ଘର ଛାତରେ ୪ଟି ବିଷାକ୍ତ ସାପ ବସା ବାନ୍ଧିଥିବା ଦେଖିବା ପରେ ପରିବାରରେ କୋକୁଆ ଭୟ

Advertisment
ଘର ଛାତରେ ୪ଟି ବିଷାକ୍ତ ସାପ ବସା ବାନ୍ଧିଥିବା ଦେଖିବା ପରେ ପରିବାରରେ କୋକୁଆ ଭୟ

ନୂଆଦିଲ୍ଲୀ: ସାପ ନାମ ଶୁଣିଲେ ଲୋମମୂଳ ଟାଙ୍କୁରି ଉଠିଥାଏ। ତେବେ ଅନେକ ସମୟରେ ସାପକୁ ନେଇ ଗଣମାଧ୍ୟମରେ ବିଭିନ୍ନ ପ୍ରକାର ଖବର ସାମ୍ନାକୁ ଆସିଥାଏ। ନିକଟରେ ଆମେରିକାର ଜାର୍ଜିଆରେ ବସବାସ କରୁଥିବା ଜଣଙ୍କ ଛାତ ଉପରେ ସାପ ବସାବାନ୍ଧି ରହିଥିବାର ଘଟଣା ଘଟିଛି।

ହାରି ପଗଲିଏସେ ଦେଖିଥିଲେ ତାଙ୍କ ଘର ଛାତ ଉପରୁ ପାଣି ଲିକ କରୁଛି। ସେ ଏହି ଘରକୁ ଅଳ୍ପ କିଛିଦିନ ହେବ ନୂଆ ନେଇଥିଲେ। ତେବେ ଏହି ଲିକ କଥା ସେ ତାଙ୍କ ଘର ମାଲିକଙ୍କୁ ବି ଜଣାଇଥିଲେ। ଦିନେ ଛାତ ଉପରୁ ଏକ ଖଣ୍ଡ ତଳକୁ ଖସି ପଡ଼ିଥିଲା। ଏହାପରେ ଯେଉଁ ଦୃଶ୍ୟ ପରିବାରଲୋକ ଦେଖିଥିଲେ ତାଙ୍କ ପାଦତଳୁ ମାଟି ଖସିଗଲା ଭଳି ଲାଗିଥିଲା।  ଛାତ ଉପରୁ ଯେଉଁ ଖଣ୍ଡଟି ତଳକୁ ଖସିଥିଲା ସେଥିରେ ୪ଟି ବିଷାକ୍ତ ସାପଗୁଡ଼ାଇ ହୋଇ ରହିଥିବା ଦେଖିବାକୁ ମିଳିଥିଲା।

ହାରି ତୁରନ୍ତ ଘରମାଲିକଙ୍କୁ ଡାକି ଦେଖାଇଥିଲେ । ଘରମାଲିକ ଏହି ସାପକୁ ଦେଖିବା ପରେ କିଛି ବି ପ୍ରତିକ୍ରିୟା ନଦେଇ ହାରିଙ୍କୁ ଘର ଛାଡ଼ିବାକୁ କହିଥିଲେ। ହାରିବି ନିଜର ପରିବାକୁ ଧରି ତୁରନ୍ତ ଏଘର ଛାଡ଼ି ଦେଇଥିଲେ। ସୌଭାଗ୍ୟବଶତଃ ଏହି ଘଟଣାରେ କାହାକୁ କିଛି କ୍ଷତି ପହଞ୍ଚି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe