ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ: ୨୫% ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା

ଅଖିଳେଶଙ୍କ ସହ ମେଣ୍ଟ ନେଇ ଜୟନ୍ତଙ୍କୁ ପୁଣିଥରେ ସତର୍କ କଲେ ଶାହ

ଉପନିର୍ବାଚନ ପ୍ରଚାରରେ ଦୁଲୁକୁଛି ବ୍ରଜରାଜନଗର: ଅଳକାଙ୍କ ପାଇଁ ପ୍ରଚାର କରୁଛନ୍ତି ମନ୍ତ୍ରୀ ଟୁକୁନି ସାହୁ

The New Indian Express

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବା ଅମିତ ଶାହ ଆଜି ବୁଲନ୍ଦସରରେ ଉଦ୍‌ବୋଧନ ଦେବା ସମୟରେ ଆର୍‌ଏଲ୍‌ଡି (ରାଷ୍ଟ୍ରୀୟ ଲୋକ ଦଳ) ନେତା ଜୟନ୍ତ ଚୌଧୁରୀଙ୍କୁ ସତର୍କ କରାଇଥିଲେ। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆର୍‌ଏଲ୍‌ଡି ସପା ସହ ମେଣ୍ଟ୍‌ କରିବା ପ୍ରସଙ୍ଗରେ ଶାହ ଜୟନ୍ତ ଚୌଧୁରୀଙ୍କୁ ଏହାର ପରିଣାମ ସଂପର୍କରେ କହିଛନ୍ତି। ଶାହ କହିଛନ୍ତି, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଜୟନ୍ତ ଚୌଧୁରୀଙ୍କୁ ତାଙ୍କ ସହ ରହିବାପାଇଁ ବୁଝାଇଛନ୍ତି। କିନ୍ତୁ ଯଦି ସପା ସରକାର ଗଠନ କରେ ତେବେ ତାଙ୍କ ସ୍ବର ଶୁଭିବନି। ଜୟନ୍ତ ଚୌଧୁରୀଙ୍କ ସ୍ବର ଡୁବିଯିବ। ଯିଏ ନିଜ ବାପା ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ କଥା ଶୁଣୁନାହାନ୍ତି ସେ ତୁମ କଥା କିଭଳି ଶୁଣିବେ ବୋଲି ଶାହ ଜୟନ୍ତ ଚୌଧୁରୀଙ୍କୁ ପ୍ରଶ୍ନ କରିଛନ୍ତି। ଶାହ କହିଛନ୍ତି, ଆଜମ ଖାନ୍‌ ଜେଲ୍‌ରୁ ବାହାରି ଆସି ଅଖିଳେଶଙ୍କ ପାଖରେ ବସିବେ। ଶାହ ଦ୍ବିତୀୟ ଥର ପାଇଁ ଜୟନ୍ତ ଚୌଧୁରୀଙ୍କୁ ସମର୍ତ କରିଛନ୍ତି। ଜାନୁଆରି ୨୬ ତାରିଖରେ ଶାହ ଜାଟ୍‌ ଭୋଟରମାନଙ୍କ ପାଖରେ ପହଞ୍ଚି କହିଥିଲେ, ଜୟନ୍ତ ଚୌଧୁରୀ ଭୁଲ୍ ଘର ବାଛିଛନ୍ତି। ତେବେ ବିଜେପିରେ ତାଙ୍କ ପାଇଁ ଦ୍ବାର ଖୋଲା ଅଛି ବୋଲି ସେ କହିଥିଲେ। କିନ୍ତୁ ୨ ଦିନ ପରେ ଜୟନ୍ତ ଚୌଧୁରୀ ବିଜେପିର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ବି‌ଜେପି ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରୁଛି ଏବଂ ସେ‌ କେବେ ବି ବିଜେପିରେ ଯୋଗ ଦେବେ‌ନି ବୋଲି କହିଥିଲେ।

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୪୬ ପ୍ରତିଶତ କୋଟିପତି। ଏମାନଙ୍କ ହାରାହାରି ସମ୍ପତ୍ତି ୩.୭୨ କୋଟି। ଅନ୍ୟପକ୍ଷେ ୬୧୫ ପ୍ରାର୍ଥୀଙ୍କ ମଧ୍ୟରୁ ୧୫୬ ତଥା ୨୫ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ୧୨୧ ଜଣଙ୍କ ବିରୋଧରେ ହତ୍ୟା ଏବଂ ଦୁଷ୍କର୍ମ ଭଳି ଅତ୍ୟନ୍ତ ଗୁରୁତର ଅପରାଧିକ ମାମଲା ରହିଛି। ଏଡିଆର୍‌ (ଆସୋସିଏସନ୍‌ ଫର୍‌ ଡିମୋକ୍ରାଟିକ୍‌ ରିଫର୍ମ‌୍‌ସ)ର ରିପୋର୍ଟ ଅନୁଯାୟୀ ପଶ୍ଚିମ ଉତ୍ତରପ୍ରଦେଶର ୫୮ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଦୌଡ଼ରେ ଥିବା ୬୧୫ ପ୍ରାର୍ଥୀ ସେମାନଙ୍କ ନିର୍ବାଚନ ସତ୍ୟପାଠ ଦାଖଲ କରିଛନ୍ତି। ଏମାନଙ୍କ ମଧ୍ୟରୁ ୨୮୦ ଜଣ ନିଜକୁ କୋଟିପତି ଘୋଷଣା କରିଛନ୍ତି। ଆରଏଲ୍‌ଡିର ୨୮ ଜଣ ପ୍ରାର୍ଥୀଙ୍କର ୧ କୋଟିରୁ ଅଧିକ ସମ୍ପତ୍ତି ଅଛି। ବିଜେପିର ୫୭ ପ୍ରାର୍ଥୀଙ୍କ ମଧ୍ୟରୁ ୫୫ ଜଣ କୋଟିପତି। ୫୬ ବିଏସ୍‌ପି ପ୍ରାର୍ଥୀଙ୍କ ମଧ୍ୟରୁ ୫୦ ଜଣ କୋଟିପତି। ସମାଜବାଦୀ ପାର୍ଟିର ୨୮ ପ୍ରାର୍ଥୀଙ୍କ ମଧ୍ୟରୁ ୨୩ ଜଣ କୋଟିପତି, କଂଗ୍ରେସର ୫୮ ପ୍ରାର୍ଥୀଙ୍କ ମଧ୍ୟରୁ ୩୨ ଜଣ କୋଟିପତି ଏବଂ ଆପ୍‌ର ୫୨ ପ୍ରାର୍ଥୀଙ୍କ ମଧ୍ୟରୁ ୨୨ ଜଣ କୋଟିପତି। ଆକଳନରୁ ଏହା ଜଣାପଡ଼ିଛି ଯେ, ପ୍ରତି ସପା ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତିର ମୂଲ୍ୟ ୧୩.୨୩ କୋଟି। ବିଜେପି ପାଇଁ ଏହା ୧୨.୦୧ କୋଟି , ଆରଏଲ୍‌ଡି ପାଇଁ ୮.୩୨ କୋଟି, ବିଏସ୍‌ପି ପାଇଁ ୭.୭୧ କୋଟି, କଂଗ୍ରେସ ପାଇଁ ୩.୦୮ କୋଟି ଏବଂ ଆପ୍‌ ପାଇଁ ୧.୨୩ କୋଟି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe