ୟୁକ୍ରେନ୍‌କୁ ଅତ୍ୟାଧୁନିକ ଦୂରଗାମୀ ରକେଟ୍‌ ସିଷ୍ଟମ୍‌ ପଠାଇବ ଆମେରିକା: ବାଇଡେନ୍‌

Advertisment
ୟୁକ୍ରେନ୍‌କୁ ଅତ୍ୟାଧୁନିକ ଦୂରଗାମୀ ରକେଟ୍‌ ସିଷ୍ଟମ୍‌ ପଠାଇବ ଆମେରିକା: ବାଇଡେନ୍‌

Image Courtesy of NDTV

ୱାସିଂଟନ୍‌: ୟୁକ୍ରେନ୍‌କୁ ଦୂରଗାମୀ ରକେଟ୍‌ ସିଷ୍ଟମ୍‌ ପଠାଇବା ଲାଗି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ରାଜି ହୋଇଛନ୍ତି। ଏହା ହେଉଛି ୟୁକ୍ରେନ୍‌କୁ ୭୦୦ ନିୟୁତ ଡଲାର୍‌ର ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ଆମେରିକା ଦେଇଥିବା ପ୍ରତିଶ୍ରୁତିର ଅଂଶବିଶେଷ।

ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି, ରୁଷ୍‌ ମଧ୍ୟକୁ ନିକ୍ଷେପ କରିବ ନାହିଁ ବୋଲି ୟୁକ୍ରେନ୍‌ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେବା ପରେ ପ୍ରାୟ ୮୦ କିଲୋମିଟର୍‌ ଦୂରରେ ଥିବା ଲକ୍ଷ୍ୟ ଭେଦ କରି ଉନ୍ନତ ଧରଣର ‘ଆଟିଲେରି ରକେଟ୍‌ ସିଷ୍ଟମ୍‌’ ଦେବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ରାଜି ହୋଇଛି।

ଆଲୋଚନା ଜରିଆରେ ରୁଷ୍‌ର ୟୁକ୍ରେନ୍‌ ଆକ୍ରମଣର ପରିସମାପ୍ତି ଘଟିବ ସତ କିନ୍ତୁ, ବୁଝାମଣା ଆଲୋଚନାରେ ରୁଷ୍‌ ସମକକ୍ଷ କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ୟୁକ୍ରେନ୍‌କୁ ଅସାଧାରଣ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବ ବୋଲି ରାଷ୍ଟ୍ରପତି ବାଇଡେନ୍‌ କହିଥିବା କଥା ‘ନ୍ୟୁୟର୍କ ଟାଇମ୍ସ୍‌’ରେ ମଙ୍ଗଳବାର ଦିନ ପ୍ରକାଶିତ ଆଲେଖ୍ୟରେ ଉଲ୍ଲେଖ ଅଛି।

publive-image Image Courtesy of News18

ବାଇଡେନ୍‌ ଲେଖିଛନ୍ତି: ୟୁକ୍ରେନ୍‌ର ଯୁଦ୍ଧକ୍ଷେତ୍ରରେ ଠିକଣା ଭାବେ ଶତ୍ରୁର ଲକ୍ଷ୍ୟଭେଦ କରିବା ନିମନ୍ତେ ଅଧିକ ଉନ୍ନତ ରକେଟ୍‌ ସିଷ୍ଟମ୍‌ ଯୋଗାଇ ଦେବା ଲାଗି ଆମେ ସ୍ଥିର କରିଛୁ।

ଏ ସଂକ୍ରାନ୍ତରେ ମଙ୍ଗଳବାର ଦିନ ବାଇଡେନ୍‌ ସାମ୍ବାଦିକମାନଙ୍କୁ କହିଛନ୍ତି: ରୁଷ୍‌ ଆକ୍ରମଣ କରିବା ଲାଗି ଆମେ ୟୁକ୍ରେନ୍‌କୁ ରକେଟ୍‌ ସିଷ୍ଟମ୍‌ ପଠାଇବୁ ନାହିଁ।

ଉଲ୍ଲେଖଯୋଗ୍ୟ, ଦୂରଦୂରନ୍ତରରେ ଥିବା ରକଟେ୍‌ଗୁଡ଼ିକ ଉପରକୁ ନିକ୍ଷେପ କରି ଯୁଦ୍ଧର ଅବସାନ ଘଟାଇବା ଲାଗି ୟୁକ୍ରେନ୍‌ ସରକାରୀ କର୍ତ୍ତୃପକ୍ଷମାନେ ମିତ୍ର ରାଷ୍ଟ୍ରମାନଙ୍କୁ ଦୂରଗାମୀ ‌ମିସାଇଲ୍‌ ସିଷ୍ଟମ୍‌ ମାଗି ଆସୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe