ପ୍ରତ୍ୟେକ ପରିବାରରୁ ଜଣଙ୍କୁ ମିଳିବ ଚାକିରି: ଯୋଗୀ ଆଦିତ୍ୟନାଥ

Advertisment
ପ୍ରତ୍ୟେକ ପରିବାରରୁ ଜଣଙ୍କୁ ମିଳିବ ଚାକିରି: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ସରକାରକୁ ୧୦୦ ଦିନ ପୂରଣ ହେବା ପରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ 'ଫ୍ୟାମିଲି କାର୍ଡ' ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଟ୍ୱିଟ୍ କରି କହିଛନ୍ତି ଯେ, ଆମେ 'ଫ୍ୟାମିଲି କାର୍ଡ' ଦେବାକୁ ଯାଉଛୁ। ଏହା ଅଧୀନରେ ସରକାରୀ ଚାକିରି, ରୋଜଗାର କିମ୍ବା ନିଜସ୍ବ ରୋଜଗାରରୁ ବଞ୍ଚିତ ପରିବାରକୁ ଚିହ୍ନଟ କରାଯିବ। 'ଫ୍ୟାମିଲି କାର୍ଡ' ମାଧ୍ୟମରେ ରାଜ୍ୟ ସରକାର ପ୍ରତ୍ୟେକ ପରିବାରରୁ ଅତି କମରେ ଜଣଙ୍କୁ ସରକାରୀ ଚାକିରି ପ୍ରଦାନ କରିବେ।

ଗୁରୁବାର ଦିନ, ୧.୯୦ ଲକ୍ଷ କାରିଗର ଏବଂ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ୧୬ହଜାର କୋଟି ଟଙ୍କାର ଋଣ ବଣ୍ଟନ କରୁଥିବାବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଘୋଷଣା କରିଛନ୍ତି ଯେ ଖୁବ୍ ଶୀଘ୍ର ଗୋଟିଏ ପରିବାରରୁ ଜଣକୁ ଚାକିରି ଦେବା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯିବ। ଏହି ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ଯେତେବେଳେ ସେ ୟୁପିର ମୁଖ୍ୟମନ୍ତ୍ରୀ ହୋଇଥିଲେ ସେତେବେଳେ ରାଜ୍ୟରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରାୟ ବନ୍ଦ ହେବାକୁ ଯାଉଥିଲା। ରାଜ୍ୟକୁ ବେକାରୀ ସମସ୍ୟାରରୁ ମୁକ୍ତ କରିବା ତାଙ୍କ ପାଇଁ ସବୁଠାରୁ ବଡ ଆହ୍ବାନ ଥିଲା। ଏଥିପାଇଁ ସରକାର ଆତ୍ମନିର୍ଭରଶୀଳତା ଦିଗରେ ପଦକ୍ଷେପ ନେଇଥିଲେ ଏବଂ ଲୋକଙ୍କୁ ଆତ୍ମନିଯୁକ୍ତି ପାଇଁ ଉତ୍ସାହିତ କରିଥିଲେ। ଏଥିପାଇଁ ଏବେ ରାଜ୍ୟରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଏତେ ଅଗକୁ ବଢ଼ିଛି ଯେ, ଆମେ ଦେଶ ବାହାରକୁ ଜିନିଷ ରପ୍ତାନୀ କରୁଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe