DNA India
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଲଗାଣ ବର୍ଷା ଅତି ଦୟନୀୟ ସ୍ଥିତି ସୃଷ୍ଟି କରିଛି। ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜନିତ ବିଭିନ୍ନ କାରଣ ପାଇଁ ୭ ଜଣଙ୍କ ମୃତ୍ୟୁ ହୋଇଛି। ଲକ୍ଷ୍ନୌର ବିଭିନ୍ନ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବାରୁ ବିଦ୍ୟୁତ ଯୋଗାଣ ବିଚ୍ଛିନ୍ନ ହୋଇଯାଇଛି। ସେହିପରି ବିଭିନ୍ନ ସ୍ଥାନରେ ରେଳ ଧାରଣା ବୁଡ଼ି ଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ବାରବାଙ୍କି ଗସ୍ତ କରିବାର ଥିଲା। କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ଅସ୍ଥାୟୀ ହେଲିପ୍ୟାଡ୍ରେ ପାଣି ଭର୍ତ୍ତି ହୋଇଯିବାରୁ ଯୋଗୀଙ୍କ ଗସ୍ତ ବାତିଲ କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ବନ୍ଦ ରହିଛି। ଜଉନପୁର ଅଞ୍ଚଳ ଅଧୀନସ୍ଥ ସୁଜନପୁରରେ କାନ୍ଥ ଭୁଶୁଡ଼ି ପଡ଼ିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ବାରବାଙ୍କିର ରାମସନେହି ଘାଟ ଅଞ୍ଚଳରେ ମଧ୍ୟ ସମାନ ଘଟଣା ଘଟିଛି। କୌଶମ୍ଭୀ, ଅଯୋଧ୍ୟା ଏବଂ ସୀତାପୁରରେ ବି ସମାନ ଘଟଣା । ବୁଧବାର ରୁ ଗୁରୁବାର ସକାଳ ମଧ୍ୟରେ ଲକ୍ଷ୍ନୌ ୧୧୫ ମିମି ବର୍ଷାଜଳ ଗ୍ରହଣ କରିଛି।
ଅନ୍ୟପକ୍ଷେ ୧୯୬୪ ପରେ ଚଳିତ ମୌସୁମୀ ଋତୁରେ ଦିଲ୍ଲୀରେ ରେକର୍ଡ ବର୍ଷା ହୋଇଛି। ଗୁରୁବାର ଅପରାହ୍ନା ସୁଦ୍ଧା ଦିଲ୍ଲୀରେ ୧୧୫ ୯.୪ ମିମି ବର୍ଷା ରେକର୍ଡ କରାଯାଇଛି। ଦିଲ୍ଲୀର ସେପ୍ଟେମ୍ବର ବର୍ଷା ୪୦୦ ମିମି ଅତିକ୍ରମ କରିସାରିଛି। ସେପ୍ଟେମ୍ବର ୧୯୪୪ ପରେ ଦିଲ୍ଲୀରେ ସେପ୍ଟେମ୍ବର ବର୍ଷା ସର୍ବାଧିକ। ୧୯୪୪ ମସିହାରେ ଦିଲ୍ଲୀର ସେପ୍ଟେମ୍ବର ବର୍ଷା ୪୧୭.୩ ମିମି ଥିଲା। କିନ୍ତୁ ଚଳିତ ମୌସୁମୀ ଋତୁରେ କେବଳ ସେପ୍ଟେମ୍ବରରେ ଦିଲ୍ଲୀରେ ୪୦୩ ମିମି ବର୍ଷା ହୋଇଛି।
Follow Us