ବଢ଼ିବ ରେଳବାଇ କ୍ଲୋକ୍‌ ରୁମ୍‌ ଓ ଲକର୍‌ ଭଡ଼ା ବାବଦ ମୂଲ୍ୟ

Advertisment
ବଢ଼ିବ ରେଳବାଇ କ୍ଲୋକ୍‌ ରୁମ୍‌ ଓ ଲକର୍‌ ଭଡ଼ା ବାବଦ ମୂଲ୍ୟ

Image Courtesy of HT

ନୂଆଦିଲ୍ଲୀ: ରେଳ ଷ୍ଟେସନ୍‌ଗୁଡ଼ିକରେ ସେବାର ମୂଲ୍ୟ ବୃଦ୍ଧି କରାଇବାକୁ ରେଳବାଇ ବୋର୍ଡ ଡିଭିଜନାଲ୍‌ ମ୍ୟାନେଜର୍‌ମାନଙ୍କୁ କ୍ଷମତା ଦେଇଛନ୍ତି।

ଏବେ ୨୪ ଘଣ୍ଟା ସକାଶ ଲକର୍‌ ଭଡ଼ା ବାବଦକୁ ରେଳବାଇ ନେଉଛି ୨୦ ଟଙ୍କା। ଏବଂ ତା’ପର ପ୍ରତି ୨୪ ଘଣ୍ଟା ପାଇଁ ନେଉଛି ୩୦ ଟଙ୍କା ଲେଖାଁଏ। ପୂର୍ବରୁ ଏଥିପାଇଁ ୧୫ ଟଙ୍କା ଦେବାକୁ ପଡୁଥିଲା।

ଏବେ କ୍ଲୋକ୍‌ ରୁମ୍‌ର ଭଡ଼ା ୨୪ ଘଣ୍ଟା ପାଇଁ ୧୫ଟଙ୍କା। ତା’ପର ୨୪ ଘଣ୍ଟା ପାଇଁ ଲାଗିବ ୨୦ ଟଙ୍କା। ୨୦୧୩ରେ ଏହାର ଭଡ଼ା ଥିଲା ୭ ଟଙ୍କା ଏବଂ ପରବର୍ତ୍ତୀ ୨୪ ଘଣ୍ଟା ପାଇଁ ଥିଲା ୧୦ ଟଙ୍କା।

ଶେଷ ଥର ପାଇଁ ୨୦୧୩ ଫେବ୍ରୁଆରି ମାସରେ ଭଡ଼ା ଦେୟ ସଂଶୋଧନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe