ମେ ମାସରେ ଭାରତକୁ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର କରିବ ଆମେରିକା

Advertisment
ମେ ମାସରେ ଭାରତକୁ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର କରିବ ଆମେରିକା

Image Courtesy of TOI

ଚେନ୍ନାଇ: ଭାରତକୁ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ପ୍ରଯୁକ୍ତି ବିଦ୍ୟା ସ୍ଥାନାନ୍ତର କରିବା କଥା ବୁଧବାର ଦିନ ଆମେରିକା ଘୋଷଣା କରିଛି। ମେ ମାସରେ ଅନୁଷ୍ଠିତ ହେବାକୁ ଯାଉଥିବା ‘‘୨+୨’’ ବୈଠକର ଅଂଶ ସ୍ୱରୂପ ଭାରତର ସଶସ୍ତ୍ର ବଳ ସହ ଯୁକ୍ତରାଷ୍ଟ୍ର ଆମେରିକା ଏକ ତ୍ରିସେବା ସମରାଭ୍ୟାସ ପରିଚାଳନା କରାଇବ।

ଆମେରିକା ଏବଂ ଭାରତ ମଧ୍ୟରେ ଦୃଢ଼ିଭୂତ ପ୍ରତିରକ୍ଷା ଚୁକ୍ତିର ଭବିଷ୍ୟବାଣୀ କରି ଭାରତରେ ଥିବା ଆମେରିକୀୟ ରାଷ୍ଟ୍ରଦୂତ କେନିଥ୍‌ ଜଷ୍ଟର୍‌ ପରୋକ୍ଷରେ ସୂଚାଇଛନ୍ତି ଯେ ଏ ଯାବତ୍‌ ଅନ୍ୟ କୌଣସି ରାଷ୍ଟ୍ରକୁ ବାଣ୍ଟି ନ ଥିବା ପ୍ରଯୁକ୍ତିବିଦ୍ୟା ଯୁକ୍ତରାଷ୍ଟ୍ର ଆମେରିକା ଭାରତକୁ ସ୍ଥାନାନ୍ତର କରିବ।
ତିରୁବିଦାନ୍ତାଇ ଠାରେ ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ବାଣିଜ୍ୟ ପରିଷଦ ସେମିନାର୍‌ର ଡିଫ୍‌ଏକ୍ସପୋ-ଏଇଟିନ୍‌ର ପ୍ରଥମ ଦିବସରେ ଜଷ୍ଟର୍‌ କହିଲେ, ନୂଆଦିଲ୍ଲୀ ଏବଂ ଓ୍ଵାସିଂଟନ୍‌ ମଧ୍ୟରେ ଥିବା ବନ୍ଧନ ଅନ୍ୟାନ୍ୟ ଦେଶଗୁଡ଼ିକୁ ଏକ ବଳିଷ୍ଠ ସଙ୍କେତ ପଠାଉଛି।

ଉଭୟ ପକ୍ଷରୁ ଦୁଇ ଜଣ ଲେଖାଏଁ ପ୍ରତିନିଧି ରହୁଥିବା ‘‘୨+୨’’ ବୈଠକର ଉଦ୍ଦେଶ୍ୟ ବୁଝାଇବାକୁ ଯାଇ ସେ କହିଲେ, ଯୁକ୍ତରାଷ୍ଟ୍ର ଆମେରିକା ଭାରତକୁ ତାହାର ଜଣେ ମୁଖ୍ୟ ପ୍ରତିରକ୍ଷା ଅଂଶୀଦାର ବୋଲି ଆଖ୍ୟାୟିତ କରିଛି ଏବଂ ଏହା ବହୁ ଦୃଷ୍ଟିର ଉଲ୍ଲେଖନୀୟ। ଆମେରିକୀୟ କଂଗ୍ରେସ ଭାରତକୁ ଉଭୟ ପାର୍ଶ୍ୱରୁ ସମର୍ଥନ କରୁଛି।

publive-image

ଉଭୟ ଦେଶ ମଧ୍ୟରେ ଯୁଦ୍ଧ ପରିଚାଳନା ଚୁକ୍ତିର ମହତ୍ତ୍ୱ ଉପରେ ଗରୁତ୍ୱ ଦେବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତଙ୍କ ସହ ଯୋଗ ଦେଇଥିଲେ।

ଜଷ୍ଟର୍‌ କହିଲେ, ଏକ ଜେଟ୍‌ ଫାଇଟର୍‌ ପ୍ଲାଟଫର୍ମ ଏବଂ ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର ଉପରେ ଧ୍ୟାନ ଦେଇ ଯୁକ୍ତରାଷ୍ଟ୍ର ଆମେରିକା ଭାରତକୁ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର କରିବ। ସେ କହିଲେ, ଭାରତରେ ଜେଟ୍‌ ଫାଇଟର୍‌ ଉତ୍ପାଦନ କରିବାକୁ କମ୍ପାନିଗୁଡ଼ିକ ନିମନ୍ତେ ସମ୍ପୂର୍ଣ୍ଣ ନେଟ୍‌ଓ୍ଵାର୍କ ତିଆରି କରାଇବାରେ ଏହା ଭାରତକୁ ସମର୍ଥ କରାଇବ।

ଯୁକ୍ତରାଷ୍ଟ୍ର ଆମେରିକା- ଭାରତ ପ୍ରତିରକ୍ଷା ସମ୍ପର୍କ କ୍ଷଣସ୍ଥାୟୀ ନୁହେଁ ବୋଲି ଜଷ୍ଟର୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe