କରୋନାଭାଇରସ୍ ଚୀନ୍‌ରେ ଉତ୍ପତ୍ତି ବୋଲି ଅନ୍ୟ ଦେଶମାନଙ୍କର ହୃଦ୍‌ବୋଧ କରାଇବ ଆମେରିକା: ମାଇକ୍ ପମ୍ପିଓ

କରୋନାଭାଇରସ୍ ଚୀନ୍‌ରେ ଉତ୍ପତ୍ତି ବୋଲି ଅନ୍ୟ ଦେଶମାନଙ୍କର ହୃଦ୍‌ବୋଧ କରାଇବ ଆମେରିକା: ମାଇକ୍ ପମ୍ପିଓ

Image Source: Zee News

ୱାସିଂଟନ୍: କରୋନାଭାଇରସ୍‌ର ଉତ୍ପତ୍ତି ଚୀନ୍‌ର ଊହାନ୍‌ରେ ବୋଲି ଅନ୍ୟ ଦେଶମାନଙ୍କୁ ହୃଦୟଙ୍ଗମ କରାଇବାକୁ ଆମେରିକା ସେମାନଙ୍କ ସହ କାମ କରୁଥିବା କଥା ବୈଦେଶିକ ସଚିବ ମାଇକ୍ ପମ୍ପିଓ କହିଛନ୍ତି।

ଏହି ଭୂତାଣୁ କେଉଁଠୁ ଆସିଲା ସେ ସଂକ୍ରାନ୍ତରେ ବୁଝାଇବାକୁ ବେଜିଙ୍ଗ୍ ଉପରେ ଚାପ ପଡ଼ିଥିବା କଥାକୁ ଗୁରତ୍ବଦେଇ ପମ୍ପିଓ ଶୁକ୍ରବାର ଦିନ ‘ଦି ବେନ୍‌ ସେପିରୋ ସୋ’ରେ ଦେଇଥିବା ସାକ୍ଷାତ୍କାରରେ କହିଛନ୍ତି ଯେ ଏହି ଭୂତାଣୁ ସମ୍ବନ୍ଧରେ ଚୀନ୍ ଡିସେମ୍ବର ୨୦୧୯ ସୁଦ୍ଧା ଜାଣିଥିଲା।

କିନ୍ତୁ, ଏକ ଦେଶ ହିସାବରେ ମୌଳିକ କର୍ତ୍ତବ୍ୟ ନିର୍ବାହ କରିବା ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହ ତାଳମେଳ ରଖିବାରେ ଚୀନ୍ ବିଫଳ ହୋଇଛି। ଏହା ଜାଣିଥିଲେ ବହୁତ ପୂର୍ବରୁ ଆମେ ସେମାନଙ୍କ ସହ ଆଲୋଚନା କରି ତ୍ରୁଟି ସୁଧାରି ପାରିଥାଆନ୍ତୁ।

publive-image Image Source: The Indian Express

ବିଶ୍ବକୁ ଏହି ମହାମାରୀରୁ ସୁରକ୍ଷା ଦେବାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ବିଫଳ ହୋଇଛି ବୋଲି ପମ୍ପିଓ ଅଭିଯୋଗ କରିଛନ୍ତି। କିନ୍ତୁ, ଆମେ ଆଉ ଏ ଭଳି କରାଇ ଦେବୁ ନାହିଁ। ଆମେ କିଛି ଗୋଟାଏ ବ୍ୟବସ୍ଥା କରିବୁ। ସେହି ବ୍ୟବସ୍ଥା ଯୋଗୁଁ ଭବିଷ୍ୟତରେ ଏ ଭଳି କୌଣସି ପରିସ୍ଥିତିରେ ବିପଦର ମାତ୍ରା ହ୍ରାସ କରାଯାଇ ପାରିବ। ସେ ଚୀନ୍ ହେଉ କି, ଅନ୍ୟ କୌଣସି ସ୍ଥାନରେ ହେଉ।

ପମ୍ପିଓ ଆହୁରି କହିଲେ, ଯୁକ୍ତରାଷ୍ଟ୍ର ଆମେରିକାରେ ହୋଇଥିବା ମୃତ୍ୟୁ ଏବଂ ବିପୁଳ ଆର୍ଥିକ କ୍ଷତି ପାଇଁ ଦାୟୀ ପକ୍ଷମାନଙ୍କୁ ଉତ୍ତରଦାୟୀ କରିବା ଆବଶ୍ୟକ। କେବଳ ସେତିକି ନୁହେଁ ସମଗ୍ର ଜାଗତିକ ଆର୍ଥିକ ବ୍ୟବସ୍ଥା ଏଥିପାଇଁ ନଷ୍ଟ ହୋଇଯାଇଛି।

ସଠିକ୍ ପଦକ୍ଷେପ ଗ୍ରହଣ କରିବାରେ ସହାୟତା କରିବାକୁ ଏବଂ ସେମାନଙ୍କର ଅର୍ଥନୀତିକୁ ପୂର୍ବାବସ୍ଥାକୁ ଫେରାଇ ନେବାକୁ ଆମେ କୂଟନୈତିକ ଭାବେ ବିଶ୍ବର ସମସ୍ତ ଦେଶମାନଙ୍କ ପାଖରେ ପହଞ୍ଚୁଛୁ। ଜାଗତିକ ବାଣିଜ୍ୟ ପୁଣି ଥରେ ଚାଲୁ କରିବା ନିମନ୍ତେ ଅନ୍ତର୍ଜାତୀୟ ଯାତାୟାତର ପୁନଃଆରମ୍ଭ ସଂକ୍ରାନ୍ତରେ ଠିକ୍ ସୂଚନା ମଧ୍ୟ ଦେବାକୁ ଆମେ ପ୍ରସ୍ତୁତ ହେଉଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe