'୨ ବର୍ଷରୁ କମ୍‌ ଶିଶୁଙ୍କ ପାଇଁ ମାସ୍କ ବ୍ୟବହାର ମାରାତ୍ମକ'

Advertisment
'୨ ବର୍ଷରୁ କମ୍‌ ଶିଶୁଙ୍କ ପାଇଁ ମାସ୍କ ବ୍ୟବହାର ମାରାତ୍ମକ'

The Sun

ଟୋକିଓ: ଦୁଇ ବର୍ଷରୁ କମ୍‌ ଶିଶୁଙ୍କ ପାଇଁ ମାସ୍କ ବ୍ୟବହାର ମାରାତ୍ମକ ବୋଲି ଜାପାନର ଶିଶୁ ରୋଗ ବିଶେଷଜ୍ଞ ସଂଘ ପ୍ରକାଶ କରିଛି। ୨ ବର୍ଷରୁ କମ୍‌ ବୟସର ଶିଶୁ ମାସ୍କ ବ୍ୟବହାର ‌କରିବା ଦ୍ବାରା ସେମାନେ ନିଃଶ୍ବାସପ୍ରଶ୍ବାସରେ କଷ୍ଟ ଅନୁଭବ କରନ୍ତି। ଏମିତିକି ଶ୍ବାସରୁଦ୍ଧ ହୋଇ ଶିଶୁର ମୃତ୍ୟୁ ହେବାର ଆଶଙ୍କା ରହିଛି ବୋଲି ଜାପାନ ଶିଶୁରୋଗ ବିଶେଷଜ୍ଞ ସଂଘ ପକ୍ଷରୁ ପ୍ରକାଶ ପାଇଛି। ଶିଶୁମାନଙ୍କର ଶ୍ବାସନଳୀ ଖୁବ୍‌ ସଂକୀର୍ଣ୍ଣ ହୋଇଥିବାରୁ ମାସ୍କ ପିନ୍ଧିବା ଅତି ବିପଦପୂର୍ଣ୍ଣ।

ଏଣୁ କୌଣସି ପିତାମାତା ୨ ବର୍ଷରୁ କମ୍‌ ବୟସର ଶିଶୁଙ୍କୁ ମାସ୍କ ନ ପିନ୍ଧାଇବାକୁ ଜାପାନ ଶିଶୁରୋଗ ବିଶେ‌ଷଜ୍ଞ ସଂଘ ନିବେଦନ କରିଛି। ସୂଚନାଯୋଗ୍ୟ, ଜାପାନରେ କୋଭିଡ-୧୯ ଲକ୍‌ଡାଉନ କୋହଳ କରାଯାଇଛି। ତେବେ ଯଦି ଜାପାନର କୌଣସି ସ୍ଥାନରେ ପୁନର୍ବାର କୋଭିଡ-୧୯ ସଂକ୍ରମଣ ଲକ୍ଷ୍ୟ କରାଯାଏ, ତୁରନ୍ତ ସେଠାରେ ଲକ୍‌ଡାଉନ୍‌କୁ କଡ଼ାକଡ଼ି ପାଳନ କରାଯିବ ବୋଲି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe