Image Source: Dainik Bhaskar
ନୂଆଦିଲ୍ଲୀ: ସୋମବାର ସକାଳେ ଦିଲ୍ଲୀ ଠାରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ପିତୃ ବିୟୋଗ ଘଟିଛି।
ଯୋଗୀ ଆଦିତ୍ୟନାଥଙ୍କ ୮୯ ବର୍ଷିୟ ପିତା ଆନନ୍ଦ ସିଂହ ବିସ୍ତ୍ ଦିଲ୍ଲୀର ‘ଏମ୍ସ୍’ରେ ଚିକିତ୍ସାଧୀନ ଥିଲେ। ସୋମବାର ସକାଳ ୧୦: ୪୪ ମିନିଟ୍ରେ ତାଙ୍କର ମୃତ୍ୟୁ ଘଟିଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି।
ଉତ୍ତର ପ୍ରଦେଶ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅବନୀଶ କେ ଅବସ୍ତି କହିଛନ୍ତି ଯେ ସକାଳ ୧୦: ୪୪ ମିନିଟ୍ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତାଙ୍କର ସ୍ବର୍ଗବାସ ହୋଇଛି। ଆମେ ଗଭୀରତମ ଶୋକବ୍ୟକ୍ତ କରୁଛୁ।
Image Source: Dainik Bhaskarଯୋଗୀ ଆଦିତ୍ୟନାଥଙ୍କ ପିତା ପୂର୍ବତନ ଫରେଷ୍ଟ୍ ରେଞ୍ଜର୍ ଆନନ୍ଦ ସିଂହ ବିସ୍ତ୍ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିଲା। ମାର୍ଚ ୧୩ ତାରିଖ ଦିନ ତାଙ୍କୁ ଏମ୍ସ୍ରେ ଭର୍ତ୍ତି କରାଯାଇଥିଲା। ଗତ ଅନେକ ଦିନ ହେବ ସେ ଭେଣ୍ଟିଲେଟର୍ରେ ଥିଲେ।
ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ପିତାଙ୍କ ବିୟୋଗ ଖବର ପାଇବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୋଭିଡ୍-୧୯ ବୈଠକରେ ଅଧ୍ୟକ୍ଷତା କରୁଥିଲେ।
Follow Us