ତୀକ୍ଷ୍ଣ ସ୍ମୃତିଶକ୍ତି ପାଇଁ ଚର୍ଚ୍ଚିତ ଦୁଇ ଭଉଣୀ ହନି ଓ ହସିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଯୋଗୀ; ଉଭୟଙ୍କୁ ଦେଲେ ୫୧ ହଜାର ଲେଖାଏଁର ନଗଦ ପୁରସ୍କାର

ତୀକ୍ଷ୍ଣ ସ୍ମୃତିଶକ୍ତି ପାଇଁ ଚର୍ଚ୍ଚିତ ଦୁଇ ଭଉଣୀ ହନି ଓ ହସିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଯୋଗୀ; ଉଭୟଙ୍କୁ ଦେଲେ ୫୧ ହଜାର ଲେଖାଏଁର ନଗଦ ପୁରସ୍କାର

ଲକ୍ଷ୍ନୌ (ଉତ୍ତରପ୍ରଦେଶ): ନିଜର ତୀକ୍ଷ୍ଣ ତଥା ଶାଣିତ ସ୍ମୃତିଶକ୍ତି ପାଇଁ ଏବେ ସମଗ୍ର ଦେଶରେ ଚର୍ଚ୍ଚିତ ହୋଇ ପଡ଼ିଥିବା ଉତ୍ତରପ୍ରଦେଶର ଦୁଇ ଭଉଣୀ ହନି ସିଂହ ଓ ହସି ସିଂହଙ୍କୁ ଆଜି ସେମାନଙ୍କ ବାସଭବନରେ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ‘ବେଟି ବଚାଓ ବେଟି ପଢ଼ାଓ’ ଅଭିଯାନକୁ ରାଜ୍ୟରେ ଆଉରି ସଫଳ ଓ କ୍ରିୟାଶୀଳ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଇ ଭଉଣୀ ହନି ଓ ହସିଙ୍କୁ ସେମାନଙ୍କ ବାସଭବନରେ ଭେଟିବା ସହ ପ୍ରତ୍ୟେକଙ୍କୁ ୫୧ ହଜାର ଲେଖାଁଏ ନଗଦ ଅର୍ଥରାଶିରେ ପୁରସ୍କୃତ ମଧ୍ୟ କରିଛନ୍ତି।

ପ୍ରସଙ୍ଗକ୍ରମେ ଉଳ୍ଲେଖଯୋଗ୍ୟ ଉତ୍ତରପ୍ରଦେଶର ଏହି ଦୁଇ ଭଉଣୀ ହନି ଓ ହସି ଦେଢ଼ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ୨୦୦୦ରୁ ଅଧିକ ସାଧାରଣ ଜ୍ଞାନ ସଂପର୍କିତ ପ୍ରଶ୍ନର ନିର୍ଭୁଲ ଉତ୍ତର ଦେଇ ସମଗ୍ର ଦେଶରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଏହି ପରିପ୍ରେକ୍ଷୀରେ ‘ବେଟି ବଚାଓ ବେଟି ପଢ଼ାଓ’ ଅଭିଯାନକୁ ରାଜ୍ୟରେ ଆଉରି ସଫଳ ଓ କ୍ରିୟାଶୀଳ କରିବା ଲକ୍ଷ୍ୟରେ ‘ବେଟି ବଚାଓ ବେଟି ପଢ଼ାଓ’ କ୍ୟାମ୍ପେନ୍‌ର ବ୍ରାଣ୍ଡ ଆମ୍ବାସାଡାର ରୂପେ ଏହି ଦୁଇ ଭଉଣୀଙ୍କୁ ମନୋନୀତ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ।

ଆଜି ହନି ଓ ହସିଙ୍କୁ ସାକ୍ଷାତକାଳରେ ମୁଖ୍ୟମନ୍ତ୍ରୀ ଯୋଗୀ ସେମାନଙ୍କୁ ସେମାନଙ୍କର ଏହି ବିରଳ କୃତିତ୍ୱ ପାଇଁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବ୍‌ଶୀଘ୍ର ବସ୍‌ରେ ମାଗଣାରେ ଯାତାୟାତ ପାଇଁ ବସ୍‌ ପାସ୍‌ ସହ ଅନ୍ୟ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଘୋଷଣା କରିବା ସହ ଆଗାମୀ ଦିନରେ ଏହି ଦୁଇ ଭଉଣୀଙ୍କର ସମସ୍ତ ଆବଶ୍ୟକତାକୁ ରାଜ୍ୟ ସରକାର ପୂରଣ କରିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe