ମାଗଣାରେ ଆଣିଥିବା ସୋଫା ଭିତରୁ ନଗଦ ୩୬,୦୦୦ ଡଲାର୍‌ ପାଇବା ପରେ କ’ଣ କଲେ ଆମେରିକୀୟ ମହିଳା

Advertisment
ମାଗଣାରେ ଆଣିଥିବା ସୋଫା ଭିତରୁ ନଗଦ ୩୬,୦୦୦ ଡଲାର୍‌ ପାଇବା ପରେ କ’ଣ କଲେ ଆମେରିକୀୟ ମହିଳା

Image Courtesy of NDTV

ଲସ୍‌ ଏଞ୍ଜେଲେସ୍‌: ‘କ୍ରେଗ୍‌ସ୍‌ଲିଷ୍ଟ୍‌’ ବିଜ୍ଞାପନ ସଂସ୍ଥାନ ଜରିଆରେ ମାଗଣାରେ ଆଣିଥିବା ଗୋଟାଏ ସୋଫା ସେଟ୍‌ର ଗଦି ଭିତରୁ କାଲିଫର୍ଣ୍ଣିଆର ଜଣେ ମହିଳା ନଗଦ ୩୬,୦୦୦ ଡଲାର୍‌ ପାଇବା ପରେ କିଂକର୍ତ୍ତବ୍ୟବିମୂଢ଼ ହୋଇପଡ଼ିଥିଲେ।

ପ୍ରାପ୍ତ ସୂଚନା ଅନୁସାରେ, ସାନ୍‌ ବର୍ଣ୍ଣାର୍‌ଡିନୋର ଭିକ୍କି ଉମୋଡୁ ନାମ୍ନୀ ମହିଳା ତାଙ୍କ ନୂଆ ଘର ନିମନ୍ତେ ଶସ୍ତାରେ ଆସବାବ୍‌ପତ୍ର ପାଇବା ପାଇଁ ‘କ୍ରେଗ୍‌ସ୍‌ଲିଷ୍ଟ୍‌’ ବିଜ୍ଞାପନ ‘ବ୍ରାଉଜ୍‌’ କରୁଥିବା ବେଳେ ଜାଗାଏ ଦୁଇଟି ସୋଫା ଏବଂ ଗୋଟିଏ ମ୍ୟାଚିଙ୍ଗ୍‌ ଚେୟାର୍‌ ମାଗଣାରେ ମିଳୁଥିବା ଜାଣିବାକୁ ପାଇଥିଲେ।

ଗଣମାଧ୍ୟମକୁ ଉମୋଡୁ କହିଛନ୍ତି, ପ୍ରଥମେ ମୋର ମନେହେଲା, କ୍ରେତାଙ୍କୁ ଆକୃଷ୍ଟ କରିବା ଲାଗି ହୁଏ ତ ଏଇଟା ଗୋଟାଏ‌ କୌଶଳ ହୋଇଥାଇ ପାରେ। ସେମାନଙ୍କୁ ଫୋନ୍‌ କରି ଦେଖେ।

ମାଗଣା ସୋଫା ‌ସେଟ୍‌ ଦେବାକୁ ବିଜ୍ଞାପନ ଦେଇଥିବା ଉକ୍ତ ପରିବାରକୁ ଫୋନ୍‌ କରି ଉମୋଡୁ ଜାଣିଲେ ଯେ, ନିକଟ ଅତୀତରେ ସେ ପରିବାର ଜଣେ ସଦସ୍ୟଙ୍କର ମୃତ୍ୟୁ ଘଟିଛି। ତେଣୁ, ସେମା‌ନେ ତାଙ୍କ ଦିବଂଗତ ଆତ୍ମୀୟଙ୍କର ସବୁ ଜିନିଷ ବିକ୍ରୟ କରି ଦେଉଛନ୍ତି। ମୋର ଘରେ ବି କୌଣସି ଆସବାବ୍‌ପତ୍ର ନ ଥିଲା। ମୁଁ ଭାରି ଖୁସି ହୋଇଯାଇ ସୋଫାସେଟ୍‌ଟିକୁ ନେଇ ଆସିଲି।

publive-image Image Courtesy of ABC7 News

ଘରକୁ ଆଣିବା ପରେ ପୁଣି ଥରେ ଉମୋଡୁ ସୋଫା ସେଟ୍‌କୁ ନିରେଖି ଦେଖି‌ବା ପରେ ତାଙ୍କୁ କାହିଁକି ଅବାଗିଆ ଲାଗିଲା। ତାଙ୍କର ମନେହେଲା ସୋଫାଗୁଡ଼ିକର ଗଦିରେ ଅନ୍ୟ କିଛି ପଶିଛି। ତେଣୁ, ସେ ସୋଫାର ଗଦିକୁ ଖୋଲି ପକାଇବାରୁ ଡଲାର ଭର୍ତ୍ତି ଲଫାପା ଗୁଡ଼ାଏ ବାହାରିଲା।

ଆଚମ୍ବିତ ହୋଇ ସେ ତାଙ୍କ ପୁଅକୁ ଡାକ ପକାଇଲେ, ଆ’, ଆ’, ଆ’। ଦେଖିଲୁ କେତେ ଟଙ୍କା!

ପୁଅ ଆସି ଟଙ୍କା ଦେଖିବା ପରେ ଉଭୟ ବସି ବିଚାର କଲେ କ’ଣ କରାଯିବା ଉଚିତ। ଶେଷରେ ଉମୋଡୁ ସ୍ଥିର କଲେ, ସୋଫା ଆଣିଥିବା ପରିବାରକୁ ପାଇଥିବା ଟଙ୍କା ଫେରାଇଦେବେ।

ଗଣମାଧ୍ୟମକୁ ସେ କହିଛନ୍ତି, ଈଶ୍ବର ମୋ ପ୍ରତି ଓ ମୋ ପିଲାମାନଙ୍କ ପ୍ରତି ସଦୟ ହୋଇଛନ୍ତି। ସେମାନେ ଜୀବିତ ଓ ସୁସ୍ଥ ଅଛନ୍ତି। ମୋର ୩ଜଣ ସୁକୁମାର ନାତିନାତୁଣୀ ଅଛନ୍ତି। ଈଶ୍ବରଙ୍କୁ ଆଉ କ’ଣ ମାଗିବି?

ସୋଫା ଆଣିଥିବା ପରିବାର ଲୋକଙ୍କୁ ଟଙ୍କା ଫେରାଇଦେବା ସହ ଉମୋଡୁ ସବୁ କଥା କହିଥିଲେ। ସଚ୍ଚୋଟତାରେ ଖୁସି ହୋଇ‌ ସେ ପରିବାର ଲୋକେ ଉମୋଡୁଙ୍କୁ ୨,୨୦୦ ଡଲାର୍‌ ଦେଇ ତାଙ୍କ ଘର ପାଇଁ ଫ୍ରିଜ୍‌ଟିଏ କିଣିବାକୁ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe