ମୋଟ ୪୮୭ ଜଣ ବେଆଇନ ଭାରତୀୟ ପ୍ରବାସୀଙ୍କୁ ପଠାଇବ ଆମେରିକା

ଭାରତର ବୈଦେଶିକ ସଚିବ ବିକ୍ରମ ମିସ୍ରି କହିଛନ୍ତି ଯେ ଆମେରିକା ଭାରତକୁ ୪୮୭ ଜଣ ସମ୍ଭାବ୍ୟ ଭାରତୀୟ ନାଗରିକଙ୍କ ବିଷୟରେ ଅବଗତ କରିଛି ଯେଉଁମାନଙ୍କୁ ଭାରତ ପଠାଇବାକୁ ଆଦେଶ ଜାରି କରାଯାଇଛି। 

ଅଦ୍ୟତନ ହୋଇଛି
vikram misri

ନୂଆଦିଲ୍ଲୀ : ଭାରତର ବୈଦେଶିକ ସଚିବ ବିକ୍ରମ ମିସ୍ରି ଶୁକ୍ରବାର (ଫେବ୍ରୁଆରି ୭) କହିଛନ୍ତି ଯେ ଆମେରିକା ଭାରତକୁ ୪୮୭ ଜଣ ସମ୍ଭାବ୍ୟ ଭାରତୀୟ ନାଗରିକଙ୍କ ବିଷୟରେ ଅବଗତ କରିଛି ଯେଉଁମାନଙ୍କୁ ଭାରତ ପଠାଇବାକୁ ଆଦେଶ ଜାରି କରାଯାଇଛି। 

ବୈଦେଶିକ ସଚିବ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ପ୍ରଦାନ କରିବା ସହ ବେଆଇନ ପ୍ରବାସୀ ଥିବା ଭାରତୀୟମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ଭାରତ ସରକାର ଟ୍ରମ୍ପ ପ୍ରଶାସନ ସହ ଯୋଗାଯୋଗରେ ଅଛନ୍ତି ବୋଲି ସୂଚନା ଦେଇଛନ୍ତି। ଏହି ସମୟରେ ଆମେରିକାରୁ ଭାରତ ଅଣାଯାଇଥିବା ବେଆଇନ ଭାରତୀୟ ପ୍ରବାସୀଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାରକୁ ନେଇ ସେ ଉଦବେଗ ପ୍ରକାଶ କରିଥିଲେ । 

ଦୁର୍ବ୍ୟବହାର ପ୍ରସଙ୍ଗରେ ସଚିବ ବିକ୍ରମ ମିସ୍ରି କହିଛନ୍ତି, ଏହା ଏକ ବୈଧ ପ୍ରସଙ୍ଗ ଏବଂ ଆମେ ଆମେରିକୀୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ ଜାରି ରଖିବୁ ଯେ ନିର୍ବାସିତଙ୍କ ପ୍ରତି  ଅମାନବୀୟ ବ୍ୟବହାର ନ ହେଉ।

ଦୁର୍ବ୍ୟବହାର ପ୍ରସଙ୍ଗରେ ସଚିବ ବିକ୍ରମ ମିସ୍ରି କହିଛନ୍ତି, ଏହା ଏକ ବୈଧ ପ୍ରସଙ୍ଗ ଏବଂ ଆମେ ଆମେରିକୀୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ ଜାରି ରଖିବୁ ଯେ ନିର୍ବାସିତଙ୍କ ପ୍ରତି  ଅମାନବୀୟ ବ୍ୟବହାର ନ ହେଉ। ଆମ ଦୃଷ୍ଟିକୁ ଆସୁଥିବା ଦୁର୍ବ୍ୟବହାରର ଯେକୌଣସି ମାମଲାକୁ ଆମେ ଉଠାଇବା ଜାରି ରଖିବୁ । ବେଆଇନ ପ୍ରବାସକୁ ପ୍ରୋତ୍ସାହନ ଦେଉଥିବା ଅନ୍ତର୍ନିହିତ ଇକୋସିଷ୍ଟମ ବିରୋଧରେ ସମଗ୍ର ବ୍ୟବସ୍ଥାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe