ଯୁଦ୍ଧ ଲଢ଼ିବାକୁ ଋଷ ପାଖରେ ମାତ୍ର ୧୦ ଦିନର ଅସ୍ତ୍ରଶସ୍ତ୍ର ଅଛି, ଆମେରିକାର ପୂର୍ବତନ ଜେନେରାଲଙ୍କ ଦାବି

Advertisment
ପରାଜୟ? ଖାରକିଭରୁ ପ୍ରତ୍ୟାହାର ନେଇ ରୁଷୀୟ ଜାତୀୟତାବାଦୀଙ୍କ କ୍ଷୋଭ

photo-the japan times

ନୂଆଦିଲ୍ଲୀ: ଆଉ ମାତ୍ର ୧୦ ଦିନ ପାଇଁ ହିଁ ଯୁଦ୍ଧ କରିପାରିବ ଋଷ | କାରଣ ଧୀରେ ଧୀରେ ସରିବାକୁ ବସିଲାଣି ଋଷର ଅସ୍ତ୍ରଶସ୍ତ୍ର ଭଣ୍ଡାର | ୟୁକ୍ରେନ ଏବଂ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ବାସ୍ତବରେ, ଆମେରିକୀୟ ସେନାବାହିନୀର ପୂର୍ବତନ କମାଣ୍ଡର ବେନ୍ ହୋଜସ ଦାବି କରିଛନ୍ତି ଯେ ଋଷ ପାଖରେ ବର୍ତ୍ତମାନ ମାତ୍ର ୧୦ ଦିନ ପାଇଁ ହିଁ ଯୁଦ୍ଧ ଲଢ଼ିବାକୁ ଗୁଳିଗୋଳା ବାକି ଅଛି। ସୂଚନା ମୁତାବକ ଆଜି ୟୁକ୍ରେନ ଏବଂ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୨୦ ଦିନ ପୁରିଥିବାବେଳେ ଏହି ସମୟ ମଧ୍ୟରେ, ଋଷ ୟୁକ୍ରେନର ବିଭିନ୍ନ ସହର ଉପରେ ଆକ୍ରମଣ ଜାରି ରଖିଛି |

ଯୁଦ୍ଧ ଆରମ୍ଭରେ, ଋଷ ଆଶା କରି ନଥିଲା ଯେ ୟୁକ୍ରେନ ଏତେ ଦିନ ଧରି ଲଢେଇ ଜାରି ରଖିବ | ବର୍ତ୍ତମାନ ଋଷର ଗୁଳିଗୋଳା ସରିବାକୁ ବସିଥିବାବେଳେ ଋଷ ନିଜର ବହୁସଂଖ୍ୟାରେ ସୈନିକଙ୍କୁ ମଧ୍ୟ ହରାଇଛି | ସୂଚନା ଥାଉ କି ୨୦ ଦିନ ଧରି ଚାଲିଥିବା ଏହି ଯୁଦ୍ଧ ସମଗ୍ର ୟୁକ୍ରେନକୁ ଧ୍ୱଂସ କରିଦେଇଛି | ଅଧିକାଂଶ ବଡ ସହର ଧ୍ୱଂସାବଶେଷରେ ପରିଣତ ହୋଇଛି, ଲୋକମାନେ ନିଜ ପରିବାର ସହିତ ଦେଶ ଛାଡି ଚାଲିଯାଉଛନ୍ତି |

ଏହି ସମୟରେ, ୟୁକ୍ରେନ ଦାବି କରିଛି ଯେ ଏହି ଯୁଦ୍ଧରେ ୟୁକ୍ରେନ ସୈନ୍ୟଙ୍କ ଗୁଳିମାଡରେ ସୋମବାର ରାତିରେ ୧୦୦ ରୁଷୀୟ ସୈନିକଙ୍କ ମୃତ୍ୟୁ ହୋଇଛି | ୟୁକ୍ରେନର କହିବା ଅନୁଯାୟୀ, ଋଷ ସୈନ୍ୟମାନେ ଡୋନେଟସ୍କରେ ୟୁକ୍ରେନର ସୁରକ୍ଷା କର୍ଡନ ଭାଙ୍ଗିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେମାନେ ସଫଳ ହୋଇପାରିନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe