ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ‌ଫୋନ୍‌ ମାଧ୍ୟମରେ ଧମକ, ତଦନ୍ତ ଜାରି

Advertisment
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ‌ଫୋନ୍‌ ମାଧ୍ୟମରେ ଧମକ, ତଦନ୍ତ ଜାରି

ଡେରାଡ଼ୁନ୍‌ : ହରିଦ୍ବାରର ହର କି ପୌଡ଼ୀ ଘାଟରେ ଏବେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଜଣେ ବ୍ୟକ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରୀବେନ୍ଦ୍ର ସିଂହ ରାୱତଙ୍କୁ ଫୋନ୍‌ କରି ହର କି ପୌଡ଼ୀ ଘାଟ ଉଡ଼ାଇ ଦେବାକୁ ଧମକ ଦେଇଛନ୍ତି। ଏହି ଫୋନ୍‌ ମୁଖ୍ୟମନ୍ତ୍ରୀଙ୍କ ପ୍ରୋଟକଲ ଅଫିସର ଆନନ୍ଦ ସିଂହ ରାୱତ ରିସିଭ୍‌ କରିଥିଲେ। ତେବେ ପ୍ରୋଟୋକଲ୍‌ ଅଫିସରଙ୍କ ଅଭିଯୋଗ ଆଧାରରେ ଏନେଇ ଏକ ମାମଲା ରୁଜୁ ହୋଇଛି ଏବଂ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି ବୋଲି ହରିଦ୍ବାର ଏସ୍‌ଏସ୍‌ପି ସେନ୍ଥିଲ ଅଭୁଦାଇ କ୍ରିଷ୍ଣା ରାଜ୍‌ କହିଛନ୍ତି। ଅନ୍ୟ‌ପକ୍ଷେ ଧମକ ଦେଇଥିବା ବ୍ୟକ୍ତି ଜଣଙ୍କ ମଧ୍ୟ ଗିରଫ ହୋଇଛି ଏବଂ ଉକ୍ତ ମାମଲାରେ ତଦନ୍ତ ଜାରି ରହିଥିବା ଡିଜି ଅଶୋକ କୁମାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe