Yogi Adityanath: ଉତ୍ତର ପ୍ରଦେଶରେ ବିକାଶ ହେଉଛି, ଶ୍ବାସରୁଦ୍ଧ ନୁହେଁ: ଯୋଗୀ

Advertisment

ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ଥିତିକୁ ନେଇ ପ୍ରଥମ ଥର ତୀବ୍ର ସମାଲୋଚନା କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଯୋଗୀ ଦିଲ୍ଲୀକୁ ‘ଗ୍ୟାସ ଚାମ୍ବର’ ସହିତ ତୁଳନା କରିଛନ୍ତି। ଶନିବାର ଉତ୍ତର ପ୍ରଦେଶର ଗୋରଖପୁରରେ ଏକ କାର୍ଯ୍ୟକ୍ରମରେ...

ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ଥିତିକୁ ନେଇ ପ୍ରଥମ ଥର ତୀବ୍ର ସମାଲୋଚନା କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଯୋଗୀ ଦିଲ୍ଲୀକୁ ‘ଗ୍ୟାସ ଚାମ୍ବର’ ସହିତ ତୁଳନା କରିଛନ୍ତି। ଶନିବାର ଉତ୍ତର ପ୍ରଦେଶର ଗୋରଖପୁରରେ ଏକ କାର୍ଯ୍ୟକ୍ରମରେ...

14bbs_54_14022026_112

ଗୋରଖପୁର: ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ଥିତିକୁ ନେଇ ପ୍ରଥମ ଥର ତୀବ୍ର ସମାଲୋଚନା କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଯୋଗୀ ଦିଲ୍ଲୀକୁ ‘ଗ୍ୟାସ ଚାମ୍ବର’ ସହିତ ତୁଳନା କରିଛନ୍ତି। ଶନିବାର ଉତ୍ତର ପ୍ରଦେଶର ଗୋରଖପୁରରେ ଏକ କାର୍ଯ୍ୟକ୍ରମରେ ସେ ଉତ୍ତର ପ୍ରଦେଶର ସ୍ବଚ୍ଛ ବାୟୁମଣ୍ଡଳର ପ୍ରଶଂସା କରିଥିଲେ। ଯୋଗୀ କହିଥିଲେ, ଉତ୍ତର ପ୍ରଦେଶରେ ବିକାଶ କାର୍ଯ୍ୟ ଚାଲିଥିଲେ ମଧ୍ୟ ଲୋକମାନେ ସ୍ବଚ୍ଛ ବାତାବରଣରେ ରହୁଛନ୍ତି, ଶ୍ବାସରୁଦ୍ଧ ହେଉନାହାନ୍ତି। ଯୋଗୀ ବିଜେପି ଶାସିତ ରାଜ୍ୟ ଦିଲ୍ଲୀର ବାୟୁମଣ୍ଡଳ ସମ୍ପର୍କରେ ଏପରି ମନ୍ତବ୍ୟ ଦେବା ସମସ୍ତଙ୍କୁ ଚକିତ କରିଛି।

ଯୋଗୀ ଗୋରଖପୁରରେ ବ୍ଲକ ଡେଭଲପମେଣ୍ଟ ଅଫିସରଙ୍କ କାର୍ଯ୍ୟାଳୟ ନବୀକରଣ କାର୍ଯ୍ୟର ଉଦଘାଟନ କରି ବାୟୁ ପ୍ରଦୂଷଣକୁ ସବୁଠାରୁ ବଡ଼ ଚାଲେଞ୍ଜ ବୋଲି ଦର୍ଶାଇଥିଲେ। ଉତ୍ତର ପ୍ରଦେଶରେ ପ୍ରଦୂଷଣ ନାହିଁ। ପ୍ରଦୂଷଣ ନଥିଲେ ରୋଗ କମ୍‌ ଅଛି। ପ୍ରଦୂଷଣ ଯୋଗୁଁ ଫୁସ୍‌ଫୁସ୍‌ କ୍ଷତିଗ୍ରସ୍ତ ହୋଇଥାଏ ବୋଲି କହି ସେ ଦିଲ୍ଲୀର ଉଦାହରଣ ରଖିଥିଲେ।

ଆହୁରି ପଢ଼ନ୍ତୁ: Trade: କପାଚାଷୀ ଓ ବୟନ ଶିଳ୍ପ ପ୍ରସଙ୍ଗ ଉଠାଇ ସରକାରଙ୍କୁ ରାହୁଲଙ୍କ ସମାଲୋଚନା

ଦିଲ୍ଲୀରେ ନିଶ୍ବାସ ନେବା କଷ୍ଟକର ହୋଇଥାଏ, ଆଖି ଜଳାପୋଡ଼ା ହୋଇଥାଏ। ଡାକ୍ତର ଆଜମା ରୋଗୀ, ବୟସ୍କ ଓ ଶିଶୁଙ୍କୁ ଘରେ ରହିବାକୁ ପରାମର୍ଶ ଦେଉଛନ୍ତି। ଏ କି ପ୍ରକାର ଜୀବନ ବୋଲି ଯୋଗୀ କହିଛନ୍ତି। ସୂଚନାଯୋଗ୍ୟ, ଶନିବାର ସକାଳେ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ପୁଣି ଥରେ ‘ଖରାପ’ ଶ୍ରେଣୀକୁ ଚାଲି ଯାଇଥିଲା। ସକାଳ ୯ଟାରେ ଏକ୍ୟୁଆଇ ୨୧୧ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe