ସୂଚନା ରହିଛି ବୋଲି ଏହି ଦେଶ ଦାବି କରୁଛି। ଆକ୍ରମଣ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବା ଦାୟିତ୍ବ ରୁଷ୍‌ର ଏଫ୍‌ଏସ୍‌ବିକୁ ଦିଆଯାଇଛି। ରୁଷ୍‌ର କାର୍ଯ୍ୟକୁ ବିରୋଧ କରୁଥିବା କିଛି ପ୍ରମୁଖ ୟୁକ୍ରେନ୍‌ ନାଗରିକଙ୍କୁ ରୁଷ୍‌ ହତ୍ୟା‌ କରିବାପାଇଁ ତାଲିକା ପ୍ରସ୍ତୁତ କରୁଛି। ରୁଷ୍‌ ଏଥିପାଇଁ ଅତି ନିଷ୍ଠୁର ପଦକ୍ଷେପ ମଧ୍ୟ ଗ୍ରହଣ କରିପାରେ ବୋଲି ଆମେରିକା ଦାବି କରିଛି। ଆମେରିକାର ରାଷ୍ଟ୍ରଦୂତ ବାଥ୍‌ଶେବା ନେଲ୍‌ କ୍ରକର୍‌ ଜାତିସଂଘକୁ କହିଛନ୍ତି, ରୁଷ୍‌ ୟୁକ୍ରେନ୍‌ ଆକ୍ରମଣ କରିବା ସହ ଅପହରଣ ଏବଂ ଅତି ନିଷ୍ଠୁର ନିର୍ଯାତନା ଦେଇପାରେ। ଉଲ୍ଲେଖଯୋଗ୍ୟ ଯେ ରୁଷ୍‌ ୟୁକ୍ରେନ୍‌ ସୀମା ନିକଟରେ ସୈନ୍ୟ ଠୁଳ କରିଛି ଏବଂ ଯୁଦ୍ଧ ପାଇଁ କ୍ଷେତ୍ର ପ୍ରସ୍ତୁତ କରି ସାରିଥ‌ିଲେ ମଧ୍ୟ ଆକ୍ରମଣ ଦାବିକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରି ଆସୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe