ଉତ୍ତର ପ୍ରଦେଶ କାଉଡିଆ ଯାତ୍ରା କରି ପାରିବନି: ସୁପ୍ରିମ କୋର୍ଟ

ଉତ୍ତର ପ୍ରଦେଶ କାଉଡିଆ ଯାତ୍ରା କରି ପାରିବନି: ସୁପ୍ରିମ କୋର୍ଟ

Webduni

ନୂଆଦିଲ୍ଲୀ : ଲୋକଙ୍କ ପାଇଁ ଜୀବନ ଏବଂ ସ୍ବାସ୍ଥ୍ୟ ଅଧିକାର ସବୁଠୁ ଗୁରୁତ୍ବପୂର୍ଣ୍ଣ। କରୋନା ମହାମାରୀ ଭିତରେ ଚଳିତବର୍ଷ କାଉଡିଆ ଯାତ୍ରାକୁ ଅନୁମତି ଦେଇଥିବାରୁ ଉତ୍ତର ପ୍ରଦେଶ ସରକାରଙ୍କୁ ଏହାର ପୁନର୍ବିଚାର କରିବା ଲାଗି ସୁପ୍ରିମ୍‌ କୋର୍ଟ କହିଛନ୍ତି। ଉତ୍ତର ପ୍ରଦେଶ ସରକାର ଏହାର ପୁନର୍ବିଚାର ନକଲେ ସୁପ୍ରିମ କୋର୍ଟ ଏ ନେଇ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି। ଆମେ ସମସ୍ତେ ଭାରତର ନାଗରିକ। ସମ୍ବିଧାନର ଧାରା ୨୧ ଅନୁଯାୟୀ ଜୀବନ ପ୍ରତି ଅଧିକାର ସମସ୍ତଙ୍କର ରହିଛି। ତେଣୁ ଉତ୍ତର ପ୍ରଦେଶ ଲୋକଙ୍କୁ ନେଇ ଏହି ଯାତ୍ରା କରିପାରିବ ନାହିଁ ବୋଲି ବିଚାରପତି ଆର ଏଫ ନରିମାନ କହିଛନ୍ତି।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସୋମବାର ହେବ। ରାଜ୍ୟକୁ ଏହାର ପୁନର୍ବିଚାର କରିବା ପାଇଁ ଆଉ ଏକ ସୁଯୋଗ ଆମେ ଦେଉଛୁ। ରାଜ୍ୟ ଏହା ନକରିଲେ ଆମେ ନିର୍ଦ୍ଦେଶ ଦେବୁ ବୋଲି ଅଦାଲତ କହିଛନ୍ତି। ସୁପ୍ରିମ କୋର୍ଟ ନିଜଆଡ଼ୁ ଏହି ମାମଲାକୁ ସଂଜ୍ଞାନକୁ ନେଇଛନ୍ତି। ଉତ୍ତରପ୍ରଦେଶ ସରକାର ଏ ବାବଦରେ କହିଛନ୍ତି ଯେ ରାଜ୍ୟ କାଉଡିଆ କମିଟି ସହ ଆଲୋଚନା ପରେ ସରକାର ପରବର୍ତ୍ତୀ ପଦକ୍ଷେପ ନେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe