ଏଥର ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଖର୍ଚ୍ଚ ହେବ ସର୍ବାଧିକ ଅର୍ଥ!

Advertisment
ସେୟ‌ାର ବଜାରକୁ ପ୍ରଭାବିତ କରିପାରେ ଆମେରିକା ନିର୍ବାଚନ ଫଳାଫଳ

DNA India

ନ୍ୟୁୟର୍କ: ଆମେରିକାରେ ହେବାକୁ ଥିବା ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଦେଶର ଇତିହାସରେ ସବୁଠାରୁ ମହଙ୍ଗା ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନରେ ​​ପୂର୍ବ ରାଷ୍ଟ୍ରପତି ନିର୍ବାଚନ ତୁଳନାରେ ଦୁଇଗୁଣ ଅଧିକ ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏଥର ପ୍ରାୟ ୧୪ ବିଲିୟନ ଡଲାର ଖର୍ଚ୍ଚ ହେବ ବୋଲି ଆଶା କରାଯାଉଛି। 'ଦି ସେଣ୍ଟର ଫର ରେସ୍ପିଅନସିଭ ପଲିଟିକ୍ସ' ନାମକ ସଂଗଠନ କହିଛି ଯେ ଭୋଟ୍ ପୂର୍ବରୁ ଗତ ମାସରେ ରାଜନୈତିକ ଦଳଙ୍କୁ ମିଳିଥିବା ଦାନରେ ବହୁତ ବୃଦ୍ଧି ଘଟିଛି ଏବଂ ଏହି କାରଣରୁ ୧୧ ବିଲିୟନ ଡଲାରର ପୂର୍ବ ଆକଳନ ଏହା ତୁଳନାରେ ଫିକା ପଡିଛି |

ଏହି ସଂଗଠନ କହିଛି ଯେ ୨୦୨୦ ନିର୍ବାଚନରେ ​​୧୪ ବିଲିୟନ ଡ଼ଲାର ଖର୍ଚ୍ଚ ହେବ ଏବଂ ନିର୍ବାଚନ ଖର୍ଚ୍ଚର ସମସ୍ତ ରେକର୍ଡକୁ ଏହା ଟପିଯିବ । ସଂଗଠନର କହିବା ମୁତାବକ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବିଡେନ ଆମେରିକାର ନିର୍ବାଚନ ଇତିହାସରେ ପ୍ରଥମ ପ୍ରାର୍ଥୀ ହେବେ ଯିଏକି ଦାତାମାନଙ୍କଠାରୁ ଏକ ବିଲିୟନ ଡଲାର ପାଇଛନ୍ତି ।

ଅକ୍ଟୋବର ୧୪ ସୁଦ୍ଧା ବିଡେନଙ୍କ ପ୍ରଚାର ଅଭିଯାନକୁ ୯୩.୮ କୋଟି ଡଲାର ମିଳିଥିବାବେଳେ ଟ୍ରମ୍ପଙ୍କୁ ଦାତାମାନେ ୫୯.୬ କୋଟି ଡଲାର ଦାନ ଆକାରରେ ଦେଇଛନ୍ତି | ସଂଗଠନ କହିଛି ଯେ ମହାମାରୀ ସତ୍ତ୍ୱେ ସାଧାରଣ ଲୋକ ହେଉ କିମ୍ବା କୋଟିପତି ହୁଅନ୍ତୁ ୨୦୨୦ ନିର୍ବାଚନରେ ​​ସମସ୍ତେ ଅଧିକ ଅର୍ଥ ଦାନ କରୁଛନ୍ତି। ଆଉ ଦାନ ହିସାବରେ ମହିଳାମାନେ ଦାନ ରେକର୍ଡ ଭାଙ୍ଗିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe