photo-navbharat times
ନୂଆଦିଲ୍ଲୀ: ସାରା ଦେଶରେ ଫୋନ କରି ଲୋକଙ୍କୁ ଠକେଇ କରିବାରେ ଜାମତାରା ଗ୍ୟାଙ୍ଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି | ଦେଶର ଅଧିକାଂଶ ସାଇବର ଠକେଇ ମାମଲା ଝାଡ଼ଖଣ୍ଡର ଏହି ଜିଲ୍ଲା ସହ ଜଡିତ ଥିବାବେଳେ ଜାମତାରାରେ ଜଣେ ନାବାଳକ ମଧ୍ୟ ଶିକ୍ଷିତ ଲୋକଙ୍କୁ ଠକାମିର ଶିକାର କରିଥାଏ | ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଅନେକ ରାଜନେତା ଜାମତାରା ଗ୍ୟାଙ୍ଗର ଶିକାର ହୋଇଛନ୍ତି । ଆଉ ଏବେ ଏହି ଠକେଇ ଘଟଣା ବାବଦରେ ଆମେରିକା ପାଖରେ ଖବର ପହଂଚିଛି |
ଠିକ ସେଥିପାଇଁ ଏକ ଆମେରିକୀୟ ଏଜେନ୍ସି ବର୍ତ୍ତମାନ ଜାମତାରାର ଏହି ବେଆଇନ ବ୍ୟବସାୟ ଏବଂ ଏହା ସହ ଜଡିତ ଲୋକଙ୍କ ଉପରେ ଗବେଷଣା କରିବ। ଆମେରିକାର ଏଜେନ୍ସି ଅନୁସନ୍ଧାନ କରିବ ଯେ ଏହି ଅଞ୍ଚଳର ଅଳ୍ପ ଶିକ୍ଷିତ ଯୁବକମାନେ କିପରି ଲୋକଙ୍କୁ ଠକାମିର ଶିକାର କରନ୍ତି। ଏହା ମଧ୍ୟ ଜଣା ପଡିବ ଯେ ସେମାନେ କିପରି ଟେକ୍ନୋଲୋଜି ଏବଂ କମ୍ପ୍ୟୁଟର ବିଷୟରେ ଏତେ ଗଭୀର ଜ୍ଞାନ ପାଆନ୍ତି ଯାହା ଦ୍ୱାରା ସେମାନେ କାହାର ଆକାଉଣ୍ଟ ହ୍ୟାକ୍ କରନ୍ତି। ଆମେରିକୀୟ ଏଜେନ୍ସି ଜାମତାରାରେ ପହଞ୍ଚିବ ଏବଂ ସେଠାରେ କମ୍ ଶିକ୍ଷିତ ଯୁବକମାନଙ୍କ ବ୍ରେନ ମ୍ୟାପିଂ କରିବ ଓ ଏହା ଜାଣିବାକୁ ଚେଷ୍ଟା କରିବ |
ଏଠାରେ ଥିବା ଠକମାନେ ଏତେ କମ ଶିକ୍ଷା ପାଇଥିବା ସତ୍ତ୍ୱେ କିଭଳି ଟେକ୍ନୋଲୋଜିକୁ ସହଜରେ ଆୟତ୍ତ କରିଛନ୍ତି ସେ ବାବଦରେ ଗବେଷଣା କରାଯିବ । ଏହାକୁ ନେଇ ଜାମତାରା ଏସପି ଦୀପକ କୁମାର ସିହ୍ନା ମଧ୍ୟ କହିଛନ୍ତି ଯେ ସାଇବର ଅପରାଧୀଙ୍କ ଉପରେ ଗବେଷଣା କଥା ସାମ୍ନାକୁ ଆସିଛି ଏବଂ ଯଦି ଗବେଷଣାକାରୀ ଏଠାକୁ ଆସନ୍ତି ତେବେ ସେମାନଙ୍କୁ ପ୍ରଶାସନ ସମ୍ପୂର୍ଣ୍ଣ ସମର୍ଥନ କରିବ।
Follow Us