ରୁଷିଆ ପରେ ଚୀନ୍‌ ଟିକାକୁ ବ୍ୟାବହାରିକ ଅନୁମତି!

Advertisment
ଅକ୍ସଫୋର୍ଡ ଟିକା ନେବା ପରେ ଗୁରୁତର ପାର୍ଶ୍ବ ପ୍ରତିକ୍ରିୟା ଅଭିଯୋଗ : ୧୦୦ କୋଟି ଟଙ୍କାର ମାନହାନି ମୋକଦ୍ଦମା କରିବ ସିରମ୍‌

India TV News

ବେଜିଂ: ରୁଷିଆର 'ସ୍ପୁଟନିକ୍‌ ଭି' ଟିକା ପରି ଚୀନ୍‌ରେ ପ୍ରସ୍ତୁତ ଏକ କୋଭିଡ୍‌ ଟିକାକୁ ମଧ୍ୟ ଅନୁରୂପ ଭାବେ ତୃତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଆଗରୁ ସାର୍ବଜନୀନ ବ୍ୟବହାର ପାଇଁ ସରକାର ଅନୁମତି ଦେଇଛନ୍ତି। ଚୀନ୍‌ର କ୍ୟାସିନୋ ବାୟୋଲଜିକ୍‌ସ କମ୍ପାନି ଦ୍ବାରା ପ୍ରସ୍ତୁତ ଏଡି୫-ଏନ୍‌କୋଭ ନାମକ ଉକ୍ତ ଟିକାର ମାନବ ଶରୀରରେ ଦ୍ବିତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ସରିଛି ଏବଂ ବିଭିନ୍ନ ଦେଶରେ ଏହାର ତୃତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ପାଇଁ ଭିତ୍ତିଭୂମି ପ୍ରସ୍ତୁତ ଚାଲିଛି।

ତେବେ ତାହା ପୂର୍ବରୁ ଚୀନ ସରକାର ଟିକାର ସାର୍ବଜନୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିବା ଅନେକ ଚିକିତ୍ସା ବିଜ୍ଞାନୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ତେବେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣରୁ ଏହା ଆଶାନୁରୂପ ଫଳାଫଳ ଆଣିଥିବାରୁ ଚୂଡ଼ାନ୍ତ ପର୍ଯ୍ୟାୟରେ ମଧ୍ୟ ଅନୁକୂଳ ଫଳ ଆଣିବ ବୋଲି ଚୀନ କର୍ତ୍ତୃପକ୍ଷ ଭରସା ରଖିଛନ୍ତି। ଏହି ଦେଶଜ ଚିକାର କେବଳ ବ୍ୟାବସାୟିକ ପ୍ରସ୍ତୁତ ପାଇଁ ପାଟେଣ୍ଟ ପ୍ରଦାନ କରାଯାଇଛି ଏବଂ ଚୂଡ଼ାନ୍ତ ପରୀକ୍ଷଣ ପରେ ହିଁ ତାହା ସର୍ବସାଧାରଣ ବ୍ୟବହାର ପାଇଁ ଉପଲବ୍‌ଧ ହେବ ବୋଲି କମ୍ପାନି ପକ୍ଷରୁ ସଫେଇ ଦିଆଯାଇଛି। ହଠାତ୍‌ ଆବଶ୍ୟକ ପଡ଼ିଲେ ଏହାର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳକୁ ଭିତ୍ତି କରି ଏହାକୁ ପୀଡ଼ିତଙ୍କଠାରେ ପ୍ରୟୋଗ କରାଯାଇପାରିବ ବୋଲି ମଧ୍ୟ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe