ଫିଲିପାଇନ୍ସ ଉପକୂଳ ସମୁଦ୍ରର ୨୩,୦୦୦ ଫୁଟ୍‌ ଗଭୀରରେ ମିଳିଲା ଦ୍ବିତୀୟ ବିଶ୍ବଯୁଦ୍ଧ ସମୟର ଆମେରିକୀୟ ଯୁଦ୍ଧପୋତ

ଫିଲିପାଇନ୍ସ ଉପକୂଳ ସମୁଦ୍ରର ୨୩,୦୦୦ ଫୁଟ୍‌ ଗଭୀରରେ ମିଳିଲା ଦ୍ବିତୀୟ ବିଶ୍ବଯୁଦ୍ଧ ସମୟର ଆମେରିକୀୟ ଯୁଦ୍ଧପୋତ

Image Courtesy of The Times of India

ମାନିଲା: ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଯୁକ୍ତରାଷ୍ଟ୍ର ଆମେରିକା ନୌସେନାର ବୁଡ଼ିଯାଇଥିବା ଏକ ଯୁଦ୍ଧପୋତକୁ ଫିଲିପ୍ପିନ୍‌ସ୍‌ ଉପକୂଳ ସମୁଦ୍ର ପତ୍ତନର ୨୩,୦୦୦ ଫୁଟ୍ ଗଭୀରରେ ଆମେରିକୀୟ ଅନ୍ବେଷଣକାରୀ ଦଳ ଠାବ କରିଛନ୍ତି।

ସେତେବେଳେ ଆମେରିକାର ଉପନିବେଶ ଥିବା ଫିଲିପ୍ପିନ୍‌ସ୍‌କୁ ଜାପାନଠାରୁ ମୁକ୍ତ କରିବା ପାଇଁ ଆମେରିକୀୟ ସେନା ଯୁଦ୍ଧ କରୁଥିବା ବେଳେ ୧୯୪୪ ମସିହା ଅକ୍ଟୋବର ୨୫ ତାରିଖ ଆମେରିକୀୟ ଯୁଦ୍ଧପୋତ ‘ୟୁଏସ୍‌ଏସ୍‌ ସାମୁଏଲ୍‌ ବି ରବର୍ଟସ୍‌’ ବା ‘ସାମ୍ମି ବି’କେନ୍ଦ୍ରୀୟ ଦ୍ବୀପ ସାମାର ନିକଟବର୍ତ୍ତୀ ସମୁଦ୍ରରେ ବୁଡ଼ିଯାଇଥିଲା।

ଚଳିତ ମାସରେ କ୍ରମାଗତ ୮ ଦିନରୁ ଅଧିକ ସମୁଦ୍ର ମଧ୍ୟକୁ ଲମ୍ଫ ଦେଇ ‘ସାମ୍ମି ବି’ର ଭିଡିଓ, ଫଟୋ ଉତ୍ତୋଳନ କରିବା ସହ ନଷ୍ଟ ହୋଇଯାଇଥିବା ଜାହାଜଟିକୁ ସର୍ଭେ କରିଥିଲେ ବୋଲି ଟେକ୍ସାସ୍‌ସ୍ଥିତ ସମୁଦ୍ରଗର୍ଭ ବୈଷୟିକ କମ୍ପାନି ‘କାଲାଣ୍ଡାନ୍‌ ଓସେନିକ୍‌’ କହିଛି।

publive-image Image Courtesy of NDTV

ସେମାନେ ଉଠାଇଥିବା ଫଟୋରେ ଜାହାଜର ୩ ନଳୀବିଶିଷ୍ଟ ଟର୍ପେଡୋ ଲଞ୍ଚର୍‌ ଏବଂ ଗନ୍‌ ମାଉଣ୍ଟ୍‌ ଦେଖାଯାଉଛି।

‘କାଲାଣ୍ଡାନ୍‌ ଓସେନିକ୍‌’ର ସହସଂସ୍ଥାପକ ଭିକ୍ଟୋର୍‌ ଭେସ୍‌କୋଭୋ କହିଛନ୍ତି, ସମୁଦ୍ର ଭିତରେ ୬,୮୯୫ ମିଟର୍‌ ତଳେ ରହିଥିବା ପୋତଟି ହେଉଛି ଏଯାବତ୍‌ ସମୁଦ୍ର ଗର୍ଭର ସବୁଠୁ ଗଭୀରରେ ଠାବ ଓ ସର୍ବେକ୍ଷଣ କରାଯାଇଥିବା ଏକମାତ୍ର ଜାହାଜ।

ଏହି କ୍ଷୁଦ୍ର ଯୁଦ୍ଧପୋତଟି ଜାପାନୀ ନୌସେନାର ସବୁଠୁ ଭଲ ଯୁଦ୍ଧପୋତ ସହିତ ମୁକାବିଲା କରି ତାହାକୁ ନଷ୍ଟ କରି ଦେଇଥିଲା ବୋଲି ସେ କହିଛନ୍ତି।

ଯୁକ୍ତରାଷ୍ଟ୍ର ଆମେରିକା ନୌସେନା ରେକର୍ଡ ଅନୁସ‌ାରେ, ‘ସାମ୍ମି ବି’ର କ୍ରୁ’ମାନେ ଉଦ୍ଧାରକାରୀମାନଙ୍କୁ ଅପେକ୍ଷାରେ ପ୍ରାୟ ୩ ଦିନ ଧରି ସମୁଦ୍ରରେ ଭାସି ବୁଲିଥିଲେ। ସେମାନଙ୍କ ମଧ୍ୟରୁ ଅନେକ ଆଘାତ ପାଇଥିବା କ୍ଷତ ଓ ସାର୍କ ଆକ୍ରମଣରେ ମୃତ୍ୟୁବରଣ କରିଥିଲେ। ସେ ଯୁଦ୍ଧପୋତରେ ଥିବା ୨୨୪ଜଣ କ୍ରୁ’ଙ୍କ ମଧ୍ୟରୁ ୮୯ଜଣଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe