ଶୀତକାଳୀନ ଅଲିମ୍ପିକ: ରୁଷିଆ ଚୀନକୁ ସମର୍ଥନ ଦେବାରୁ ଭାରତ ସପକ୍ଷରେ ବାହାରିଲା ଆମେରିକା

ଶୀତକାଳୀନ ଅଲିମ୍ପିକ: ରୁଷିଆ ଚୀନକୁ ସମର୍ଥନ ଦେବାରୁ ଭାରତ ସପକ୍ଷରେ ବାହାରିଲା ଆମେରିକା

Image Courtesy of Republic World

ନୂଆଦିଲ୍ଲୀ: ଯେତେବେଳେ ଆମେରିକା, ଅଷ୍ଟ୍ରେଲିଆ ଓ କାନାଡା ଚୀନରେ ଆୟୋଜିତ ଶୀତକାଳୀନ ଅଲମ୍ପିକର ରାଜନୈତିକ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଥିଲେ ସେତେବେଳେ ପଶ୍ଚାତ୍ୟ ରାଷ୍ଟ୍ରମାନେ ଦେଖୁବାକୁ ଅପେକ୍ଷା କରିଥିଲେ କି ଭାରତର ଏ ବିଷୟରେ କ’ଣ ନିଷ୍ପତ୍ତି ନେଉଛି। ପଶ୍ଚାତ୍ୟ ଦେଶମାନେ ଭାବୁଥିଲେ ଚୀନ ଭାରତ ପ୍ରତି ଯେଉଁ ଆକ୍ରମଣାତ୍ମକ ଆଚରଣ କରୁଛି ତାର ପ୍ରଦିବଦଳରେ ଭାରତ ମଧ୍ୟ ଅଲମ୍ପିକକୁ ବହିଷ୍କାର କରିବ। କିନ୍ତୁ ଭାରତ ଗତବର୍ଷ ଆରଆଇସି (ରୁଷିଆ,ଇଣ୍ଡିଆ,ଚୀନ)ର ବିଦେଶମନ୍ତ୍ରୀଙ୍କ ବୈଠକରେ ଶୀତକାଳୀନ ଅଲମ୍ପିକକୁ ସମର୍ଥନ କରି ସମସ୍ତଙ୍କୁ ଚମକାଇ ଦେଇଥିଲା।

ଏବେ ଭାରତ ସହିତ ଚୀନର ଗଲଓ୍ଵାନ ଘାଟିରେ ଲଢେଇରେ ଆହତ ହୋଇଥିବା ଚୀନର କମାଣ୍ଡରଙ୍କୁ ଅଲମ୍ପିକ ପାଇଁ ଚୀନ ମଶାଲବାହକ କରିବା ପରେ ଭାରତ ନିଜର ନିଷ୍ପତ୍ତି ବଦଳାଇ ଅଲମ୍ପିକକୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛି। ଆମେରିକା ଭାରତର ଏହି ନିଷ୍ପତ୍ତିକୁ ସମର୍ଥନ କରିଛି। ଭାରତ ଯେତେବେଳେ ଶୀତକାଳୀନ ଅଲମ୍ପିକର ସମର୍ଥନ କରିଥିଲା ସେତେବେଳେ କୁହାଯାଉଥିଲା ରୁଷିଆର ଚାପରେ ପଡି ଭାରତ ଏପରି ନିଷ୍ପତ୍ତି ନେଇଥିଲା। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବେଜିଂରେ ଆୟୋଜିତ ହେଉଥିବା ଶୀତକାଳୀନ ଅଲିମ୍ପିକରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଛନ୍ତି । ତାଙ୍କ ସହ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ମଧ୍ୟ ଅଛନ୍ତି। ପୁଟିନ ବେଜିଂରେ ଭାଷଣରେ କହିଛନ୍ତି, ସେ ଚୀନ ଓ ରୁଷିଆର ସମ୍ପର୍କ ଉପରେ ମଧ୍ୟ କଥାବାର୍ତ୍ତା କରିଛନ୍ତି, ରୁଷିଆ ଓ ଚାନର ବିଦେଶ ନୀତି ପ୍ରାୟ ସମାନ। ରୁଷିଆ ଦୁଇ ଦେଶଙ୍କ ମଧ୍ୟରେ ଦୃଢ ସମ୍ବନ୍ଧକୁ ପ୍ରଶଂସା କରୁଛି।

publive-image

ଆମେରିକା ଏ ବିଷୟରେ କହିଛି, ସେ ଚୀନର ଆକ୍ରମଣାତ୍ମକ ଆଚରଣ ବିରୋଧରେ ଭାରତ ସହିତ ଅଛି। ଆମେରିକାର ବୈଦେଶିକ ମନ୍ତ୍ରାଳୟର ତରଫରୁ କୁହାଯାଇଛି, ଆମେରିକା ସବୁବେଳେ ଏହାର ବନ୍ଧୁମାନଙ୍କ ସହିତ ରହିଥାଏ, ସେ ଚୀନର ବିରୋଧରେ ଭାରତ ସହିତ ମଧ୍ୟ ରହିବ। ଭାରତ ସହିତ ଚୀନର ଗଲଓ୍ଵାନ ଘାଟିରେ ଲଢେଇରେ ଆହତ ହୋଇଥିବା ଚୀନର କମାଣ୍ଡରଙ୍କୁ ଅଲମ୍ପିକ ପାଇଁ ଚୀନ ମଶାଲବାହକ କରିବା ପରେ ଆମେରିକା ଏହାର ବିରୋଧ କରିଛି।

ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ନେଡ୍ ପ୍ରାଇସ୍ ପ୍ରେସ୍ କନଫେରେନ୍ସରେ ଗୁରୁବାର ଦିନ କହିଛନ୍ତି, ଭାରତ ଓ ଚୀନର ସୀମାର ପରିସ୍ଥିତି ଉପରେ ଆମେ ପ୍ରତ୍ୟକ୍ଷ ଭାବେ କଥାବାର୍ତ୍ତା ଓ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନର ସମର୍ଥନ କରିବୁ। ଆମେ ଆଗରୁ ବି ଚୀନ ଦ୍ଵାରା ନିଜ ପଡୋଶୀମାନଙ୍କୁ ଡରେଇବାକୁ ଚେଷ୍ଟା କରୁଥିବା କାର୍ଯ୍ୟଗୁଡିକ ଉପରେ ଚିନ୍ତାବ୍ୟକ୍ତ କରିଛୁ। ଆମେ ସବୁବେଳେ ଆମ ସାଥୀମାନଙ୍କୁ ସାହାଯ୍ୟ କରିଥାଉ।

ପୂର୍ବରୁ ଆମେରିକାର ଶୀର୍ଷ ସାଂସଦମାନେ ଚୀନର ପିପୁଲ୍ସ ଲିବେରେଶନ ଆର୍ମିର(ପିଏଲଏ)ର ରେଜିମେଣ୍ଟାଲ୍ କମାଣ୍ଡର କ୍ୟୁୟି ଫବାଓଙ୍କୁ ଅଲମ୍ପିକରେ ମଶାଲବାହକ କରାଯିବା ପରେ ଚୀନକୁ ସମାଲୋଚନା କରିଥିଲେ। ଫବାଓ ଜୁନ୍ ୨୦୨୦ ରେ ଲଦ୍ଦାଖର ପୂର୍ବ ସୀମାରେ ଗଲଓ୍ଵାନ ଘାଟିରେ ଭାରତୀୟ ସୈନିକଙ୍କ ସହ ହିଂସାତ୍ମକ ଲଢେଇରେ ଆହତ ହୋଇଥିଲେ। ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା।

ଆମେରିକୀୟ ସିନେଟର ବୈଦେଶିକ ବ୍ୟାପାର କମିଟିର ମୁଖ୍ୟ ଜିମ୍ ରିଶ୍ କହିଛନ୍ତି, ଏହା ଲଜ୍ଜାଜନକ ଯେ ଚୀନ ଏପରି ମଶାଲବାହକଙ୍କୁ ବାଛିଛି ଯିଏ ଭାରତ ସହିତ ଲଢେଇରେ ଆହତ ହୋଇଥିଲେ। ଚୀନ୍ ଉଇଘରମାନଙ୍କର ଗଣହତ୍ୟା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe