ଆମେରିକାର କଟକଣାକୁ ପରିହାସରେ ଉଡ଼ାଇଲା ଇରାନ୍‌

Advertisment

ଟ୍ରମ୍ପ୍‌ଙ୍କୁ ପାଗଳ କହିଲା

ଟ୍ରମ୍ପ୍‌ଙ୍କୁ ପାଗଳ କହିଲା

ଆମେରିକାର କଟକଣାକୁ ପରିହାସରେ ଉଡ଼ାଇଲା ଇରାନ୍‌

ତେହରାନ: ଆମେରିକାର ଗୁଇନ୍ଦା ଡ୍ରୋନ୍‌କୁ କ୍ଷେପଣାସ୍ତ୍ର ମାଡ଼ କରି ଖସାଇଥିବା ଇରାନ୍‌ ବିରୋଧରେ ଆମେରିକା ଗୋଟିଏ ପରେ ଗୋଟିଏ କଠୋର ଆର୍ଥିକ କଟକଣା ଲାଗୁ କରିଛି। ତେବେ ଇରାନ୍‌ ଏଭଳି କଟକଣାକୁ ଭୃକ୍ଷେପ କରୁନାହିଁ। ତେଲ ବିକ୍ରିକୁ ନେଇ ଆମେରିକା ଦ୍ବାରା ଲଗାଯାଇଥିବା କଟକଣା ଏକ ହାସ୍ୟାସ୍ପଦ ମାମଲା ବୋଲି ଇରାନ୍‌ର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖେମିନି କହିଛନ୍ତି। ଆମେରିକାର କଟକଣା ଆମକୁ ସାମାନ୍ୟତମ ବିଚଳିତ କରୁନଥିବା ବେଳେ ଏହି କଟକଣା ଲାଗୁ କରି ଆମେରିକା କେତେ ବିଚଳିତ ତାହା ବିଶ୍ବବାସୀ ଜାଣନ୍ତି ବୋଲି ଖେମିନି କହିଛନ୍ତି। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ୍‌ ଜଣେ ପାଗଳ ବୋଲି ଇରାନ୍‌ ରାଷ୍ଟ୍ରପତି ହସନ୍‌ ରୋହାନି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe