ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ମାଲ୍ୟାର୍ପଣ ପରେ ଶକ୍ତ ଚାପୁଡ଼ା ମାରିଲେ ଯୁବକ

Advertisment

ଦେଶ ବିଦେଶ। ଲୋକଙ୍କ ଭିଡ଼ ମଧ୍ୟକୁ ହଠାତ ଜଣେ ଅଜଣା ଯୁବକ ପଶି ଆସି ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ମାଳା ପିନ୍ଧାଇ ତାଙ୍କ ଗାଲକୁ ମାରିଲା ଶକ୍ତ ଚାପୁଡ଼ା ମାରିଥିଲା। ସଙ୍ଗେସଙ୍ଗେ ଯୁବକକୁ କାବୁ କରି ପୁଲିସକୁ କରାଗଲା ହସ୍ତାନ୍ତର।

ଦେଶ ବିଦେଶ। ଲୋକଙ୍କ ଭିଡ଼ ମଧ୍ୟକୁ ହଠାତ ଜଣେ ଅଜଣା ଯୁବକ ପଶି ଆସି ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ମାଳା ପିନ୍ଧାଇ ତାଙ୍କ ଗାଲକୁ ମାରିଲା ଶକ୍ତ ଚାପୁଡ଼ା ମାରିଥିଲା। ସଙ୍ଗେସଙ୍ଗେ ଯୁବକକୁ କାବୁ କରି ପୁଲିସକୁ କରାଗଲା ହସ୍ତାନ୍ତର।

77123eba-5919-415b-bad9-fb379c9ed8c7

ରାଏବରେଲି: ବୁଧବାର ଉତ୍ତର ପ୍ରଦେଶର ରାଏବରେଲିରେ ଶୋଷିତ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ଉପରୁ ଆକ୍ରମଣ କରାଯାଇଛି। ଏହି ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ଘଟଣାଟି ହେଉଛି ଏପରି...ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଏବଂ ଶୋଷିତ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ରାଏବରେଲିର ସିଭିଲ ଲାଇନ୍ସରେ ପହଞ୍ଚିବା ପରେ ଲୋକମାନେ ତାଙ୍କୁ ମାଲ୍ୟାର୍ପଣ କରି  ସ୍ୱାଗତ ଜଣାଇଥିଲେ। ଏହି ସମୟରେ ଲୋକଙ୍କ ଭିଡ଼ ମଧ୍ୟକୁ ହଠାତ ଜଣେ ଅଜଣା ଯୁବକ ପଶି ଆସି ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ମାଳା ପିନ୍ଧାଇ ତାଙ୍କ ଗାଲକୁ ଏକ ଶକ୍ତ ଚାପୁଡ଼ା ମାରିଥିଲା। ସଙ୍ଗେସଙ୍ଗେ ମୌର୍ଯ୍ୟଙ୍କ ସମର୍ଥକ ଓ ସୁରକ୍ଷାକର୍ମୀମାନେ ଉକ୍ତ ଯୁବକକୁ କାବୁ କରି ପୁଲିସ ଜିମ‌ା ଦେଇଥିଲେ।

ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଥିବା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯୁବକ ଜଣକ ଲୋକଙ୍କ ଭିଡ଼ ମଝିରେ ମନ୍ତ୍ରୀଙ୍କୁ ଏପରି ଚାପୁଡ଼ା ମାରିବାକୁ କେମିତି ସାହାସ କରି ପାରିଲେ ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି।  

ସ୍ୱାମୀ ପ୍ରସାଦ ମୌର୍ଯ୍ୟ ତାଙ୍କ ଉପରେ ଆକ୍ରମଣକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସରକାରକୁ ଗୁଣ୍ଡାରାଜ କହିବା ସହିତ ଠାକୁରମାନଙ୍କୁ ଛାଡ ଦେବାର ଅଭିଯୋଗ କରିଛନ୍ତି।

ସ୍ୱାମୀ ପ୍ରସାଦ ମୌର୍ଯ୍ୟ ତାଙ୍କ ଉପରେ ହୋଇଥିବା ଆକ୍ରମଣରେ କରଣୀ ସେନାରେ ସମ୍ପୃକ୍ତି ନେଇ ଅଭିଯୋଗ କରି କହିଛନ୍ତି ‘ପୁଲିସ ଉପସ୍ଥିତିରେ ଲୋକଙ୍କ ଗହଳି ମଧ୍ୟରେ ଯୁବକର ଏପରି ଆକ୍ରମଣ ସ୍ପଷ୍ଟ ଭାବେ ଆଇନ ଶୃଙ୍ଖଳା କେତେ ବିପର୍ଯ୍ୟସ୍ତ ତାହାକୁ ଦର୍ଶାଇ ଦେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe