ବେରୁଟ୍: ଯୁକ୍ତରାଷ୍ଟ୍ର ଆମେରିକାର ଅସ୍ତିତ୍ବ ରହିବ ନାହିଁ, ସୋଭିଏତ୍ ଦେଶ ପରି ଭାଙ୍ଗିଯିବ ବୋଲି ଇସ୍ରାଏଲ୍-ହମାସ୍ ଯୁଦ୍ଧ ଚାଲିଥିବା ବେଳେ ହମାସ୍ର ଅନ୍ୟତମ ବରିଷ୍ଠ ଅଧିକାରୀ ଅଲୀ ବରାକା ସତର୍କବାଣୀ ଶୁଣାଇଥିବା କଥା ‘ଜେରୁଜେଲମ୍ ପୋଷ୍ଟ୍’ ରିପୋର୍ଟ କରିଛି।
ନଭେମ୍ବର ୨ ତାରିଖ ଦିନ ଲେବାନୀୟ ‘ୟୁଟ୍ୟୁବ୍ ଚାନେଲ୍’ ସହିତ ସାକ୍ଷାତକାର ବେଳେ ଅଲୀ ବରାକା ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।
‘ମଧ୍ୟ-ପ୍ରାଚ୍ୟ ଗଣମାଧ୍ୟମ ଗବେଷଣା ପ୍ରତିଷ୍ଠାନ’ ଅନୁବାଦ କରିଥିବା ଉକ୍ତ ସାକ୍ଷାତ୍କାରରେ ବରାକାଙ୍କ କଥା ଉଦ୍ଧୃତ କରି ‘ଜେରୁଜେଲମ୍ ପୋଷ୍ଟ୍’ ଲେଖିଛି: ଯୁକ୍ତରାଷ୍ଟ୍ର ଆମେରିକା ବ୍ରିଟେନ୍ ଓ ବୈଶ୍ବିକ ‘ଫ୍ରିମିସ୍ନରି’ଦ୍ବାରା ସଂସ୍ଥାପିତ ହୋଇଥିଲା। ଠିକ୍ ସୋଭିଏଟ୍ ଦେଶ ଭଳି ଏହାର ପତନ ଘଟିବ।
Image Courtesy of The Times of Israelସତର୍କ କରାଇ ସେ କହିଛନ୍ତି, ଏ ଅଞ୍ଚଳରେ ଥିବା ଆମେରିକାର ସମସ୍ତ ଶତ୍ରୁ ବିଚାରବିମର୍ଶ କରି ଏକତ୍ର ହେଉଛନ୍ତି। ଦିନେ ହୁଏତ ସେମାନେ ଏକଜୁଟ ହୋଇ ଯୁଦ୍ଧରେ ଯୋଗ ଦେବେ ଓ ଆମେରିକାର ଅସ୍ତିତ୍ବ ରଖିବେ ନାହିଁ। ଆମେରିକା ଆଉ ଶକ୍ତିଶାଳୀ ହୋଇ ରହିବ ନାହିଁ।
ଯୁକ୍ତରାଷ୍ଟ୍ର ଆମେରିକା ଉପରେ ଆକ୍ରମଣ କରିବା ଲାଗି ଉତ୍ତର କୋରିଆର ସାମର୍ଥ୍ୟକୁ ମଧ୍ୟ ଅଲୀ ବକାରା ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ହଁ, ଆପଣ ତ ଜାଣନ୍ତି ବୋଧହୁଏ ଆମେରିକା ଉପରେ ଆକ୍ରମଣ କରିବା ଲାଗି ବିଶ୍ବରେ କେବଳ ଉତ୍ତର କୋରିଆର ସାମର୍ଥ୍ୟ ରହିଛି। କେବଳ ସେ ହିଁ ଆକ୍ରମଣ କରିପାରିବ। ଦିନେ ସେ ବି ଆମ ମେଣ୍ଟରେ ଯୋଗ ଦେବ।
Image Courtesy of NDTVସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଳ୍ପ ଦିନ ତଳେ ହମାସ୍ ପ୍ରତିନିଧି ଦଳ ମସ୍କୋ ଗସ୍ତରେ ଯାଇଥିଲେ। ଆଉ ଦଳେ ପ୍ରତିନିଧି ବେଜିଙ୍ଗ୍ ଯିବେ।
Follow Us