ପିଜା ହବ୍‌ରେ ହେଉଥିଲା ପ୍ରେମୀଙ୍କ ଗୁପ୍ତ ଭିଡିଓ, ଟଙ୍କା ରୋଜଗାର କରୁଥଲା ମାଲିକ

Advertisment

ଉତ୍ତରପ୍ରଦେଶର ଓରିୟାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସେଠାରେ ଥିବା ଏକ ପିଜା ହବ୍‌ରେ ଏକ ପ୍ରେମୀ ଯୁଗଳଙ୍କ ଭିଡିଓ ଭାଇରାଲ୍‌ ହେବା ପରେ ସେହି ପିଜା ହଟ୍‌ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଉତ୍ତରପ୍ରଦେଶର ଓରିୟାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସେଠାରେ ଥିବା ଏକ ପିଜା ହବ୍‌ରେ ଏକ ପ୍ରେମୀ ଯୁଗଳଙ୍କ ଭିଡିଓ ଭାଇରାଲ୍‌ ହେବା ପରେ ସେହି ପିଜା ହଟ୍‌ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Hidden camera

ଓରିୟା: ଉତ୍ତରପ୍ରଦେଶର ଓରିୟାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସେଠାରେ ଥିବା ଏକ ପିଜା ହବ୍‌ରେ ଅନେକ ପ୍ରେମୀ ଯୁଗଳଙ୍କ ଭିଡିଓ ଭାଇରାଲ୍‌ ହେବା ପରେ ସେହି ପିଜା ହଟ୍‌ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଅଭିଯୋଗ ଆସିଛି ଯେ ପିଜା ହବ୍‌ର ମାଲିକ ହବ୍‌ର ଭିତରେ ଥିବା ଏକ କ୍ୟା‌ବିନ୍‌ରେ ଗୁପ୍ତ କ୍ୟାମରୋ ଲଗାଇ ଯୁବକ ଓ ଯୁବତୀଙ୍କ ଭିଡିଓ ଭାଇରାଲ୍‌ କରୁଥି‌ଲେ। ବିଧୁନା କୋତବାଲି ପୁଲିସ୍‌ ଷ୍ଟେସନ୍‌ରେ ଏନେଇ ଏକ ମାମଲା ରୁଜୁ ହେବା ପରେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ପୁଲିସ୍‌ ସେହି ପିଜା ହବ୍‌ରେ ଯାଇ ଚଢ଼ାଉ କରିବାରୁ ଜଣାପଡ଼ିଲା ଯେ ସେଥିରେ ସବୁ ଛୋଟ ଛୋଟ କଣା କରାଯାଇଥିଲା‌; ଯେଉଁଠାରେ ସୁଟିଂ ହେଉଥିଲା। ସେହି କଣା ଭିତରେ ଗୁପ୍ତ କ୍ୟାମେରା ଖଞ୍ଜା ଯାଇଥିଲା।

ପୁଲିସ୍‌ ରିପୋର୍ଟ ମୁତାବକ, ଏନେଇ ଏକ ଅଭିଯୋଗ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ଜାଣିବାକୁ ପାଇଲା ଯେ ପିଜା ହବ୍‌କୁ ବିଭିନ୍ନ ପ୍ରକାରର ଯୁବକ ଓ ଯୁବତୀ ଆସୁଥିଲେ। ସେମାନଙ୍କ ପାଇଁ ସ୍ବତନ୍ତ୍ର କ୍ୟାବିନ୍‌ର ବନ୍ଦୋବସ୍ତ କରାଯାଇଥିଲା। ଯେଉଁଠାରେ ପ୍ରେମୀ ଯୁଗଳ ଯାଇ ଅଚିନ୍ତାରେ ସମୟ ବିତାଉଥିଲେ। ହେଲେ ସେଠାରେ ପ୍ରେମୀ ଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କରାଯାଇ ତାହାକୁ ଭାଇରାଲ୍‌ କରାଯାଉଥିଲା। ଏହି ବେପାର କରି ମାଲିକ ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe