Image Courtesy of Money Control
ହଷ୍ଟନ୍: ଜରୁରୀ ଆବଶ୍ୟକ କ୍ଷେତ୍ରରେ କୋଭିଡ୍-୧୯ ସଂକ୍ରମଣ ଚିହ୍ନଟ ଲାଗି ନୂତନ ତଥା ବ୍ୟୟବହୁଳ ଲାଳଭିତ୍ତିକ ଲାବ୍ରଟରି ଡାଇଗ୍ନୋଷ୍ଟିକ୍ ଟେଷ୍ଟ୍ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାର ‘ଫୁଡ୍ ଆଣ୍ଡ୍ ଡ୍ରଗ୍ସ୍ ଆଡ୍ମିନିଷ୍ଟ୍ରେସନ୍ କମିସନ୍’ ଅନୁମତି ଦେଇଛି। ‘ସାଲିଭାଡାଇରେକ୍ଟ୍’ କୁହାଯାଉଥିବା ଏହି ପଦ୍ଧତି ଦ୍ବାରା ଖୁବ୍ ଅଳ୍ପ ସମୟରେ ଓ ସହଜରେ ଅନେକ ଲୋକଙ୍କର ସଂକ୍ରମଣ ନିଦାନ କରିହେବ।
ଫୁଡ୍ ଆଣ୍ଡ୍ ଡ୍ରଗ୍ସ୍ ଆଡ୍ମିନିଷ୍ଟ୍ରେସନ୍ କମିସନର୍ ଷ୍ଟିଫେନ୍ ହାନ୍ କହିଛନ୍ତି, ନୂତନ ଲାଳ ପରୀକ୍ଷା କାର୍ଯ୍ୟ ଦକ୍ଷତା ବଢ଼ାଇବା ସହ ରିଜେଣ୍ଟ୍ ଭଳି ଗୁରୁତ୍ବପୂର୍ଣ୍ଣ ପରୀକ୍ଷା ଉପକରଣ ନିଅଣ୍ଟ ଦୂର କରିବ।
Image Courtesy of Hindustan Timesପୂର୍ବରୁ ମଧ୍ୟ ଆମେରିକୀୟ ସ୍ବାସ୍ଥ୍ୟ ଏଜେନ୍ସି ଫୁଡ୍ ଆଣ୍ଡ୍ ଡ୍ରଗ୍ସ୍ ଆଡ୍ମିନିଷ୍ଟ୍ରେସନ୍ କମିସନ୍ ଲାଳ ନମୁନା ବ୍ୟବହାର କରି ଅନ୍ୟ ଚାରି ପ୍ରକାର ପରୀକ୍ଷା କରିବାକୁ କ୍ଷମତା ପ୍ରଦାନ କରିଥିଲା। କିନ୍ତୁ, ସେଥିରୁ ଭିନ୍ନ ଭିନ୍ନ ଫଳାଫଳ ମିଳୁଥିଲା। କୋଭିଡ୍-୧୯ ପରୀକ୍ଷଣରେ ଏ ଭଳି ବିଭ୍ରାଟ ଫଳାଫଳ ଆସୁଥିବା ବେଳେ ଆମେରିକୀୟ ସ୍ବାସ୍ଥ୍ୟ ଏଜେନ୍ସି ଏହି ନୂତନ ପରୀକ୍ଷା ‘ସାଲିଭାଡାଇରେକ୍ଟ୍’କୁ ଅନୁମୋଦନ କରିଛି।
‘ନେସୋଫାରିଙ୍ଗଲ୍ ସ୍ବାବିଙ୍ଗ୍’ (ଏନ୍ପି) ଭଳି ପାରମ୍ପରିକ ପରୀକ୍ଷା ପଦ୍ଧତି ଠାରୁ ‘ସାଲିଭାଡାଇରେକ୍ଟ୍’ ଶସ୍ତା ଓ ସରଳ। ଏଥିରୁ ବାହାରୁଥିବା ଫଳାଫଳ ମଧ୍ୟ ‘ନେସୋଫାରିଙ୍ଗଲ୍ ସ୍ବାବିଙ୍ଗ୍’ ସମକକ୍ଷ।
Follow Us