ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାରେ ୫୭% ମତଦାନ

Advertisment
ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାରେ ୫୭% ମତଦାନ

ଲକ୍ଷ୍ନୌ : ୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୧ ଜିଲ୍ଲାର ୫୮ ଆସନରେ ମୋଟ୍‌ ୬୨୩ ପ୍ରାର୍ଥୀ ‌ନିର୍ବାଚନ ଲଢ଼ିଛନ୍ତି। ସେମାନଙ୍କ ମଧ୍ୟରେ ୭୩ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ପ୍ରଥମ ପର୍ଯ୍ୟାୟରେ ସନ୍ଧ୍ୟା ୫ଟା ସୁଦ୍ଧା ୫୭.୭୯ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ନିର୍ବାଚନ କମିସନ୍‌ଙ୍କ ତଥ୍ୟ ଅନୁଯାୟୀ ସନ୍ଧ୍ୟା ୫ଟା ସୁଦ୍ଧା ଶାମ୍‌ଲି ଜିଲ୍ଲାରେ ଭୋଟ୍‌ ପ୍ରତିଶତ ୬୧.୭୮ ଥିବାବେଳେ ମୁଜାଫରନଗରରେ ୬୨.୧୪ ପ୍ରତିଶତ, ବାଗପତରେ ୬୧.୩୫ ପ୍ରତିଶତ , ମିରଟରେ ୫୮.୫୨ ପ୍ରତିଶତ, ଗାଜିଆବାଦରେ ୫୪.୭୭ ପ୍ରତିଶତ ରେକର୍ଡ କରାଯାଇଛି। ସେହିପରି ହାପୁରରେ ଭୋଟ୍‌ ପ୍ରତିଶତ ୬୦.୫୦ ଥିବାବେଳେ ବୁଲନ୍ଦସରରେ ୬୦.୫୨ ପ୍ରତିଶତ, ଆଲିଗଡ଼ରେ ୫୭.୨୫, ମଥୁରାରେ ୫୮.୫୧ ପ୍ରତିଶତ ଏବଂ ଆଗ୍ରା ଜିଲ୍ଲାରେ ଭୋଟ୍‌ ପ୍ରତିଶତ ୫୬.୬୧ ପ୍ରତିଶତ। ଭୋଟ୍‌ ଗ୍ରହଣ ହୋଇଥିବା ୧୧ଟି ଜିଲ୍ଲାରେ ‌ମୋଟ୍‌ ଯୋଗ୍ୟ ଭୋଟରଙ୍କ ସଂଖ୍ୟା ୨.୨୮ କୋଟି। ଏମାନଙ୍କ ମଧ୍ୟରେ ୧.୨୪ କୋଟି ପୁରୁଷ ପ୍ରାର୍ଥୀ ଏବଂ ୧.୦୪ କୋଟି ମହିଳା ପ୍ରାର୍ଥୀ ଅଛନ୍ତି। ପ୍ରଥମ ପର୍ଯ୍ୟାୟରେ ଶାନ୍ତିପୂର୍ଣ୍ଣ ଭୋଟିଂ ହୋଇଛି ବୋଲି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଫିସର୍‌ ବିଡି ରାମ୍‌ ତିୱାରୀ କହିଛନ୍ତି। ପ୍ରଥମ ପର୍ଯ୍ୟାୟର ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ସୁରେଷ ରାଣା, ଅତୁଲ ଗାର୍ଗ‌୍ ଏବଂ ଶ୍ରୀକାନ୍ତ ଶର୍ମାଙ୍କ ସମେତ ‌ମୋଟ୍‌ ୯ ମନ୍ତ୍ରୀ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୨୦୧୭ରେ ବିଜେପି ପଶ୍ଚିମ ଉତ୍ତରପ୍ରଦେଶର ଏହି ୫୮ ଆସନରୁ ୫୩ଟିରେ ଜିତିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe