ଉତ୍ତରପ୍ରଦେଶ ଦୈନିକ ସଂକ୍ରମଣ ୨୦ ହଜାର ଟପିଲା: ଲକ୍‌ଡାଉନ୍‌ ନେଇ ବିଚାରବିମର୍ଶ କରିବାକୁ କହିଲେ ଆହ୍ଲାବାଦ ହାଇକୋର୍ଟ

Advertisment
ଉତ୍ତରପ୍ରଦେଶ ଦୈନିକ ସଂକ୍ରମଣ ୨୦ ହଜାର ଟପିଲା: ଲକ୍‌ଡାଉନ୍‌ ନେଇ ବିଚାରବିମର୍ଶ କରିବାକୁ କହିଲେ ଆହ୍ଲାବାଦ ହାଇକୋର୍ଟ

The Logical Indian

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ କରୋନା ସ୍ଥିତି ବିଗୁଡ଼ୁଛି। ଉତ୍ତରପ୍ରଦେଶରେ ଦିନକରେ ୨୦,୫୧୦ ନୂଆ ମାମଲା ଚିହ୍ନଟ ହୋଇଛି। ରାଜ୍ୟରେ ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣ ୨୦ ହଜାର ଟପିଯାଇଛି। ସଂକ୍ରମଣ ବଢ଼ିବାରୁ ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ପାଇଁ ବିଚାରବିମର୍ଶ କରିବାକୁ ଆହ୍ଲାବାଦ ହାଇକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ କହିଛନ୍ତି। ଯେଉଁ ସବୁ ସ୍ଥାନମାନଙ୍କରେ ମାତ୍ରାଧିକ ସଂକ୍ରମଣ ମାମଲା ରହିଛି ସେଠାରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରିବା ପାଇଁ କୋର୍ଟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ହାଇକୋର୍ଟ ମଧ୍ୟ ସରକାରଙ୍କୁ ରାଜ୍ୟରେ ଟେଷ୍ଟିଂ ବଢ଼ାଇବା ପାଇଁ କହିଛନ୍ତି। ରାଜ୍ୟରେ ହଠାତ୍‌ ସଂକ୍ରମଣ ବଢ଼ିଯିବାରୁ ରାଜ୍ୟ ସରକାର ଗତ ମାସରେ ନିର୍ଦ୍ଦେଶାବଳି ଜାରି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe