ମଫସଲ ଅଞ୍ଚଳରେ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ମେ ୨୪ ପର୍ଯ୍ୟନ୍ତ ‘କରୋନା କର୍ଫ୍ୟୁ’ ବଢ଼ାଇଲା ଉତ୍ତର ପ୍ରଦେଶ

Advertisment
ଯୋଗୀଙ୍କ ଘୋଷଣା: ରାସ୍ତାରେ କୌଣସି ଧାର୍ମିକ କାର୍ଯ୍ୟକ୍ରମ ହୋଇପାରିବନି

Image Courtesy of Zee News

ଲକ୍ଷ୍ନୌ: ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଇବା କାରଣରୁ ମେ ୨୪ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ‘ଆଂଶିକ କରେନା କର୍ଫ୍ୟୁ’ ବଢ଼ାଇବା ଲାଗି ଶନିବାର ଦିନ ଉତ୍ତର ପ୍ରଦେଶ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ଏପ୍ରିଲ ୨୪ ତାରିଖ ଦିନ ପ୍ରଥମେ ଉତ୍ତର ପ୍ରଦେଶ ସରକାର ରାଜ୍ୟରେ କର୍ଫ୍ୟୁ ଜାରି କରିଥିଲେ। ପରେ ତାହା ମେ ୧୦ ଓ ମେ ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

କୋଭିଡ୍‌-୧୯ ପରିସ୍ଥିତି ସମୀକ୍ଷା କରିବା ଲାଗି ରାଜ୍ୟର ଶୀର୍ଷସ୍ତରୀୟ ଅଧିକାରୀମାନଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଭର୍ଚ୍ୟୁଆଲ୍‌ ବୈଠକ କରିବାର ଦିନକ ପରେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି।

publive-image Image Courtesy of NDTV

ପ୍ରାପ୍ତ ସୂଚନା ଅନୁସାରେ, ଏହି ମାରାତ୍ମକ କରୋନାଭାଇରସ୍‌ ରାଜ୍ୟର ମଫସଲ ଅଞ୍ଚଳମାନଙ୍କରେ ସଂକ୍ରମଣ ବିସ୍ତାର କରୁଛି। ସମ୍ପ୍ରତି ଏହା ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବାଧୀନ ଉତ୍ତର ପ୍ରଦେଶ ସରକାର ଲାଗି ପ୍ରଧାନ ଚିନ୍ତା ପାଲଟିଛି।

ସ୍ଥାନୀୟ ଖାଉଟି ସାମଗ୍ରୀ ବିକ୍ରେତା, ଦୋକାନୀ ଏବଂ ବୁଲାବିକାଳିଙ୍କ ଗୁଜୁରାଣ ମେଣ୍ଟାଇବାକୁ ଉତ୍ତର ପ୍ରଦେଶ ସରକାର ୧୦୦୦ ଟଙ୍କା ଭତ୍ତା ଏବଂ ଆଗାମୀ ତିନି ମାସ ପାଇଁ ‘ରେସନ୍‌’ ଘୋଷଣା କରିଛନ୍ତି।

ଏକ ବିବୃତିରେ ଆଦିତ୍ୟନାଥ କହିଛନ୍ତି, ରାଜ୍ୟରେ କୋଭିଡ୍‌-୧୯ ବିସ୍ତାର ନିୟନ୍ତ୍ରଣ କରାଇବାରେ ଆଂଶିକ କରୋନା କର୍ଫ୍ୟୁ ସାହାଯ୍ୟ କରିଛି। ସେଥିପ୍ରତି ଧ୍ୟାନ ଦିଆଯାଇ କର୍ଫ୍ୟୁ ସମୟସୀମା ବୃଦ୍ଧି କରାଯାଇଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କୋଭିଡ୍‌-୧୯ ଆକ୍ରାନ୍ତଙ୍କ ଲାଗି ରାଜ୍ୟ ସରକାର ମାଗଣା ପରୀକ୍ଷା, ଚିକିତ୍ସା ଏବଂ ଟିକା ବ୍ୟବସ୍ଥା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe